ଜୟପୁର: ସଟ୍ଡାଉନ୍ରେ ଘରେ ନରହି ବିନା କାରଣରେ ବାହାରେ ବୁଲିବା ଅଭିଯୋଗରେ ୨୦ ଅମାନିଆ ତଣ୍ଡ ଗଣିଛନ୍ତି । ସଦର ପୁଲିସ ସେମାନଙ୍କଠାରୁ ଜରିମାନା ବାବଦରେ ୧୦ ହଜାର ଟଙ୍କା ଆଦାୟ କରିଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି । ଆଜି ପୂର୍ବାହ୍ନ ୧୧ଟାରେ ଏନଏଚ୍-୨୬ ରେଲୱେ ଛକ ନିକଟରେ ଯାନବାହାନ ଯାଞ୍ଚ କରାଯାଇଥିଲା । ବିନା ମାସ୍କ, ହେଲମେଟ୍ ଏବଂ ସିଟ୍ ବେଲଟ୍ ନବାନ୍ଧି ଯିବା ଆସିବା ଗାଡ଼ି ଅଟକା ଯାଇ ଯାଞ୍ଚ କରାଯାଇଥିଲା । ପୁଲିସକୁ ଦେଖି କେତେକ ବାଟ ଭାଙ୍ଗି ଲେଉଟି ଯାଇଥିଲେ । ବୟସ୍କ ଏବଂ ମହିଳାଙ୍କୁ ଅଯଥା ବାହାରକୁ ନବାହାରିବା ଲାଗି ଅଧିକାରୀମାନେ ପରାମର୍ଶ ଦେଇଥିଲେ । ଅମାନିଆଙ୍କ ଠାରୁ ଜରିମାନା ଆଦାୟ ପରେ ଚେତାବନୀ ଦିଆଯାଇ ଛଡ଼ା ଯାଇଥିଲା । ଏଏସ୍ଆଇ ତୁଳାରାମ ପୂଜାରୀ, ଘେନୁ ଖେମୁଣ୍ଡୁ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.