୧୦ ଲକ୍ଷ ଟଙ୍କା, ୫୦ ଭରି ଗହଣା ଲୁଟିନେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ବଅଁରପାଳ,(ବି.ବି.ନୁ୍ୟଜ୍): ନାଲ୍କୋନଗର ଥାନାଠାରୁ ମାତ୍ର ଦୁଇ କିଲୋମିଟର ଦୂର ଗିରାଙ୍ଗରୁ ବୁଧବାର ରାତିରେ ଏକ ବଡ଼ଧରଣର ଲୁଟ୍ପାଟ୍ ହୋଇଛି । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ନିଶା ସ୍ପେ୍ର୍ ମାରି ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି । ଗ୍ରୀଲ୍ ତାଡ଼ି ୧୦ ଲକ୍ଷ ନଗଦ ଟଙ୍କା ସମେତ ପ୍ରାୟ ୫୦ ଭରି ଓଜନର ସୁନାଗହଣା ନେଇ ଦୁର୍ବୃତ୍ତ ଖସି ଯାଇଛନ୍ତି । ବିଳମ୍ବିତ ରାତିରେ ଖବର ପାଇ ପୁଲିସ ଛାନ୍ଭିନ୍ ଚଳାଇଥିଲା । ଆଜି ଅପରାହ୍ଣରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁଧ୍ୟାନ କରିଥିଲେ ବି ଦୁର୍ବୃତ୍ତ କି ଲୁଟ୍ ସମ୍ପତ୍ତିର ଟେର୍ ମିଳି ନାହିଁ । ନାଲ୍କୋ ଥାନା ଇଲାକାରେ ବାରମ୍ବାର ଲୁଟପାଟ୍ କୋକୁଆଭୟ ସୃଷ୍ଟି କରିଛି ।
ପ୍ରକାଶ ଯେ, ଏଫ୍ସିଆଇ ଭାରୀଜଳ କାରଖାନାରୁ ଚାକିରିରୁ ଅବସର ନେବା ପରେ ନନ୍ଦକିଶୋର ସାହୁ (୭୫) ଗିରାଙ୍ଗ ରାସ୍ତା ପାଶ୍ୱର୍ରେ ଘର କରି ରହୁଛନ୍ତି । ତାଙ୍କର ପୁଅ ବିକ୍ରମ ସାହୁ ନାଲ୍କୋରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଗତକାଲି ନନ୍ଦକିଶୋର ତାଙ୍କ ପୈତୃକ ଗ୍ରାମକୁ ଯାଇଥିବା ବେଳେ ପୁଅ ବିକ୍ରମଙ୍କର ରାତ୍ରି ଡୁ୍ୟଟି ଥିଲା । ରାତିରେ କେବଳ ତାଙ୍କର ଦୁଇ ଝିଅ ପଦ୍ମାବତୀ ସାହୁ(୪୫) ଓ ଇନ୍ଦୁମତି ସାହୁ(୩୫) ଘରେ ଥିଲେ । ପଦ୍ମାବତୀ ଜଣେ କ୍ରୀଡ଼ା ଶିକ୍ଷୟିତ୍ରୀ । ରାତିରେ ଦୁଇ ଭଉଣୀ ଗୋଟିଏ କୋଠରିରେ ଶୋଇଥିଲେ । ବିଳମ୍ବିତ ରାତିରେ ଅନ୍ୟ ପ୍ରକୋÂରେ ଖଡ଼୍ଖଡ଼୍ ଶବ୍ଦ ଶୁଣି ପଦ୍ମାବତୀ ଉଠି ପଡ଼ିଥିଲେ । ହେଲେ ବାହାର ପଟୁ କବାଟ ବନ୍ଦ ଥିବାରୁ ଆସିପାରି ନ ଥିଲେ । ଘର ଭିତରେ ଲୁଟପାଟ୍ ହେଉଥିବା ଆଶଙ୍କା କରି ସେ ଚିକ୍ରାର କରିବା ସହ କବାଟ ଭାଙ୍ଗି ଦେଇଥିଲେ । ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘର ଭିତରେ ଏପଟ ସେପଟ ହେଉଥିବା ଦେଖି ରୋଷେଇ ଘରୁ ପନିକି ଆଣି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ସେତିକିବେଳକୁ ଦୁର୍ବୃତ୍ତମାନେ ସମସ୍ତ ଟଙ୍କା ସୁନା ସଂଗ୍ରହ କରି ସାରିଥିବା ବେଳେ ଧରାପଡ଼ିଯିବା ଭୟରେ ଖସିଯାଇଥିଲେ । ଏ ଘଟଣା ସମ୍ପର୍କରେ ପଦ୍ମାବତୀ ତୁରନ୍ତ ତାଙ୍କ ଭାଇ ଓ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଖବରପାଇ ରାତି ପ୍ରାୟ ୩ଟା ବେଳେ ନାଲ୍କୋ ଥାନା ଅଧିକାରିଣୀ ବିନ୍ଦୁବାସିନୀ ବିଶ୍ୱାଳ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।
ରାତିରେ ଘରେ ପୁରୁଷ ଲୋକ କେହି ନ ଥିବାର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ଶାବଳରେ ଗ୍ରୀଲ୍ ତାଡ଼ି ଘର ଭିତରେ ପ୍ରବେଶ କରିଥିଲେ । ଦୁଇ ଭଉଣୀ ଶୋଇଥିବା ପ୍ରକୋÂରେ ନିଶା ସ୍ପେ୍ର କରି ବେଧଡ଼କ ଭାବରେ ଟଙ୍କା, ସୁନା ସଂଗ୍ରହ କରିଥିବା ଆଶଙ୍କା କରାଯାଉଛି । ନିଶାର ପ୍ରଭାବ କମିବା ପରେ ଦୁଇ ଭଉଣୀ ଦୁର୍ବୃତ୍ତଙ୍କ ସମ୍ପର୍କରେ ଜାଣି ପାରିଥିଲେ । ଦୁର୍ବୃତ୍ତମାନେ ନଗଦ ଟଙ୍କା ସମେତ ହାର, ମଙ୍ଗଳସୁତ୍ର, ଚେନ୍, କାନ ଓ ନାକଫୁଲ, ଲକେଟ୍, ମୁଦି, ମଥାମଣି, ଚୁଡ଼ି, ବ୍ରେସଲେଟ୍ ଆଦି ୫୦ ଭରି ଓଜନର ଗହଣା ନେଇଯାଇଛନ୍ତି । ଗତରାତିରେ ନନ୍ଦକିଶୋରଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂରରେ ରହୁଥିବା ଚନ୍ଦ୍ରମଣି ସାହୁଙ୍କ ଘରୁ ଚୋରି ଉଦ୍ୟମ ହୋଇଥିଲା । ରାତି ପ୍ରାୟ ୧ଟା ବେଳେ ଦୁର୍ବର୍ୃତ୍ତମାନେ ଗ୍ରୀଲ୍ ତାଡ଼ିବାକୁ ଉଦ୍ୟମ ଚଳାଇଥିବା ବେଳେ ଘରେ ରହୁଥିବା ଲୋକ ଉଠିପଡ଼ିଥିଲେ । ଫଳରେ ଦୁର୍ବୃତ୍ତ ଖସି ଯାଇଥିଲେ । ତେବେ ଏହି ଲୁଟ୍ପାଟ୍ରେ ସ୍ଥାନୀୟ ସମ୍ପୃକ୍ତକୁ ଅଣଦେଖା କରାଯାଇନପାରେ ବୋଲି ଆଲୋଚନା ହେଉଛି । ଲୁଟପାଟ୍ ପୂର୍ବରୁ ଏ ଅଞ୍ଚଳରେ ବୁଲି ଟିକିନିଖି ଖବର ସଂଗ୍ରହ କରିବା ପରେ ରାତିରେ ଗ୍ରୀଲ୍ ତାଡ଼ୁଥିବା ଆଶଙ୍କା କରାଯାଇଛି । ପୂର୍ବରୁ ନାଲ୍କୋ ଟାଉନ୍ସିପ୍ର ଏକାଧିକ ଲୁଟପାଟ୍ ମାମଲାରେ ପୁଲିସକୁ କୁଳକିନାରା ମିଳି ନ ଥିବାବେଳେ ଥାନା ନାକ ତଳୁ ଦୁଇ ଦୁଇଟି ଲୁଟପାଟ୍ ଉଦ୍ୟମ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons