ହୃଦ୍ରୋଗରୁ ରକ୍ଷା କରିବ ‘ଇ-ଟାଟୁ’

Get real time updates directly on you device, subscribe now.

ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଗବେଷକ ଇ-ଟାଟୁ ନିର୍ମାଣ କରିଛନ୍ତି । ଏହା ଦେଖିବାକୁ ସୁନେଲି ରଙ୍ଗର ଜାଲ ସଦୃଶ । ଲମ୍ବ ୩୮.୧ ମିଲିମିଟର, ପ୍ରସ୍ଥ ୬୩.୫ମିଲିମିଟର । ଗବେଷକଙ୍କ ଅନୁସାରେ, ଏହି ଟାଟୁକୁ ଛାତିରେ ଲଗାଇବାକୁ ପଡ଼ିଥାଏ । ହୃତ୍ସ୍ପନ୍ଦନର ଗଣତି ସହ ଏହି ଟାଟୁ ହୃତ୍ପିଣ୍ଡର ଇସିଜି(ଇଲେକ୍ଟ୍ରୋ କାର୍ଡିଓ ଗ୍ରାମ୍) ଓ ଏସ୍ସିଜି କରି ହୃତ୍ପିଣ୍ଡରେ ଥିବା ରୋଗ ବିଷୟରେ ସୂଚନା ଦେବ । ଟାଟୁକୁ ପତଳା ଓ ନମନୀୟ କରିବା ପାଇଁ ଏଥିରେ ଫିଲାମେଣ୍ଟାରି ସର୍ପେନଟାଇନ୍ ପଲିଭିନାଇଲ୍ ଫ୍ଲୋରିଡ୍ ବ୍ୟବହାର କରାଯାଇଛି । ଇ-ଟାଟୁର ବିଶେଷତ୍ୱ ଏହି ଯେ, ସିଧାସଳଖ ଫୋନ୍ ସହ ସଂଲଗ୍ନ ହୋଇଥିବାରୁ ବ୍ୟବହାରକାରୀ ହୃଦ୍ ସମ୍ବନ୍ଧୀୟ ତଥ୍ୟ ଫୋନ୍ ସାହାଯ୍ୟରେ ପାଇପାରିବେ । ଗବେଷକ ନେନ୍ସୁ ଲି’ଙ୍କ ମତରେ, ବଜାରରେ ମିଳୁଥିବା ଫିଟ୍ନେସ୍ ଟ୍ରାକର୍ ଅପେକ୍ଷା ଇ-ଟାଟୁ ଭଲ କାମ କରିବ । ଫିଟ୍ନେସ୍ ଟ୍ରାକର୍ରେ ଏସ୍ସିଜି ଫିଚର୍ ବ୍ୟବହୃତ ହୋଇଥିବାରୁ ଏହା ବହୁତ ଓଜନିଆ ହୋଇଥାଏ । ଫଳରେ ଏହାକୁ ସବୁ ସ୍ଥାନକୁ ବୋହିନେବାରେ ସମସ୍ୟା ଉପୁଜିଥାଏ । କିନ୍ତୁ ଇ-ଟାଟୁରେ ଥ୍ରୀଡି ଡିଜିଟାଲ୍ ଇମେଜ୍କୁ ରିଲେସନ୍ ପ୍ରକ୍ରିୟା ମାଧ୍ୟମରେ ବ୍ୟବହାର କରାଯାଇଛି । ହୃତ୍ପିଫର କୌଣସି ସ୍ଥାନରେ କଶ୍ଛନ ହେଲେ, ଏହି ପ୍ରକ୍ରିୟା ସାହାଯ୍ୟରେ ଜଣାପଡ଼େ । ଫଳରେ ଟାଟୁ ବ୍ୟବହାରକାରୀମାନେ ସହଜରେ ଛାତିର ସ୍ଥାନ ନିରୂପଣ କରି ଟାଟୁ ଲଗାଇ ପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons