କୁଚିଣ୍ଡା,(ବି.ବି.ନୁ୍ୟଜ୍): ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଫେରି ଘରେ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ସମୟରେ ଜଣେ ମହିଳା ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାଁ ପଲ୍ଲବୀ । ତାଙ୍କ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବକ୍ସମା ଗାଁରେ । ସୂଚନାଯୋଗ୍ୟ, ବକ୍ସମା ଗାଁର ପାପୁନ ପଶାୟତ ୫ ବର୍ଷ ତଳେ ଆନ୍ଦ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ପଲ୍ଲବୀଙ୍କୁ ବିବାହ କରିଥିଲେ । ତେବେ ସେମାନେ ଅନେକ ସମୟରେ ବକ୍ସମା ଗାଁରେ ଆସି ରହୁଥିଲେ । ହେଲେ ଗତ ୬ମାସ ହେବ ପଲ୍ଲବୀ ଏକୁଟିଆ କାମ କରିବାକୁ ଆନ୍ଧ୍ରପ୍ରଦେଶ ପଳାଇଥିଲେ । ଗାଁରେ ତାଙ୍କ ସ୍ୱାମୀ ଓ ୫ ବର୍ଷର ପୁଅ ରହୁଥିଲେ । ଲକ୍ଡାଉନ୍ ଯୋଗୁ କାମ ନ ମିଳିବାରୁ ପଲ୍ଲବୀ ଗାଁକୁ ଆସିବାକୁ ଚାହିଁଥିଲେ । ଏହାପରେ ପାପୁନ ତାଙ୍କ ନାମ ପଞ୍ଜୀକରଣ କରାଇଥିଲେ । କିଛି ଦିନ ତଳେ ପଲ୍ଲବୀ ଗାଁକୁ ଆସିବା ପରେ ତାଙ୍କୁ ଚାନ୍ଦିନୀମାଲ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ସେ ସେଠାୋର ୧୪ଦିନ ରହିଥିଲେ । ଏହାପରେ ସେ ହୋମ କ୍ୱାରେଣ୍ଟାଇନ୍ରେ ୭ ଦିନ ରହିବାର ଥିଲା । ହେଲେ ଗତକାଲି ହୋମ୍ କ୍ୱାରେଣ୍ଟାଇନ୍ ଅବଧିର ୪ଦିନରେ ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.