୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ହେଲପରଙ୍କ ମୃତ୍ୟୁ

Get real time updates directly on you device, subscribe now.

ଆନନ୍ଦପୁର : ବେଆଇନ ବାଲି ଚାଲାଣ ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ହେଲପରଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କୋଳିମାଟି ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାଲି ଗଦା ଉପରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଟ୍ରକ୍ ହେଲପର । ଟ୍ରକରେ ବୋଝେଇ ହେଉଥିବା ବେଳେ ଟ୍ରକ୍ ହେଲପର ବାଲି ବୋଝେଇର ତଦାରଖ କରିବାକୁ ବାଲି ଗଦା ଉପରେ ଚଢିଥିଲେ । ଏହି ସମୟରେ ଅସାବଧାନତା ବଶତଃ ଉପରେ ଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରକ୍ ହେଲପରଙ୍କ ମୃତ୍ୟୁ ଘଟିଥିଲା । ମୃତଦେହକୁ ପୋଲିସ ଜବତ କରିଥିବାବେଳେ ଡ୍ରାଇଭର ଗୌତମ ବେହେରାକୁ ଅଟକ ରଖି ଖୋଳତାଡ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons