ୟୁପିରେ ୬ ଜଣ କରୋନା ସଂକ୍ରମିତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୬ ଜଣ ବ୍ୟକ୍ତି କରେନା ଭାଇରସ୍ (କୋଭିଡ-୧୯)ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ । ସେମାନେ ସମସ୍ତେ ଆଗ୍ରାର ବାସିନ୍ଦା ଓ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ସେମାନଙ୍କୁ ମଙ୍ଗଳବାର ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଅଧିକ ପରୀକ୍ଷା ଲାଗି ସେମାନଙ୍କ ଲାଳ ସଂଗ୍ରହ କରାଯାଇ ପୁନେସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲଜି (ଏନ୍ଆଇଭି)କୁ ପଠାଯାଇଥିବା ସେ କହିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆଗ୍ରାର ଯେଉଁ ପରିବାର ସଦସ୍ୟମାନେ କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କର ଜୋତା ବ୍ୟବସାୟ ରହିଛି । ଏହି ପରିବାରର ସଦସ୍ୟମାନେ ଗତମାସ ୧୮ ତାରିଖରେ ଇଟାଲୀ ଓ ଜର୍ମାନୀ ବୁଲିବାକୁ ଯାଇଥିଲେ । ସେଠାରୁ ଫେବ୍ରୁଆରୀ ୨୮ରେ ଫେରିଥିଲେ । ଫେରିବା ପରେ ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ଫଳରେ ପରିବାରର ୧୩ ଜଣ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେଥିରୁ ୬ ଜଣ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ରେଫର କରାଯାଇଛି । ସେମାନଙ୍କ ଗଳାରୁ ଲାଳ ସଂଗ୍ରହ କରି ଅଧିକ ପରୀକ୍ଷା ନିମନ୍ତେ ପୁନେ ପଠାଯାଇଛି । ପରିବାରର ଅନ୍ୟ ସଦସ୍ୟଙ୍କୁ ଘର ଭିତରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଘଟଣା ଜଣାପଡିବା ପରେ ରାଜ୍ୟ ଓ କେନ୍ଦ୍ରର ର୍ୟାପିଡ ରେସ୍ପନ୍ସ ଟିମ୍ ଆଗ୍ରାରେ ପହଞ୍ଚô ଜିଲ୍ଲା ପ୍ରଶାସନର ଓ ସ୍ୱାସ୍ଥ୍ୟ ବିଭାଗର ବରିÂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଉତ୍ତରପ୍ରଦେଶ ସରକାର ଏହାକୁ କିଭଳି ରୋକାଯାଇପାରିବ ଓ ଲୋକଙ୍କୁ ସଚେତନ କରାଯିବ ତା’ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ।
ଅନ୍ୟପକ୍ଷରେ ଦିଲ୍ଲୀ ମୟୂର ବିହାର ଅଞ୍ଚଳର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ପିଲା ପଢ଼ୁଥିବା ନୋଏଡାର ସେକ୍ଟର ୧୩୫ରେ ଥିବା ଏକ ଘରୋଇ ଇଂରାଜୀ ସ୍କୁଲକୁ ବୁଧବାର ଠାରୁ ୩ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଏହି ସମୟରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି । ସ୍କୁଲର ୪୦ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ୨୮ ଦିନ ପାଇଁ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଥିବା ଗୌତମବୁଦ୍ଧ ନଗର ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁରାଗ ଭାର୍ଗବ କହିଛନ୍ତି । ସ୍କୁଲର ଜଣେ କାର୍ଯ୍ୟକର୍ତ୍ତା ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ତାଙ୍କ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରଙ୍କ ପିତା କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେଣୁ ପିତାଙ୍କ ଠାରୁ ସମ୍ପୃକ୍ତ ଛାତ୍ର ଜଣଙ୍କୁ ଏହି ରୋଗ ସଂକ୍ରମଣ ହୋଇଥିବାର ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ନିୟମିତ ଯୋଗାଯୋଗ ରଖାଯାଇଛି । ମନ୍ତ୍ରଣାଳୟର କର୍ମଚାରୀମାନେ ଆସି ସ୍କୁଲରେ ବିଶୋଧକ ସ୍ପେ୍ର କରୁଛନ୍ତି । ସେହିଭଳି ସ୍କୁଲ କର୍ତ୍ତୃପକ୍ଷ ହ୍ୱାଟସଆପ୍ ଗ୍ରୁପରେ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଏକଥା ଜଣାଇଛନ୍ତି । ଫଳରେ ସେମାନେ ଭୟଭୀତ ଓ ଆତଙ୍କିତ ହୋଇପଡ଼ିଛନ୍ତି । କାରଣ ଗତ ଶୁକ୍ରବାର ଦିଲ୍ଲୀର ସମ୍ପୃକ୍ତ ରୋଗୀଙ୍କ ପିଲାର ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା । ସେଠାରେ ବହୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।
ଦେଶରେ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଥିବାରୁ ତାକୁ ଦୃଷ୍ଟିରେ ରଖି ଭାରତ ସରକାର ମଙ୍ଗଳବାର ୪ଟି ରାଷ୍ଟ୍ରର ଭିସା ବାତିଲ କରିଛନ୍ତି । ଏହି ରାଷ୍ଟ୍ରଗୁଡିକ ମଧ୍ୟରେ ଅଛନ୍ତି ଇଟାଲୀ, ଇରାନ, ଜାପାନ ଓ ଦକ୍ଷିଣ କୋରିଆ । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ୪ଟି ଦେଶର ନାଗରିକଙ୍କୁ ମାର୍ଚ୍ଚ ୩ ତାରିଖ କିମ୍ବା ତା ପୂର୍ବରୁ ଜାରି କରାଯାଇଥିବା ଭିସା କିମ୍ବା ଇ-ଭିସାକୁ ତକ୍ରାଳ ବାତିଲ କରାଯାଇଛି । ଫଳରେ ଏହି ଦେଶର କୌଣସି ନାଗରିକ ଜଳ, ସ୍ଥଳ କିମ୍ବା ଆକାଶ ପଥ ଦେଇ ଭାରତରେ ପ୍ରବେଶ କରିପାରିବେ ନାହିଁ । ଯେଉଁମାନେ ଜରୁରି କାର୍ଯ୍ୟ ପାଇଁ ଭାରତ ଆସିବା ନିହାତି ଅପରିହାର୍ଯ୍ୟ ବୋଲି ମନେ କରୁଛନ୍ତି ସେମାନେ ଏ ସମ୍ପର୍କରେ ସେଠାରେ ଥିବା ଭାରତୀୟ ଦୂତାବାସ କିମ୍ବା ବାଣିଜି୍ୟକ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଏଥିସହିତ ଫେବ୍ରୁଆରୀ ୫ ତାରିଖ ପୂର୍ବରୁ ଚୀନ୍ ନାଗରିକଙ୍କ ପାଇଁ ରଦ୍ଧ ହୋଇଥିବା ଭିସା ନିଷ୍ପତ୍ତି ମଧ୍ୟ ବଳବତ୍ତର ରହିବ । ସେହିଭଳି କରୋନା ସଂକ୍ରମିତ ଦେଶର ନାଗରିକଙ୍କୁ ଫେବ୍ରୁଆରୀ ୧ ତାରିଖ ପୂର୍ବରୁ ଜାରି କରାଯାଇଥିବା ଭିସା ବାତିଲ କରାଯାଇଛି । ଭାରତରେ କରୋନା ଭାଇରସ୍ ସଂକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ବିମାନବନ୍ଦର ଓ ବନ୍ଦରରେ ଯାତ୍ରୀଙ୍କ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।
ଇତିମଧ୍ୟରେ ଦେଶରେ ନୂଆ କରୋନା ଭାଇରସ୍ ସଂକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏଭଳି ପରିସ୍ଥିତିରେ ଭୟ କିମ୍ବା ଆତଙ୍କିତ ନହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଏହି ରୋଗର କିଭଳି ମୁକାବିଲା କରାଯିବ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ । ସେଥିପ୍ରତି ସମସ୍ତଙ୍କର ଧ୍ୟାନ ରହିବା ଆବଶ୍ୟକ । ଏଥିସହ ପ୍ରଧାନମନ୍ତ୍ରୀ ଏହି ରୋଗରୁ କିଭଳି ନିଜକୁ ଦୂରେଇ ରଖିହେବ ଟୁଇଟ୍ କରି ଜଣାଇଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଏହି ରୋଗ ବିଷୟରେ ଅବଗତ ଅଛନ୍ତି । ବିଭିନ୍ନ ମନ୍ତ୍ରଣାଳୟର ନିୟମିତ ବୈଠକ କରାଯାଉଛି ଏବଂ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ର ଯୋଗାଯୋଗରେ ରହିଛି । ବାହାରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ପୃଥକ ଭାବେ ରଖାଯିବା ଏବଂ ମେଡିକାଲ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons