୧୦ କୋଟି ଲୋକ ନିଜ ଘରେ ବନ୍ଦୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ୧୬୦ ଦେଶରେ କରୋନା ଭାଇରସ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ବିଭିନ୍ନ ଦେଶରେ ପ୍ରାୟ ୧୦ କୋଟିରୁ ଅଧିକ ଲୋକ ଏବେ ନିଜ ଘରେ ବନ୍ଦୀ ଅବସ୍ଥାରେ ରହିବାକୁ ବାଧ୍ୟ ହୋଇଛନ୍ତି । କରୋନା ଭାଇରସ ୧୬୦ଟି ଦେଶରେ ୬୬୮୫ ଜଣଙ୍କ ପ୍ରାଣ ନେଲାଣି ।
ଭାରତରେ ଗୋଟିଏ ପରେ ଗୋଟିଏ ରାଜ୍ୟ କରୋନା ଭାଇରସ୍ (କୋଭିଡ୍-୧୯)ର କବଳିତ ହେବାରେ ଲାଗିଛି । ରବିବାର ଉତ୍ତରାଖଣ୍ଡ ଓ ଓଡ଼ିଶାରେ ପ୍ରଥମ କରି ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି । ସୋମବାର ମହାରାଷ୍ଟ୍ରରେ ୫ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ କେରଳ, ଲଦାଖ ଓ ଜମ୍ମୁ-କାଶ୍ମୀରରେ ମଧ୍ୟ ଜଣେ ଲେଖାଏ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ସର୍ବାଧିକ ୩୭ରେ ପହଞ୍ଚôଛି । ଏହାକୁ ମିଶାଇ ଦେଶର ୧୫ଟି ରାଜ୍ୟକୁ କରେନା ବ୍ୟାପିସାରିଥିଲା ବେଳେ ଏହା କବଳରେ ୧୧୯ ଜଣ ରୋଗୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତୁ୍ୟ ଘଟିଥିଲା ବେଳେ ୧୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । କରୋନା ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରରେ ୩୭, କେରଳରେ ୨୩, ହରିଆଣାରେ ୧୪, ଉତ୍ତରପ୍ରଦେଶରେ ୧୩, ଦିଲ୍ଲୀରେ ୭, କର୍ଣ୍ଣାଟକରେ ୬, ରାଜସ୍ଥାନରେ ୪, ଲଦାଖରେ ୪, ତେଲଙ୍ଗାନାରେ ୩, ଜମ୍ମୁ-କାଶ୍ମୀରରେ ୩ ଏବଂ ପଞ୍ଜାବ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ଓଡ଼ିଶାରେ ଜଣେ ଲୋଖାଏ ରୋଗୀ ରହିଛନ୍ତି ।
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ୟୁରୋପୀୟ ୟୁନିଅନ, ବ୍ରିଟେନ ଓ ତୁର୍କୀ ରାଷ୍ଟ୍ରର ନାଗରିକଙ୍କ ଉପରେ ଟ୍ରାଭେଲ ବ୍ୟାନ୍ ଲଗାଇଛନ୍ତି । ମଙ୍ଗଳବାର ମଧ୍ୟରାତ୍ର ୧୨ଟା ଠାରୁ ଏହି କଟକଣା ଲଗାଯିବ । ଏସବୁ ଦେଶରୁ କୌଣସି ଯାତ୍ରୀ ଭାରତ ଆସିପାରିବେ ନାହିଁ । କୌଣସି ଏୟାରଲାଇନ୍ସ ମଧ୍ୟ ଏହିସବୁ ଦେଶର ଯାତ୍ରୀଙ୍କୁ ଭାରତ ଆଣିପାରିବେ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉପସାଗରୀୟ ଦେଶ ୟୁଏଇ, କାତାର, ଓମାନ ଓ କୁଏତ୍ରୁ ଆସୁଥିବା ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିବାକୁ ନିଦେ୍ର୍ଧଶନାମା ଜାରି କରିଛି । ମାର୍ଚ୍ଚ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଏହି କଟକଣା ବଳବତ୍ତର ରହିବ । ସେହିଭଳି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁÂାନ, ସୁଇମିଂ ପୁଲ, ମଲ ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଘରୋଇ ସଂସ୍ଥାମାନେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ଅନୁମତି ଦେବା, ସର୍ବସାଧାରଣ ଯାନବାହନ କମ୍ ବ୍ୟବହାର କରିବା, ପ୍ରତ୍ୟେକ ଲୋକଙ୍କ ଠାରୁ ୧ ମିଟର ଦୂରତା ବଜାୟ ରଖିବାକୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ମନ୍ତ୍ରୀଗୋÂୀର ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ସୋମବାର ନୂଆ ଡିସ୍ଚାର୍ଜ ନୀତି ଲାଗୁ କରିଛନ୍ତି । ସମଗ୍ର ଦେଶରେ ଏହା ଲାଗୁ କରାଯିବ । ଯାହାଫଳରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରୋଟୋକଲ ମାନିବାକୁ ପଡ଼ିବ । ଏହି ନୀତି ଅନୁସାରେ ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହୋଇ ସୁସ୍ଥ ହୋଇଥାନ୍ତି ତେବେ ୨୪ ଘଣ୍ଟା ଭିତରେ ତାଙ୍କର ଦୁଇଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଚେଷ୍ଟ ରେଡିଓଗ୍ରାଫି କରାଯିବ ଏବଂ ରେସ୍ପିରେଟୋରୀ ସାମ୍ପଲର ଭାଇରାଲ ଟେଷ୍ଟ କରାଯିବ । ସେହି ପରୀକ୍ଷା ରିପୋର୍ଟ ଯଦି ନେଗେଟିଭ ଆସିବ ତେବେ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯିବ । ଏ ସଂକ୍ରାନ୍ତ ନିଷ୍ପତ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନେଇପାରିବେ । କିନ୍ତୁ ଡିସଚାର୍ଜ ହେବାର ୧୪ ଦିନ ପର୍ଯ୍ୟନ୍ତ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ସେହିଭଳି ଯଦି ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସେ ତେବେ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ପ୍ରୋଟୋକଲ ଅନୁସାରେ ତାଙ୍କୁ ହସ୍ପିଟାଲରେ ରଖାଯାଇ ପୁଣି ଚିକିତ୍ସା କରାଯିବ ।
କରୋନା ଭାଇରସ୍ର ମୁକାବିଲା ପାଇଁ ସମସ୍ତେ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଟୁଇ୍ଟ କରି ସେ କହିଛନ୍ତି ଆମର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ କରୋନା ବିରୋଧରେ ଲଢେ଼ଇ ଜାରି ରଖିଛନ୍ତି । ସେମାନଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ । ସେମାନେ ଲୋକମାନଙ୍କୁ ସହାୟତା କରୁଛନ୍ତି । ତେଣୁ ପ୍ରତ୍ୟେକ ଦାୟିତ୍ୱବାନ୍ ନାଗରିକ ଏହି ଲଢେ଼ଇରେ ସେମାନଙ୍କ ସାଥ୍ ଦେବାକୁ ପଡ଼ିବ । ଅନ୍ୟ ଲୋକଙ୍କ ଜୀବନ ପ୍ରତି ଯେଭଳି ବିପଦ ନ ଆସୁ ସେଥିପାଇଁ ଭାରତର ପ୍ରତ୍ୟେକ ନାଗରିକ ବେଶ୍ ସଚେତନ ରହିବା ଆବଶ୍ୟକ । କେନ୍ଦ୍ର ସରକାର ସମସ୍ତଙ୍କୁ ସୁସ୍ଥ ରଖିବା ଏବଂ ଯେଉଁମାନେ କରୋନା ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଆରୋଗ୍ୟ କରଇବାକୁ କେନ୍ଦ୍ର ସରକାର ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଭଳି ଘଡିସନ୍ଧି ପରିସ୍ଥିତିରେ ସମସ୍ତେ ଏକାଠି ହୋଇ ଦୃଢ଼ ମନୋବଳର ସହ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଇତିମଧ୍ୟରେ କରୋନା ପ୍ରଭାବିତ ଇରାନରୁ ଚତୁର୍ଥ ବ୍ୟାଚ୍ରେ ସୋମବାର ୫୩ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୫୨ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ । ସେମାନଙ୍କୁ ଇରାନର ରାଜଧାନୀ ତେହେରାନ ଓ ସାଇରାଜରୁ ଅଣାଯାଇଛି । ଏହି ଭାରତୀୟଙ୍କୁ ଧରି ମହାନ ଏୟାର ଲାଇନ୍ସର ଏକ ବିମାନ ସୋମଭାର ଭୋର ୩ଟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚôଥିଲା । ସେଠାରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ରାଜସ୍ଥାନର ଜୈସାଲେମର ନିଆଯାଇଛି । ସେଠାରେ ଥିବା ସେନାର କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନେ ୧୪ ଦିନ ପର୍ଯ୍ୟନ୍ତ ରହିବେ । ରବିବାର ୨୩୪ ଜଣ ଭାରତୀୟଙ୍କୁ ଇରାନରୁ ଅଣାଯାଇଥିଲା । ଗତ ମଙ୍ଗଳବାର ପ୍ରଥମ ବ୍ୟାଚ୍ରେ ୫୮ ଓ ଶୁକ୍ରବାର ଦ୍ୱିତୀୟ ବ୍ୟାଚ୍ରେ ୪୪ ଜଣ ଭାରତୀୟଙ୍କୁ ଇରାନରୁ ଅଣାଯାଇଥିଲା । ଏହାକୁ ମିଶାଇ ଇରାନରୁ ଏପର୍ଯ୍ୟନ୍ତ ମୋଟ ୪ଟି ପର୍ଯ୍ୟାୟରେ ୩୮୯ ଜଣ ଭାରତୀୟଙ୍କୁ ଅଣାଯାଇଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଟୁଇଟ୍ କରି ସୂଚନା ଦେଇଛନ୍ତି ।
