ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟାଇନ ଭଙ୍ଗିଲେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ। ବର୍ତ୍ତମାନ ସୁଦ୍ଧା ହୋମ୍ କ୍ୱାରେଣ୍ଟାଇନ ଭାଙ୍ଗିବା ନେଇ ୬୧ଟି ମାମଲା ହୋଇଛି। ଲକ୍ ଡାଉନ୍ ଭାଙ୍ଗିବା ନେଇ ମଧ୍ୟ ବହୁ ମାମଲା ରୁଜୁ ହୋଇଛି ବୋଲି ପୁଲିସ ଡିଜି ଅଭୟ କହିଛନ୍ତି।ସେ ଆହୁରି କହିଛନ୍ତି-“ପୁଲିସକୁ କୁହାଯାଇଛି ଲକ୍ ଡାଉନ୍ ଭାଙ୍ଗିଲେ କାର୍ୟ୍ୟାନୁଷ୍ଠାନ ନେବେ। ତେବେ ବ୍ୟବହାର ଖରାପ ନକରିବାକୁ ପୁଲିସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କଠୋର ହେବେ କିନ୍ତୁ ଖରାପ ବ୍ୟବହାର କରିବେନି। ଲକ୍ ଡାଉନ୍ ପାଇଁ ଅଧିକ ୭୦୦ ଝଓଙ୍କୁ ନିୟୋଜିତ କରାଯାଇଛି। ୧୬୨ ପ୍ଲାଟୁନ ଫୋର୍ସ ଓ ୧ ହଜାରରୁ ଅଧିକ ଗାଡ଼ି ମଧ୍ୟ ନିୟୋଜିତ ଅଛନ୍ତି।”
‘କରୋନା’ ଦିନକୁ ଦିନ କାୟା ବସ୍ତାର କରିବାରେ ଲାଗିଛି। ଏବେ ୧୯୯ ଦେଶର ୭୨୪୭୫୯ ଲୋକ ‘କରୋନା’ ଆକ୍ରାନ୍ତ ହୋଇଛନ୍ତି। ଆଜି ସାରା ପୃଥିବୀରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପି ଯାଇଛି। ଭାରତରେ ୧୦୭୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ‘କରୋନା’ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏହି ଦେଶର ପଛକୁ କ୍ରମାନ୍ୱୟରେ ଅଛନ୍ତି ଇଟାଲୀ, ଚୀନ, ସ୍ପେନ ଓ ଜର୍ମାନୀ।


Comments are closed, but trackbacks and pingbacks are open.