ତେହରାନ: ୟୁକ୍ରେନର ଏକ ବିମାନ ଇରାନର ରାଜଧାନୀ ତେହରାନରେଦୁର୍ଘଟଣାଗ୍ରସ୍ତ ହେବାର ଅସଲ କାରଣ ଜଣାପଡିଛି । ଇରାନ ଶେଷରେ ସ୍ୱୀକାର କରିଛି କି ସିଏ ଭୁଲବଶତଃ ଉକ୍ତ ବୋଇଂ ୭୩୭ ବିମାନକୁ ମିସାଇଲ ମାଡ଼ କରି ଖସାଇ ଦେଇଥିଲା ।
ଇରାନର ସେନାବାହିନୀକୁ ଉଦ୍ଧୃତ କରି ସେଠାକାର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି କି ଇରାନର ସେନାବାହିନୀ ଏହି ଘଟଣା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେଦାୟୀ କରିଛି । ଇରାନର ସେନାବାହିନୀ କହିଛି କି ଉକ୍ତ ଯାତ୍ରୀବାହୀ ବିମାନ ଇରାନୀ ସେନାର ଏକ ଘାଟି ନିକଟବର୍ତ୍ତୀ ହେବା ସମୟରେ ଏଭଳି ପୋଜିସନ ନେଇଥିଲା ଏବଂ ଏମିତି ଉଚ୍ଚତାରେ ରହିଥିଲା କି ଯାହାଯୋଗୁ ତା’କୁ ଶତ୍ରୁ ଦେଶର ଏକ ସାମରିକ ବିମାନ ବୋଲି ମନେ କରାଯାଇଥିଲା । ତେଣୁ ଉକ୍ତ ସାମରିକ ଘାଟିରେ ଥିବା ସୈନିକ ତା’ ଉପରକୁ ମିସାଇଲ ମାଡ କରିଥିଲେ । ଏହା ଏକ ମନୁଷ୍ୟକୃତ ତ୍ରୁଟି ଅଟେ । ଉଦେ୍ଧଶ୍ୟମୂଳକ ଭାବେ ଏପରି କରାଯାଇନଥିଲା । ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଅଲ୍ଲୀ ଖାମିନେଇ ଏହି ରିପୋର୍ଟ ଆସିବା ପରେ ସମସ୍ତ ମୃତକଙ୍କ ପରିଜନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ଏବଂ ଭବିଷ୍ୟତରେ ଏହାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ।
ଇରାନର ବିଦେଶ ମନ୍ତ୍ରୀ ଜାଭେଦ ଜରିଫ କିନ୍ତୁ କହିଛନ୍ତି କି ଯଦିଓ ମନୁଷ୍ୟକୃତ ତ୍ରୁଟି ପାଇଁ ଏହିଦୁର୍ଘଟଣା ଘଟିଥିଲା³ କିନ୍ତୁ ସେଥିପାଇଁ ଆମେରିକାର ହରକତଦାୟୀ । ଆମେରିକାର ସମ୍ଭାବ୍ୟ ପଦକ୍ଷେପକୁ ନେଇ ଥିବା ଅନିଶ୍ଚିତତା ଯୋଗୁ ଏଭଳି ମନୁଷ୍ୟକୃତ ତ୍ରୁଟି ଘଟିଥିଲା । ତେବେ ସେ ଏହିଦୁର୍ଘଟଣା ପାଇଁ ସମସ୍ତ ମୃତକଙ୍କ ପରିବାର ଏବଂ ଏହାଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଦେଶଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।
ଇରାନ ଆରମ୍ଭରୁଦାବି କରୁଥିଲା ଯେ ବୈଷୟିକ ତ୍ରୁଟି ଯୋଗୁ ଏହି ବିମାନଦୁର୍ଘଟଣା ଘଟିଥିଲା । ମାତ୍ର ଆମେରିକା ଓ କାନାଡାଦାବି କରିଥିଲେ ଯେ ଇରାନର ମିସାଇଲ ମାଡ ଯୋଗୁ ଉକ୍ତ ବିମାନ ଧ୍ୱଂସ ହୋଇଥିଲା । ଇରାନ ପ୍ରଥମରୁ ଏହାକୁ ଅସ୍ୱୀକାର କରୁଥିଲେ ବି ଶେଷରେ ସତକୁ ସ୍ୱୀକାର କରିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମଧ୍ୟରାତ୍ରିରେ ଇରାନୀ ସେନା ସୁଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଇରାକ ସ୍ଥିତ ଆମେରିକୀୟ ସେନାରଦୁଇଟି ଘାଟି ଉପରେ ମିସାଇଲ ମାଡ଼ କରିଥିଲା । ଏହାପରେ ଆମେରିକାଦ୍ୱାରା ଜବାବୀ ଆକ୍ରମଣ ଆଶଙ୍କାରେ ସିଏ ନିଜର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସଜାଗ ରଖିଥିଲା । ବୁଧବାର ସକାଳେ ଉକ୍ତ ଯାତ୍ରୀବାହୀ ବିମାନ ତେହରାନରୁ ୟୁକ୍ରେନର କିଏଭ ସହରକୁ ଯାଉଥିଲାବେଳେ ଇରାନ ସେନା ଭୁଲବଶତଃ ତା’କୁ ଏକ ଆମେରିକୀୟ ବିମାନ ବୋଲି ଭାବି ମିସାଇଲ ମାଡ଼ କରିଥିଲା । ଏହାଯୋଗୁ ବିମାନରେ ଥିବା ୧୬୭ ଜଣ ଯାତ୍ରୀ ଏବଂ ୯ ଜଣ କର୍ମଚାରୀଙ୍କର ମୃତୁ୍ୟ ଘଟିଥିଲା । ମୃତକଙ୍କ ମଧ୍ୟରେ ଇରାନର ୮୨ ଜଣ, କାନାଡାର ୬୩ ଏବଂ ୟୁକ୍ରେନର ୧୧ ଜଣ ବ୍ୟକ୍ତି ସାମିଲ ଥିଲେ ।
Comments are closed, but trackbacks and pingbacks are open.