ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ସଂକ୍ରମିତ ଇଟାଲିରୁ ଓଡ଼ିଶାକୁ ଆସିଛନ୍ତି ପ୍ରାୟ ୨୧ ଜଣ । ଫ୍ରାନ୍ସରୁ ୨୧ ଜଣ ଓ ଦକ୍ଷିଣ କୋରିଆରୁ ମଧ୍ୟ ୨୧ ଜଣ ଓଡ଼ିଶା ଆସିଛନ୍ତି । ଏମାନେ ଗତ ୧୫ ଦିନ ମଧ୍ୟରେ ଆସିଛନ୍ତି । ସମସ୍ତେ ଏବେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ଆମେରିକାରରୁ ପ୍ରାୟ ୧୯୦ ଜଣ ଆସିଥିବାବେଳେ ବିଟ୍ରେନ୍ରୁ ଆସିଛନ୍ତି ୮୪ ଜଣ । ୟୁରୋପ ଓ ଆମେରିକାରୁ ପାଖାପାଖି ୪୦୦ ଜଣ ଓଡ଼ିଶାକୁ ଫେରିଛନ୍ତି । ହେଲେ ଆଶ୍ୱସ୍ତିର କଥା ହେଉଛି, ସବୁଠୁ ଅଧିକ ସଂକ୍ରମିତ ଚୀନ୍ରୁ କେହି ଜଣେ ବି ଆସି ନାହାନ୍ତି ।
ଗତ ୧୫ ଦିନ ଭିତରେ ଯେତିକି ଲୋକ ବିଦେଶରୁ ଆସିଛନ୍ତି, ତା’ମଧ୍ୟରେ ସର୍ବାଧିକ ୪୨୦ଜଣ ଆସିଛନ୍ତି ୟୁଏଇରୁ । ଅର୍ଥାତ୍ ୟୁଏଇରୁ ସର୍ବାଧିକ ୨୦ ପ୍ରତିଶତ, ସାଉଦିରୁ ୫ଧ, ବ୍ରିଟେନ୍ ଓ ମାଲେସିଆରୁ ଆସଛନ୍ତି ୪ ପ୍ରତିଶତ ଲେଖାଏଁ । ୮୦ଟି ଦେଶରୁ ସମୁଦାୟ ୨୧୩୧ ଜଣ ଓଡ଼ିଶା ଫେରି ନିଜକୁ ପଞ୍ଜିକୃତ କରିଥିବା ସରକାର ଆଜି ସରକାର ତଥ୍ୟ ରଖିଛନ୍ତି ।
ବିଦେଶ ଫେରନ୍ତା ସବୁଠୁ ବେଶି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର । ବିଦେଶ ଫେରନ୍ତାଙ୍କ ମଧ୍ୟରେ ୩୭ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର । ବିଦେଶ ଫେରନ୍ତାଙ୍କ ମୋଟ ସଂଖ୍ୟାର ୧୧ଧ କଟକର, ୯ଧ ଗଞ୍ଜାମର, ୬ଧ କେନ୍ଦ୍ରାପଡ଼ାର ଓ ୫ଧ ବାଲେଶ୍ୱର ଅଛନ୍ତି । କେବଳ ମାଲକାନଗିରିକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରୁ ବିଦେଶରୁ ଲୋକେ ଫେରିଛନ୍ତି । ବିଦେଶ ଫେରନ୍ତାଙ୍କ ମଧ୍ୟରେ ୦-୨୦ ବର୍ଷ ବୟସ ବୟସର ୨୧୦ ଜଣ ରହିଥିବା ବେଳେ ୨୦-୪୦ ବର୍ଷ ବୟସ୍କଙ୍କ ମଧ୍ୟରେ ୧୨୫୯ ଜଣ ଓ ୪୦-୬୦ ବୟସ ମଧ୍ୟରେ ୪୬୫ ଜଣ ଓ ୬୦-୮୦ ବୟସର ୯୬ ଜଣ ଓ ୮୦-୧୦୦ ବର୍ଷର ମାତ୍ର ଜଣେ ରହିଛନ୍ତି । ସରକାର ଏହି ତଥ୍ୟ ରଖିଛନ୍ତି ।
ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ କେମିତି ନ ବ୍ୟାପିବ, ସେଥିପାଇଁ ଆଜି ସରକାର ମନ୍ଦିର, ମସଜିଦ୍ ଓ ଗୀର୍ଜା ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଧର୍ମାନୁÂାନରେ ସାମାଜିକ ଦୂରତା ସହ ସଂକ୍ରମଣ ଯେମିତି ନବ୍ୟାପେ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଯେଉଁଠି ସମସ୍ୟା ଉପୁଜିବ, ସେଠାରେ ଭକ୍ତଙ୍କ ପ୍ରବେଶ ନିୟନ୍ତ୍ରଣ କରିବା ନେଇ ଧର୍ମାନୁÂାନ ପରିଚାଳନା କର୍ତ୍ତୃପକ୍ଷ ପଦକ୍ଷେପ ନେଇପାରିବେ । ଥଣ୍ଡା, ଜ୍ୱର ଓ କାଶ ହେଉଥିବା ଲୋକଙ୍କୁ ମନ୍ଦିର, ମସଜିଦ୍ କିମ୍ବା ଗୀର୍ଜାକୁ ନ ଯିବା ପାଇଁ ଅନୁରୋଧ କରାଯାଇଛି । ସମସ୍ତ କଟକଣା ସତ୍ତେ୍ୱ ଧର୍ମାନୁÂାନରେ ଦୈନନ୍ଦିନ ନୀତିକାନ୍ତି ପୂର୍ବ ପରି ଜାରି ରହିବ । ତୀର୍ଥଯାତ୍ରୀ, ପୂଜକ, ସେବାୟତ ଓ ଅନ୍ୟାନ୍ୟ ସୁରକ୍ଷା କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଲାଗି କୁହାଯାଇଛି । ଧାର୍ମିକ ସଂସ୍ଥା ପରିଚାଳନା କରୁଥିବା ସଂସ୍ଥା, ବୋର୍ଡ, ଟ୍ରଷ୍ଟ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଏ ଦିଗରେ ପଦକ୍ଷେପ ନେବା ଲାଗି କୁହାଯାଇଛି ।
ସରକାର ସୁଇମିଂପୁଲ୍ ବନ୍ଦ କରିବାକୁ ନିଦେ୍ର୍ଧଶ ଦେଇଥିବା ବେଳେ ଗାଁରେ ଥିବା ଦୂଷିତ ପୋଖରୀରେ ନ ଗାଧୋଇବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ଶ୍ରମିକଙ୍କ ସୁରକ୍ଷା ପାଇଁ ଶ୍ରମ ନିଦେ୍ର୍ଧଶାଳୟ ଗାଇଡ୍ଲାଇନ୍ ଜାରି କରିଛି । ଆଧାରକେନ୍ଦ୍ର ଗୁଡ଼ିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ଓସ୍ଡମା ସ୍ୱେଚ୍ଛାସେବୀମାନେ ବ୍ୟାଙ୍କ ଓ ଏଟିଏମ୍ରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଯାଞ୍ଚ କରିବେ । ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ ଓ ଲର୍ଣ୍ଣିଂ ପରୀକ୍ଷାକୁ ବାତିଲ କରି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୬୩୨୩ଟି କୋଠାକୁ ସାମୟିକ ଚିକିତ୍ସା ଶିବିର ପାଇଁ ଚିହ୍ନଟ କରାଯାଇଛି । ସହରାଞ୍ଚଳରେ ୨୬୧ କୋଠାକୁ ଏହି ଉଦେ୍ଧଶ୍ୟରେ ଚିହ୍ନଟ କରାଯାଇଛି । ରାଜ୍ୟର ୯୭ଟି ସହରାଞ୍ଚଳ, ୬୭୯୭ଟି ଗ୍ରାମ ପଞ୍ଚାୟତରେ ଏ ସବୁ ରହିଛି । ସରକାର ଏବେ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସୋଲେସନ୍ ୱାର୍ଡରେ ୫୪୦ଟି ବେଡ୍ ପ୍ରସ୍ତୁତ ରଖିଥିବା ଆବଶ୍ୟକ ପଡିଲେ ଏହି ସଂଖ୍ୟା ବଢାଯିବ ।
୧୦୪- ଟୋଲ୍ ଫ୍ରି ନମ୍ବରକୁ ଏବେ କଲ୍ ସଂଖ୍ୟା ବଢିବାରେ ଲାଗିଛି । ଆଜି ସୁଦ୍ଧା ୧୩ହଜାର ୬୨୭ କଲ୍ ଆସିଛି । ଆଗକୁ ଏହାର କଳେବର ମଧ୍ୟ ବୃଦ୍ଧି କରାଯିବ । ୧୦୪କୁ କଲ୍ କରି ଲୋକେ କରୋନା ସମ୍ପର୍କରେ ପଞ୍ଜିକରଣ କରିବା ସହ ଅନ୍ୟ ସେବା ମଧ୍ୟ ପାଉଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କାର୍ଯ୍ୟକ୍ରମ ମୁଖ୍ୟ ସୁବ୍ରତ ବାଗ୍ଚୀ, ଆଇଟି ଓ ପ୍ରଯୁକ୍ତି ବିଜ୍ଞାନ ସଚିବ ମନୋଜ ମିଶ୍ର ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.