ୟୁନିସେଫ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା:ଟ୍ୟାପ୍ରୁ ୨୪ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟ୍ୟାପ୍ ଖୋଲିଲେ ମିଳିବ ବିଶୁଦ୍ଧ ପିଇବା ପାଣି । ସକାଳ କି ସନ୍ଧ୍ୟା ବେଳା ନୁହେଁ, ୨୪ଘଣ୍ଟିଆ ପିଇବା ପାଣି ମିଳିବ । ଟ୍ୟାପ୍ ଖୋଲି ସିଧାସଳଖ ଏହାକୁ ପିଇ ହେବ । ଏଥିପାଇଁ ରାଜ୍ୟ ସରକାର ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିଶନ୍ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ୟୁନିସେଫ୍ ସହ ବୁଝାମଣା ସ୍ୱାକ୍ଷର କରିଛନ୍ତି ।
ଆଜି ଲୋକସେବା ଭବନରେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ୟନିସେଫ୍ ସହ ବୁଝାମଣା ସ୍ୱାକ୍ଷର ହୋଇଛି । ଭୁବନେଶ୍ୱରର ୫ଟି ଅଞ୍ଚଳ ଓ ପୁରୀର ୨ଟି ଅଞ୍ଚଳରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହେବ । ମାର୍ଚ୍ଚ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ଏହି କାମ ଶେଷ କରିବାକୁ ଲକ୍ଷ୍ୟ ରହିଛି ।
ଏହି ବୁଝାମଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଘରକୁ ନିରାପଧ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଧେବାକୁ ସରକାର ପ୍ରାଥମିକତା ଧେଉଛନ୍ତି । ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ସହାୟକ ହୋଇଥାଏ । ୟୁନିସେଫ୍ର ବୈଷୟିକ ସହାୟତାରେ ଏହି ପ୍ରକଳ୍ପ ସଫଳ ଭାବେ କାର୍ଯ୍ୟକାରୀ କରି ଆମ ଲକ୍ଷ୍ୟ ପୂରଣ କରିବୁ ବୋଲି ସେ କହିଛନ୍ତି ।
ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିଶନ୍ ପ୍ରକଳ୍ପରେ ପୁରୀ ଓ ଭୁବନେଶ୍ୱରକୁ ମିଶାଇଲେ ୨୨ହଜାର ପରିବାରର ଲକ୍ଷେ ୨୦ହଜାର ଲୋକଙ୍କୁ ବିଶୁଦ୍ଧ ପଇବା ପାଣି ମିଳିବ । ପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହି ମିଶନ କାର୍ଯ୍ୟକାରୀ ହେବ । ମିଶନ ଅଧୀନରେ ୨୪ଘଣ୍ଟା ପିଇବା ପାଣି ସହ ଶତ ପ୍ରତିଶତ ମିଟରିଂ ବ୍ୟବସ୍ଥା ରହିବ । ସ୍ୱଂୟ ସହାୟକ ଗୋÂୀର ସଧସ୍ୟଙ୍କୁ ଏହି ମିଶନ ସହ ଯୋଡ଼ାଯିବ । ସେମାନଙ୍କୁ ଏଥିପାଇଁ ଆବଶ୍ୟତ ତାଲିମ୍ ଧିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନନ୍ତି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭାଥନାନ୍ ଓ ୟୁନିସେଫ୍ର ପ୍ରତିନିଧି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons