ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱାସ୍ଥ୍ୟ ଓ ଶିକ୍ଷା ଯେକୌଣସି ରାଷ୍ଟ୍ରର ସାମଗ୍ରିକ ବିକାଶ ପ୍ରକ୍ରିୟାର ମୂଳ ଆଧାର । ଉତ୍ତମ ସ୍ୱାସ୍ଥ୍ୟ ହିଁ ବୌଦ୍ଧିକ ତଥା ମାନସିକ ପରିବର୍ତ୍ତନ ଆଣିପାରିଥାଏ ବୋଲି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ।
ଶୁକ୍ରବାର ଅପରାହ୍ନରେ ବାରଙ୍ଗର ଭାଲୁଙ୍କାସ୍ଥିତ ଶାନ୍ତିବନରେ ପୂର୍ବଭାରତର ବୃହତ୍ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା କେନ୍ଦ୍ର “ହେଲଥ୍ ଭିଲ୍’ (ସ୍ୱାସ୍ଥ୍ୟଗ୍ରାମ)ର ଉଦ୍ଘାଟନୀ ସମାରୋହ ଅନୁÂିତ ହୋଇଯାଇଛି । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ ଏହା କହିଛନ୍ତି । “ହେଲଥ୍ ଭିଲ୍’ର ଚେୟାରମ୍ୟାନ୍ ଶିକ୍ଷାବିତ୍ ତଥା ସମାଜସେବୀ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁÂିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ସ୍ୱାସ୍ଥ୍ୟଗ୍ରାମର ଫଳକ ଉନ୍ମୋଚନ କରିବା ସହ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।
ପ୍ରାକୃତିକ ସ୍ୱାସ୍ଥ୍ୟସେବା ସହିତ ଆକୁ୍ୟପଙ୍କଚର୍, ଡାଏଟ୍ଥେରାପି ଭଳି ସେବା ଯୋଗାଣ କ୍ଷେତ୍ରରେ “ହେଲଥ୍ ଭିଲ୍’ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହ ଆୟୁର୍ବେଦର ଏହି ଚିକିତ୍ସା କେନ୍ଦ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିÂା ଲାଭ କରିପାରିବ ବୋଲି ସେ କହିଥିଲେ ।
ଏହି ଅବସରରେ ଡ.ମୀନକେତନଙ୍କ ଦ୍ୱାରା ରଚିତ ଉତ୍ତମ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ୪ଟି ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । “ୟୁ କ୍ୟାନ୍ ପ୍ଲାନ୍ ଇଓର୍ ଡାଏଟ୍’, “ୟୁ କ୍ୟାନ୍ ଏନଜଏ ଇଓର ହେଲଥ୍’, “ୟୁ କ୍ୟାନ୍ ସେ ନୋ ଟୁ ଡକ୍ଟର୍’, “ୟୁ କ୍ୟାନ୍ ଲିଡ୍ ଏ ହେଲଦି ଲାଇଫ୍ ଷ୍ଟାଇଲ୍’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।
ସମ୍ମାନିତ ଅତିଥି ପୂର୍ବତନ ସାଂସଦ ଡ.ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱକୁ ଉପଲବ୍ଧô କରି ଡ.ମୀନକେତନ ଯେଉଁ ନୂତନ ପଦକ୍ଷେପ ନେଇଛନ୍ତି ତାହା ଅନନ୍ୟ ଦୃଷ୍ଟାନ୍ତ ହୋଇ ରହିବ ବୋଲି କହିଥିଲେ ।
ଏହି ଅବସରରେ ଚେୟାରମ୍ୟାନ ଡ. ମୀନକେତନ ସ୍ୱାଗତ ଭାଷଣ ଦେବା ସହ ଅସ୍ତେ୍ରାପଚାର ନ ହୋଇ ବିନା ଔଷଧରେ ଯୋଗ, ପ୍ରାକୃତିକ ଚିକିତ୍ସା ଏବଂ ଆୟୁର୍ବେଦ ମାଧ୍ୟମରେ ଆରୋଗ୍ୟ ଲାଭ କରିବାର ସମସ୍ତ ଗୁଣାତ୍ମକ ଉପଚାର ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ “ହେଲଥ୍ ଭିଲ୍’ର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଇନ୍ଦୁମତୀ ରାୟ, ଓଡିଏମ୍ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ଡ. ପି.କେ.ଦାସ ଅତିଥିମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଓଡିଏମ୍ ଶିକ୍ଷାନୁÂାନ ସମୂହର ସିଓଓ ସ୍ୱୟନ୍ ସତ୍ୟେନ୍ଦୁ ପରିଚାଳନା କରିଥିଲେ । ଶେଷରେ ଆଦିବାସୀ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା ।
Comments are closed, but trackbacks and pingbacks are open.