ୟୁପି ପିସିଏଲ୍ରେ ୪ହଜାର କୋଟିର ପିଏଫ୍ ଦୁର୍ନୀତି:ଅର୍ଥ ଫେରସ୍ତ ଦାୟିତ୍ୱ ନେଲେ ଯୋଗୀ ସରକାର

Get real time updates directly on you device, subscribe now.

ଲକ୍ଷେ୍ନø: ୪,୦୦୦ କୋଟି ଟଙ୍କା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ଦୁର୍ନୀତିର ଶିକାର ହୋଇଥିବା ଉତ୍ତର ପ୍ରଦେଶ ବିଦୁ୍ୟତ ନିଗମ ଲିମିଟେଡ୍ (ୟୁପି ପିସିଏଲ୍) କର୍ମଚାରୀଙ୍କୁ ମିଳିଛି ବଡ଼ ଧରଣର ଆଶ୍ୱସ୍ତି । ସ୍କାମ୍ ପ୍ରଭାବିତ ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍)ରେ କର୍ମଚାରୀଙ୍କ ନିବେଶ ହୋଇଥିବା ପିଏଫ୍ ରାଶିର ଫେରସ୍ତ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦାୟିତ୍ୱ ନେଇଛନ୍ତି ।
ଉତ୍ତର ପ୍ରଦେଶ ସରକାର ଶନିବାର ଏକ ବିବୃତି ଜରିଆରେ କହିଛନ୍ତି, ଯଦି ଡିଏଚ୍ଏଫ୍ଏଲ୍ରୁ ଅର୍ଥ ଫେରସ୍ତରେ କୌଣସି ପ୍ରକାର ସମସ୍ୟା ଦେଖାଦେବ, ତାହାହେଲେ କର୍ମଚାରୀଙ୍କ ଅର୍ଥକୁ ୟୁପି ପିସିଏଲ୍ ଉଚିତ ସମୟରେ ପ୍ରଦାନ କରିବ । ଏଭଳିକି ଯଦି ୟୁପି ପିସିଏଲ୍ ଏହି ଅର୍ଥ ପ୍ରଦାନରେ ଅସମର୍ଥ ହୁଏ, ତେବେ ଏଥିପାଇଁ ରାଜ୍ୟ ସରକାର ନିଗମକୁ ସୁଧମୁକ୍ତ ଋଣ ଯୋଗାଇଦେବେ । ଫଳରେ କର୍ମଚାରୀମାନଙ୍କୁ ଉପଯୁକ୍ତ ସମୟରେ ସେମାନଙ୍କ ପିଏଫ୍ ଫେରସ୍ତ କରାଯାଇପାରିବ ।
ସେହିଭଳି ଡିଏଚ୍ଏଫ୍ଏଲ୍ରେ ଉତ୍ତର ପ୍ରଦେଶ ବିଦୁ୍ୟତ କ୍ଷେତ୍ର କର୍ମଚାରୀ ଟ୍ରଷ୍ଟ ଓ ୟୁପି ପିସିଏଲ୍ କେନ୍ଦ୍ରୀୟ ଭବିଷ୍ୟନିଧି ପାଣ୍ଠି ଟ୍ରଷ୍ଟ ନିବେଶ କରିଥିବା ଅର୍ଥକୁ ଯେଭଳି ଯଥା ସମୟରେ ଫେରସ୍ତ ଅଣାଯାଇପାରିବ, ସେଥିପାଇଁ ଆଇନ ଅନୁସାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବିବୃତିରେ ସୂଚନା ଦିଆଯାଇଛି ।
ସୂଚନା ଥାଉକି, ୟୁପି ବିଦୁ୍ୟତ ନିଗମର ଏହି ୨ଟି ଟ୍ରଷ୍ଟ ଦ୍ୱାରା ୨୦୧୭ ମାର୍ଚ୍ଚରୁ ୨୦୧୮ ଡିସେମ୍ବର ମଧ୍ୟରେ ଦୁର୍ନୀତିରେ ବୁଡ଼ି ରହିଥିବା ଡିଏଚ୍ଏଫ୍ଏଲ୍ରେ ୪,୧୨୨ କୋଟି ଟଙ୍କା ନିବେଶ ହୋଇଥିଲା । ଏବେ ଡିଏଚ୍ଏଫ୍ଏଲ୍ ଉପରେ ଏହି ଟ୍ରଷ୍ଟ ଦ୍ୱୟର ୨,୨୬୭ କୋଟି ଟଙ୍କା ବକେୟା ରହିଛି ।
ଦୁର୍ନୀତିରେ ବୁଡ଼ି ରହିଥିବା ଏହି ହାଉସିଂ ଫାଇନାନ୍ସ କମ୍ପାନିରେ ଉତ୍ତର ପ୍ରଦେଶ ବିଦୁ୍ୟତ କର୍ମଚାରୀଙ୍କ ଅର୍ଥ ଲଗାଣରେ ଜଡ଼ିତ ଥିବା ବିଭିନ୍ନ ବ୍ୟକ୍ତିବିଶେଷ ଓ ଅଧିକାରୀଙ୍କୁ ଗିରଫ କରାଯାଇଛି । ନିକଟରେ ଉତ୍ତର ପ୍ରଦେଶ ପୁଲିସର ଆର୍ଥିକ ଅପରାଧ ଶାଖା ୟୁପି ପିସିଏଲ୍ର ପୂର୍ବତନ ପରିଚାଳନା ନିଦେ୍ର୍ଧଶକ (ଏମ୍ଡି) ଏ ପି ମିଶ୍ରଙ୍କ ଘର ଉପରେ ଚଢ଼ାଉ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons