ପାପଡାହାଣ୍ଡି,(ବି.ବି.ନୁ୍ୟଜ): ପାପଡାହାଣ୍ଡି ଥାନା ବାବାଜୀଗୁଡା ଛକରେ ସୋମବାର ଜଣେ ହୋମଗାର୍ଡଙ୍କ ବାଇକ୍ ଧକ୍କାରେ ଜଣେ ଶିଶୁ ଗୁରୁତର ହୋଇଛି । ପିଲାଟି ହେଲା ସ୍ଥାନୀୟ ଲଡୁଗାଁ ମାଝି ସାହିର ସୋମ ବାଘ(୮) । ପିଲାଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବାପାମାଆଙ୍କ ସହ ସୋମ ଏକ ଅଟୋରେ ଲଡୁଗାଁରୁ ପାପଡାହାଣ୍ଡି ଆସୁଥିଲା । ବାବାଜୀଗୁଡା ଛକରେ ଅଟୋଟି ରହିଥିଲା । ଭୋକ ହେବାରୁ କିଛି ଖାଦ୍ୟ ଆଣିବାକୁ ପିଲାଟି ପାଖ ଦୋକାନକୁ ଯାଉଥିଲା । ଏହି ସମୟରେ ହୋମଗାର୍ଡ କୃଷ୍ଣ ମାଝି ଏକ ବାଇକ୍ରେ ଆସୁଥିଲେ । ଅସାବଧାନତାରୁ କୃଷ୍ଣଙ୍କ ବାଇକ୍ ପିଲାଟିକୁ ଧକ୍କା ଦେଇଥିଲା । ନାକ ଓ ପାଟିରୁ ରକ୍ତ ବାହାରି ସୋମ ଗୁରୁତର ହୋଇପଡିଥିଲା । ପ୍ରଥମେ ତାକୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂଗୀନ ଥିବାରୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇଛି । ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.