ହ୍ୱାଟ୍‌ସ ଆପରେ ଆରମ୍ଭ ହେଲା କୋଭିଡ୍‌ ହେଲ୍ପ ଡେସ୍କ

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍‌ସ ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କୀତ ସମସ୍ତ ତଥ୍ୟ ମିଳିପାରିବ। ଏହାବ୍ୟତୀତ ଏଥିରେ ଦେଶର ଅନ୍ୟ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି ।
ଏଥିନିମନ୍ତେ ଇଛୁକ ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ।ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍‌ସ ଆପରେ ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି।
ହ୍ୱାଟ୍ସଆପ୍ optionକୁ କ୍ଲିକ୍ କରିବା ପରେ ଏହା ଆପଣଙ୍କ ହ୍ୱାଟ୍ସ ଆପ୍ ସହ ସଂଯୋଗ ହେବ। ଆପଣ HI ପଠାଇବା ପରେ ପରବର୍ତ୍ତୀ ତଥ୍ୟ ଆପଣଙ୍କୁ ମିଳିବ। ଏହାବ୍ୟତୀତ ସିଧାସଳଖ ୯୩୩୭୯ ୨୯୦୦୦ରେ HI ପଠାଇବା ପରେ ମଧ୍ୟ ଆପଣଙ୍କୁ ଏନେଇ ସବୁ ତଥ୍ୟ ମିଳିପାରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସବିଶେଷ ତଥ୍ୟ ଦେଇଛନ୍ତି ।ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଓ ଏହାସହ କଣ୍ଟେନମେଣ୍ଟ, କ୍ୱାରେଣ୍ଟିନ୍ ବ୍ୟବସ୍ଥା ସମ୍ପର୍କରେ ବି ତଥ୍ୟ ଏଥିରୁ ମିଳିପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons