କାନାଡ଼ାର କାଲ୍ଗାରୀ ୟୁନିଭର୍ସିଟିର ଗବେଷକମାନେ ପୂର୍ବରୁ କେବେ ଚିହ୍ନଟ ହୋଇନଥିବା କୋଷିକା ଆବିଷ୍କାର କରିଛନ୍ତି, ଯାହା ହୃଦ୍ ସମସ୍ୟା ଜନିତ ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇପାରିବ । ଇମ୍ୟୁନିଟି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁସାରେ, ହୃତ୍ପିଣ୍ଡରେ ଆଘାତର ଶିକାର ହୋଇଥିବା ଏକ ମୂଷା ହୃତ୍ପିଣ୍ଡର ଆଖପାଖ ଥଳିରେ ଏହି କୋଷିକା ଗବେଷକମାନେ ଆବିଷ୍କାର କରିଛନ୍ତି । ‘ଗାଟା ୬ +ପେରିକାର୍ଡିଆଲ୍ କାଭିଟି ମାକ୍ରୋଫେଜ୍’ କୋଷିକା ମୂଷାର ଆହତ ହୃତ୍ପିଣ୍ଡକୁ ମତାମତି ବା ସୁସ୍ଥ କରିବାରେ ସାହାଯ୍ୟ କରିଥିଲା । ହୃତ୍ପିଣ୍ଡ ସମସ୍ୟାଯୁକ୍ତ ବ୍ୟକ୍ତିଙ୍କଠାରେ ମଧ୍ୟଏହି କୋଷିକା ଚିହ୍ନଟ କରାଯାଇଥିଲା । ହୃଦ୍ରୋଗୀଙ୍କ ପାଇଁ ଏହି କୋଷିକା ଚିକିତ୍ସାର ନୂଆ ଦିଗ ପ୍ରଦାନ କରିପାରେ ବୋଲି ଅଧ୍ୟୟନକର୍ତ୍ତା ପଲ୍ ଫେଡାକ୍ କହିଛନ୍ତି ।
Comments are closed, but trackbacks and pingbacks are open.