କରୋନା ଭାଇରସ ଇତିମଧ୍ୟରେ ବିଶ୍ୱର ୧୬୦ଟି ଦେଶରେ ପ୍ରଭାବ ବିସ୍ତାର କରିସାରିଛି । ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁ ୧,୭୪,୧୩୪ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୬,୬୮୫ ଜଣ ପ୍ରାଣ ହରାଇସାରିଲେଣି । ପ୍ରଥମ ଥର ପାଇଁ ବିଶ୍ୱର ଅନ୍ୟ ଦେଶଗୁଡିକରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଚୀନ୍ରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାକୁ ଅତିକ୍ରମ କରିଯାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତୃତୀୟାଂଶ କେବଳ ୟୁରୋପରେ ଅଛନ୍ତି । ୟୁରୋପୀୟ ଦେଶଗୁଡ଼ିକ ଏବେ ଭାଇରସ ସଂକ୍ରମଣ ରୋକିବାକୁ ଚୀନ୍ ଭଳି କଠୋର କଟକଣା ଲାଗୁ କରୁଛନ୍ତି । ସମଗ୍ର ୟୁରୋପରେ ଅନେକ ସହରକୁ ଅଚଳ କରିଦିଆଯିବା ସହିତ ଶିକ୍ଷାନୁÂାନ, ପବ୍, ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନବଜାର ଆଦିକୁ ବନ୍ଦ କରିଦିଆଯାଇଛି । ସାଧାରଣ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରାୟ ୧୦୦ ନିୟୁତ (୧୦ କୋଟି) ଲୋକ ଏବେ ନିଜ ଘରେ ଏକପ୍ରକାର ବନ୍ଦୀ ହୋଇ ରହିଛନ୍ତି ।
ବ୍ରିଟେନ ସରକାର ବୟସ୍କ ଲୋକମାନଙ୍କୁ କିଛି ମାସ ପାଇଁ ନିଜକୁ ଘର ଭିତରେ ଅଲଗା କରି ରଖିବାକୁ ପରାମର୍ଶ ଦେଇଛନ୍ତି । କେହି କରୋନା ସନ୍ଦିଗ୍ଦ କିମ୍ବା ଆକ୍ରାନ୍ତ ବ୍ୟକ୍ତି ନିଜକୁ ଅଲଗା ନରଖିଲେ କିମ୍ବା ସରକାରୀ କର୍ମଚାରୀଙ୍କ ନିଦେ୍ର୍ଧଶ ଅବମାନନା କଲେ ତା’କୁ ଦଣ୍ଡିତ କରିବା ସହ ଜରିମାନା ଲଗାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବ୍ରିଟିଶ ପୁଲିସକୁ ଅଧିକ କ୍ଷମତା ଦିଆଯାଇଛି । ସ୍ପେନରେ ବିମାନବନ୍ଦରଗୁଡ଼ିକର ସୁରକ୍ଷା ପାଇଁ ସେନାକୁ ମୁତୟନ କରାଯାଇଛି । ଜର୍ମାନୀ ନିଜର ସମସ୍ତ ସୀମା ବନ୍ଦ କରିଦେଇଥିଲାବେଳେ ଫ୍ରାନ୍ସ ପ୍ୟାରିସ ସହରକୁ ସମ୍ପୂର୍ଣ୍ଣ ଅଚଳ କରିବାକୁ ଚିନ୍ତା କରୁଛି । ଅଷ୍ଟ୍ରିଆ ଓ ସୁଇଜରଲ୍ୟାଣ୍ଡର ଜେନିଭାରେ ୫ରୁ ଅଧିକ ଲୋକଙ୍କ ଗୋଟିଏ ସ୍ଥାନରେ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ସ୍ଲୋଭାକିଆରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି । ସ୍ପେନରେ ୧୨୦୩ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯୧କୁ ବୃଦ୍ଧି ପାଇଛି । ଇଟାଲୀରେ ରବିବାର ସୁଦ୍ଧା ୧୮୦୯ ଜଣ ପ୍ରାଣ ହରାଇଥିଲାବେଳେ ୨୪, ୭୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଇରାନରେ ଆଉ ୧୨୯ ଜଣ ପ୍ରାଣ ହରାଇବା ପରେ ମୃତକଙ୍କ ସଂଖ୍ୟା ୮୫୩କୁ ବୃଦ୍ଧି ପାଇଛି । ସେଠାରେ ୧୪,୯୯୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଦକ୍ଷିଣ କୋରିଆରେ ୮୨୩୬, ଜର୍ମାନୀରେ ୬୨୪୮, ଫ୍ରାନ୍ସରେ ୫,୪୨୩, ଆମେରିକାରେ ୩,୮୦୭, ସ୍ୱିଜରଲ୍ୟାଣ୍ଡରେ ୨୨୨୧, ବ୍ରିଟେନରେ ୧୩୯୧, ନେଦରଲ୍ୟାଣ୍ଡରେ ୧୪୧୩, ନରୱେରେ ୧୨୯୫ ଏବଂ ବେଲଜିୟମରେ ୧୦୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons