୧୦ ଲକ୍ଷ କୋଟି କ୍ଷତି ସହିବ ଭାରତ

Get real time updates directly on you device, subscribe now.

ମୁମ୍ବାଇ: କରୋନା ମହାମାରୀ(କୋଭିଡ୍-୧୯)ର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଛି । ଏଥିଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଛି । ଅର୍ଥବ୍ୟବସ୍ଥାକୁ ଅନେକ କ୍ଷତି ସହିବାକୁ ପଡ଼ୁଛି । ଘରୋଇ ରେଟିଂ ଏଜେନ୍ସି କ୍ରିସିଲ୍ର କହିବାନୁସାରେ, ଲକ୍ଡାଉନ୍ ଦ୍ୱାରା ଅର୍ଥନୀତିକୁ ମୋଟ ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ । ପ୍ରତି ବ୍ୟକ୍ତି ପିଛା କ୍ଷତି ୭,୦୦୦ କୋଟି ଟଙ୍କା ରହିବ ।ଲକ୍ଡାଉନ୍ ମଧ୍ୟରେ ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଭାରତର ମୋଟ ଘରୋଇ ଉପôାଦ(ଜିଡିପି) ଅଭିବୃଦ୍ଧି ଆକଳନକୁ କମାଇ ଚାଲିଛନ୍ତି । ୨୦୨୦-୨୧ ଆର୍ଥିକବର୍ଷରେ ଭାରତ ଜିଡିପି ଅଭିବୃଦ୍ଧି ହାର ୧.୮% ରହିବ ବୋଲି କ୍ରିସିଲ ଅନୁମାନ କରିଛି । ସାଶ୍ଛ୍ରତିକ ପରିସ୍ଥିତି ଉଦ୍ୟୋଗଜଗତକୁ ଅତି ମାତ୍ରାରେ ସରକାରୀ ସହାୟତା ଦରକାର । ଏହା ପୂର୍ବରୁ କ୍ରିସିଲ ଚଳିତ ଆର୍ଥିକବର୍ଷ ଦେଶର ଅଭିବୃଦ୍ଧି ହାର ୬% ରହିବ ଆକଳନ କରିଥିଲା । ମାର୍ଚ୍ଚରେ ଏହାକୁ ୩.୫ଧକୁ ଖସାଇଥିବାବେଳେ ଏବେ ୧.୮%କୁ ହ୍ରାସ କରିଛି ।
ଅନ୍ୟ ଏକ ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଙ୍ଗ୍ସ ଆଣ୍ଡ୍ ରିସର୍ଚ୍ଚ ୨୦୨୦-୨୧ ପାଇଁ ଭାରତର ଅଭିବୃଦ୍ଧି ଅନୁମାନକୁ ୧.୯%କୁ ହ୍ରାସ କରିଛି । ଏହା ଗତ ୨୯ ବର୍ଷରେ ସର୍ବନିମ୍ନ ଅଭିବୃଦ୍ଧି । କେନ୍ଦ୍ର ସରକାର ଇତି ମଧ୍ୟରେ କୋଭିଡ୍-୧୯ ଦ୍ୱାରା ପ୍ରଭାବିତ ଗରିବ ବର୍ଗଙ୍କ ସହାୟତା ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଆଗକୁ ଆଉ ଏକ ପ୍ୟାକେଜ୍ ଆଣିବା ପାଇଁ ମଧ୍ୟ ବିଚାର କରାଯାଉଛି । ଏଥର ଏମ୍ଏସ୍ଏମ୍ଇ ଏବଂ ଅଟୋମୋବାଇଲ, ରିଅଲ ଇଷ୍ଟେଟ୍, ହୋଟେଲ ଏବଂ ହସ୍ପିଟାଲିଟି ଆଦି ଅଧିକ ପ୍ରଭାବିତ କ୍ଷେତ୍ରଗୁଡିକୁ ଅଗ୍ରାଧିକାର ଦିଆଯାଇପାରେ ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ, ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଲକ୍ଡାଉନ୍କୁ ମେ’ ୩ ଯାଏ ସମ୍ପ୍ରସାରଣ କରିଛନ୍ତି । ଆଗକୁ ଲକ୍ଡାଉନ୍ ପୁଣି ସମ୍ପ୍ରସାରଣ କରାଯିବ କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ । ତେବେ ଲକ୍ଡାଉନ୍ ଅବଧି ଯଦି ବଢେ଼ ତା’ହେଲେ ଏହା ଅର୍ଥନୀତିକୁ ଅତି ନିକୃଷ୍ଟ ସ୍ତକୁ ନେଇଯିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଲକ୍ଡାଉନ୍ ଯୋଗୁ ସବୁ ବ୍ୟବସାୟିକ କାର୍ଯ୍ୟକଳାପ ଠପ୍ ହୋଇଯାଇଛି । ଯାନବାହନ ଚଳାଚଳ ଉପରେ ରୋକ ଲଗାଯାଇଛି । ବିନିର୍ମାଣ, ନିର୍ମାଣ ସବୁକିଛି ବନ୍ଦ । ଏଭଳି କ୍ଷେତ୍ରରେ ଲକ୍ଡାଉନ୍ ପରବର୍ତ୍ତୀ ସମୟ ଅର୍ଥବ୍ୟବସ୍ଥା ପାଇଁ ଆହ୍ୱାନମୂଳକ ରହିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons