ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଇଂରାଜୀ ମାଧ୍ୟମ ସ୍କୁଲ ସହ ତାଳ ଦେଇ ରାଜ୍ୟର ସରକାରୀ ସ୍କୁଲ ବାଟ ଚାଲିବ । ଛାତ୍ରଛାତ୍ରୀମାନେ ଆଗାମୀ ଦିନର ପ୍ରତିଯୋଗୀତାରେ ଯେପରି ନିଜକୁ ସାମିଲ କରିପାରିବେ ସେଥିପାଇଁ ପ୍ରାଥମିକ ଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସ୍କୁଲରେ ଏଣିକି ପ୍ରଥମ ଶ୍ରେଣୀରୁ ପିଲାମାନଙ୍କୁ ସ୍ପୋକନ୍ ଇଂଲିଶ ଶିକ୍ଷା ଦିଆଯିବ । ଏହାଛଡ଼ା ୩୦ ଜିଲ୍ଲାର ୧୦୧ ସ୍କୁଲକୁ ଉକ୍ରର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲିବ । ଉକ୍ରର୍ଷ କେନ୍ଦ୍ର ଭାବେ ବକିଶିତ ହେବାକୁ ଥିବା ସ୍କୁଲର ଭିତ୍ତିଭୂମି ସୁଦୃଢ଼ କରିବାକୁ ସ୍କୁଲ ପିଛା ୨୫ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ଦିଆଯିବ । ଏ ଦିଗରେ ଆନୁଷଙ୍ଗିକ ଭାବେ ତ୍ୱରିତ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ନିଦେ୍ର୍ଧଶ ଦେଇଛନ୍ତି ।
ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଇଂଲିଶ ଦୁର୍ବଳତାକୁ ଏଡ଼ାଇବାକୁ ଏପରି ଯୋଜନା କରିଛନ୍ତି ସରକାର । ସେହିପରି ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ଯାଏ ଆବଶ୍ୟକତା ଭିତ୍ତିରେ ଶିକ୍ଷକ ନିଯୁକ୍ତି ପାଇବେ । ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲରେ ମିଳିବ ଗୁଣାତ୍ମକ ଶିକ୍ଷା । ଏଥିପାଇଁ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି ।
ସମୟର ପରିବର୍ତ୍ତନ ସହ ପାଦ ମିଳାଇବା ଏବଂ ନୂଆ ଆହ୍ୱାନକୁ ସମ୍ମୁଖୀନ ହେବାକୁ ରାଜ୍ୟ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଛି ନୂଆ ବ୍ଲୁପ୍ରିଣ୍ଟ । ସରକାରୀ ସ୍କୁଲକୁ ଅଧିକରୁ ଅଧିକ ପିଲାଙ୍କୁ ଆକର୍ଷିତ କରିବାକୁ ସରକାର ଏବେ ସ୍କଉଲ ପରିଚାଳନା ବ୍ୟବସ୍ଥାର ଉନ୍ନତୀକରଣକୁ ଫୋକସ୍ କରିବାକୁ ଯାଉଛନ୍ତି । ଶିକ୍ଷାଦାନରେ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଦିଗ ପ୍ରତି ଦୃଷ୍ଟି ଦେଇ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଖୁବଶୀଘ୍ର ‘ମୋ ସରକାର’ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାମିଲ ହେବ । ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କର ଫୋନ୍ ନମ୍ବରକୁ ଡିଜିଟାଇାଜଡ କରାଯିବ । ପିଲାମାନେ ତାଙ୍କର ସବୁ ସାର୍ଟିଫିକେଟ ଏଣିକି ଅନ୍ଲାଇନ୍ରେ ପାଇପାରିବେ । ଶିକ୍ଷକ ତାଲିମ ପ୍ରତିÂାନର ବିକାଶ ସହ ଏଠାରେ ଉଚ୍ଚଶିକ୍ଷା ବିଭାଗରୁ କିଭଳି ଅଧ୍ୟାପକ ଆସି ନିଯୁକ୍ତି ପାଇବେ ସେ ଦିଗକୁ ସରକାର ଅଗ୍ରାଧିକାର ଦେଉଛନ୍ତି ।
ଉଲ୍ଳେଖଯୋଗ୍ୟ, ପୂର୍ବରୁ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବହୁ ପଦକ୍ଷେପ ହାତକୁ ନେଇଛନ୍ତି । ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ କିମ୍ବା ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଯଥାକ୍ରମେ ୧ କିମି, ୨ କିମି ଓ ୩ କିମି ପରିସରରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ମିଶାଇ ଦିଆଯିବ । ଏହାଦ୍ୱାରା ଆଉ ସ୍କୁଲରେ ଶିକ୍ଷକ ଅଭାବ ସମସ୍ୟା ରହିବ ନାହିଁ । ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ହେବ । ଏ କ୍ଷେତ୍ରରେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର ହେବାକୁ ଥିବା ପିଲାମାନଙ୍କୁ ଶିକ୍ଷା ଅଧିକାର ଆଇନରେ ସ୍ୱତନ୍ତ୍ର ଭାବେ ଭତ୍ତା ଦିଆଯିବ । ଏହାଛଡ଼ା ସ୍ଥାନାନ୍ତର ଭତ୍ତା ବାବଦକୁ ସର୍ବାଧିକ ୫ ହଜାର ଟଙ୍କା ମଧ୍ୟ ମିଳିବ ।
ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାରୀ ସ୍କୁଲ ନିକଟରେ ଥିବର ବ୍ଲକଗ୍ରାଣ୍ଟ, ଏଡେଡ୍ ଓ ନୂଆ ଏଡେଡ୍ ସ୍କୁଲଗୁଡ଼ିକୁ ମିଶାଇ ଦିଆଯିବ । ଚାଲୁନଥିବା ବ୍ଲକଗ୍ରାଣ୍ଟ ସ୍କୁଲଗୁଡ଼ିକୁ ବନ୍ଦ କରିଦେବା ସହ ଆବଶ୍ୟକତା ଭିତ୍ତିରେ ବ୍ଲକ ଗ୍ରାଣ୍ଟ ଓ ସରକାରୀ ଶିକ୍ଷକଙ୍କୁ ଡେପୁଟେସନ ଭିତ୍ତିରେ ମୁତୟନ କରିବାକୁ ନୀତି ପ୍ରଣୟନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।
‘ଫୋନି’ ପ୍ରଭାବିତ ୫ ଜିଲ୍ଲାର କ୍ଷତିଗ୍ରସ୍ତ ବ୍ଲକଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପଢ଼ୁଥାନ୍ତି ଏବଂ ନିକଟରେ କୌଣସି ସରକାରୀ ସ୍କୁଲ ନଥିବ, ଏ କ୍ଷେତ୍ରରେ ସରକାର ସେହି କ୍ଷତିଗ୍ରସ୍ତ ବ୍ଲକଗ୍ରାଣ୍ଟ ସ୍କୁଲର ମରାମତି, ରକ୍ଷଣାବେକ୍ଷଣା ଓ ପୁନଃନିର୍ମାଣ ପାଇଁ ପାଣ୍ଠି ଦେବେ । ମାତ୍ର ଯଦି ନିକଟରେ ସରକାରୀ ସ୍କୁଲ ଥାଏ ଏବଂ ବ୍ଲକ ଗ୍ରାଣ୍ଟ ସ୍କୁଲରେ କମ୍ ପିଲା ଥାଆନ୍ତି, ସେ କ୍ଷେତ୍ରରେ ସେହି ବ୍ଲକଗ୍ରାଣ୍ଟ ସ୍କୁଲକୁ ସରକାରୀ ସ୍କୁଲ ସହ ମିଶାଇ ଦିଆଯିବ । ରାଜ୍ୟର ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ସାମିଲ କରିବାକୁ ସରକାର ଏବେ ଗୁଣାତ୍ମକ ଶିକ୍ଷାଦାନକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
Comments are closed, but trackbacks and pingbacks are open.