୧୦ ମାସର ଶିଶୁ କରୋନା ସଂକ୍ରମିତ: କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ

Get real time updates directly on you device, subscribe now.

ବେଙ୍ଗାଲୁରୁ : ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ରୀୟ ଭାରତର କୋଣ ଅନୁକୋଣରେ କରୋନା ଛାଇବାରେ ଲାଗିଛି ଜ୍ଝ ପ୍ରଥମେ ବୃଦ୍ଧ ତଥା ବୟସ୍କଙ୍କୁ ସାଧାରଣତଃ ସଂକ୍ରମିତ କରୁଥିବା କରୋନା ଭାଇରସ୍ ବର୍ତ୍ତମାନ ଶିଶୁଙ୍କୁ ମଧ୍ୟ କବଳିତ କରୁଛି। ଅର୍ଥାତ ଶିଶୁ ଏହି ଭୟଙ୍କର ମହାମାରୀ ସଂକ୍ରମଣର ଶିକାର ହୋଇଛନ୍ତି ଜ୍ଝ କର୍ଣ୍ଣାଟକରେ ଏକ ୧୦ ମାସର ଶିଶୁର କୋଭିଡ୍ -୧୯ ପରୀକ୍ଷା ପଜିଟିଭ୍ ଆସିଛି ଜ୍ଝ ଆଶ୍ଚର୍ୟ୍ୟର କଥା ହେଉଛି, ଦକ୍ଷିଣ କର୍ଣ୍ଣାଟକର ସାଜିପାନାଡୁରେ ରହୁଥିବା ଏହି ଶିଶୁ କୌଣସି କୋଭିଡ -୧୯ ପ୍ରଭାବିତ ଦେଶକୁ ଯାଇନଥିଲା ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାଟି କିଛିଦିନ ପୂର୍ବେ ତାଙ୍କ ପରିବାର ସହିତ କେରଳ ଯାଇଥିଲା। ଏହି ପରିପ୍ରେକ୍ଷୀରେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସମ୍ପ୍ରତି ଶିଶୁଟି ହସ୍ପିଟାଲର ଏକ ଅଲଗା ୱାର୍ଡରେ ଚିକିତ୍ସିତ ହେଉଥିବାବେଳେ ଶିଶୁଙ୍କ ସହ ସମ୍ପର୍କ ଥିବା ୬ ଜଣଙ୍କୁ ଘରେ କ୍ଵାରେଣ୍ଟାଇନ କରାଯାଇଛି।
ଏହା ବ୍ୟତୀତ ବେଙ୍ଗାଲୁରୁର ଜଣେ ୨୦ ବର୍ଷ ବୟସ୍କ ଯୁବକ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଯୁବକ ଜଣକ ମାର୍ଚ୍ଚ ୧୫ ତାରିଖରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଯାତ୍ରା କରି ଭାରତ ଫେରିଥିଲେ। କର୍ଣ୍ଣାଟକରେ କୋଭିଡ -୧୯ ଯୋଗୁଁ ଏପର୍ୟ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାସ ଆରମ୍ଭରେ, ୬୫ ବର୍ଷ ବୟସ୍କ ୭୬ବର୍ଷ ବୟସ୍କ ଏବଂ ୭୦ ବର୍ଷ ବୟସ୍କା ବୃଦ୍ଧ ମହିଳା ଏହି ମହାମାରୀରେ ମୃତ୍ୟୁ ବରଣ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons