ହୃଦରୋଗରେ ଆକ୍ରାନ୍ତ ଅଭାଗିନୀ

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ଅଭାଗିନୀ ପରିଡା, ବୟସ ମାତ୍ର ୨୦ ବର୍ଷ । ହେଲେ ଏହି ବୟସରେ ଯେମିତି ସଂସାରର ଦୁଃଖକଷ୍ଟ ତାଙ୍କ ଉପରେ ଅଜାଡି ହୋଇ ପଡିଛି । ନିଜେ ହୃଦ୍ରୋଗରେ ଆକ୍ରାନ୍ତ, ପୁଣି ପାଞ୍ଚ ପ୍ରାଣୀଙ୍କ ବୋଝ କେମିତି ତୁଲାଇବେ ସେହି ଚିନ୍ତାରେ ଘାରି ହୋଇ ଦିନ କଟୁଛି ।
ପିଲାଟି ବେଳରୁ ମାଆଙ୍କୁ ହରାଇଥିଲେ । ବାପା ରମେଶ ଚନ୍ଦ୍ର ପରିଡ଼ା ଭିନ୍ନକ୍ଷମ । ଛୋଟ ବେଳୁ ପରିବାରର ପାଞ୍ଚ ପ୍ରାଣୀଙ୍କ ବୋଝ ମୁଣ୍ଡରେ ନେଇଥିଲେ ଅଭାଗିନୀ । କଷ୍ଟେମଷ୍ଟେ ପରିବାର ଚଳାଉଥିଲେ ସେ । ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଖଲ୍ଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର କହିଥିଲେ ଯେ- ସେ ହୃଦ୍ରୋଗରେ ଆକ୍ରାନ୍ତ । କିଛିଦିନ ଚିକିତ୍ସା ମଧ୍ୟରେ ପାଖରେ ଥିବା ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଗଲା । ଅଧିକ ଅର୍ଥ ନଥିବାରୁ ଅଭାଗିନୀ ଘରକୁ ଫେରି ଆସିଥିଲେ । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ବିକ୍ରମପୁର ଗ୍ରାମରେ ରହୁଥିବା ବଡ ଭଉଣୀ ମାମିନାଙ୍କ ସାହାଯ୍ୟରେ ଏବେ ପରିବାର ଚଳୁଛି । ଗ୍ର୍ରାମର ରାମ ପାହାନ ସାହାଯ୍ୟର ହାତ ବଢ଼ାଇ ନିଜ ଜାଗାରେ ଘର ଖଣ୍ଡେ କରି ଅଭାଗିନୀଙ୍କୁ ଦେଇଥିବାରୁ ଛଅ କୁଟୁମ୍ବ ମୁଣ୍ଡ ଗୁଞ୍ଜିଛନ୍ତି । ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିଲେ ଅଭାଗିନୀଙ୍କ ଉନ୍ନତ ଚିକିତ୍ସା ହେବା ସହ ପାଞ୍ଚ ଭଉଣୀ ବଞ୍ଚିବାର ରାହା ପାଇପାରିବେ ବୋଲି ଗ୍ରାମବାସୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons