ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗତିପଥ ବଦଳାଉଛି ବାତ୍ୟା ଅମ୍ଫାନ୍ । ବଙ୍ଗୋପସାଗରରେ ସିଭିୟର ସାଇକ୍ଳୋନିକ୍ ଷ୍ଟ୍ରମ୍ର ରୂପ ନେଇଥିବା ବାତ୍ୟା ଅମ୍ଫାନ ଧିରେ ଧିରେ ଉତ୍ତର-ପଶ୍ଚିମ ମୁହାଁ ହେବାରେ ଲାଗିଛି । ଗତ ୬ ଘଣ୍ଟା ମଧ୍ୟରେ ଏହାର ବେଗ ଘଣ୍ଟା ପ୍ରତି ୩ କିଲୋମିଟର ବେଗ ରହିଛି । ପାରାଦୀପଠାରୁ ଏହା ୧୧୩୦ କିମି ଦୂରରେ ଥିବା ବେଳେ ଦୀଘା-ବାଂଲାଦେଶର ଖେପୁପରାଠାରୁ ୧୨୫୦ କିମି ଦୂରରେ ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଳୋନିକ୍ ଷ୍ଟ୍ରମ୍ରେ ପରିଣତ ହେବା ନେଇ ଅନୁମାନ କରାଯାଉଛି । ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଆଡକୁ ମୁହାଁଇବା ପୁନର୍ବାର ଏହା ଉତ୍ତର ଏବଂ ଉତ୍ତର -ପୂର୍ବକୁ ବୁଲି ୨୦ ତାରିଖ ସୁଦ୍ଧା ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶରେ ହାଟିଆ ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେତେବେଳକୁ ଏହା ସିଭିୟର ସାଇକ୍ଳୋନିକ୍ ରୂପ ନେଇ ସାରିଥିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବିଶେଷ କରି ଏହି ସମ୍ଭାବ୍ୟ ବାତ୍ୟା ଦୀଘା ଏବଂ ହାଟିଆ ମଧ୍ୟରେ ହିଟ୍ କରିପାରେ ବୋଲି ଆକଳନ କରାଯାଉଛି । ସମ୍ଭାବ୍ୟ ବାତ୍ୟା ମୁକାବିଳା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଶନିବାର ଜାରି ହୋଇଥିବା ଆଲର୍ଟ ରବିବାର ମଧ୍ୟ ବଳବତ୍ତର ରହିଛି । ବାତ୍ୟାର ନୂଆ ଗତିପଥକୁ ଦେଖି ନୂଆ ଆଲର୍ଟ ଜାରି କରାଯିବା ସାଙ୍ଗକୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଏସ୍ଆରସି କହିଛନ୍ତି । ୧୯ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପରେ ପବନର ପ୍ରଭାବ ରହିବ । ତାହାକୁ ନଜର ରଖାଯାଇଛି । କେଉଁ ଜିଲ୍ଲାର କେଉଁ ଜାଗାରେ ଲୋକଙ୍କୁ ସ୍ଥାନାନ୍ତର କରଯିବ ସେନେଇ ଆଲୋଚନା ଜାରି ରହିଛି । ରବିାର ରାତିରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ବାତ୍ୟାର ମୁକାବିଲା ଲାଗି ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାକୁ ଓଡ୍ରାଫ ଓ ଏନ୍ଡିଆରଏଫ୍ ଟିମ୍ ପଠାଯାଇଛି । ଗୋଟିଏ ପଟେ କରୋନା ମୁକାବିଲା ଓ ଏପଟେ ବାତ୍ୟାକୁ ଦେଖି ପଦକ୍ଷେପ ନେଉଛନ୍ତି ସରକାର । ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାର କୋଭିଡ୍ କାମରେ ଲାଗିନଥିବା ୫୪୨ ଟି ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ୧୦୭୨ଟି କୋଠାକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରାଯାଇଛି । କୋଭିଡ୍କୁ ପ୍ରାଧାନ୍ୟ ଦେଇ ସାମାଜିକ ଦୂରତା ଅବଲମ୍ବନ କରିବା ସହ ୧୨ଟି ଜିଲ୍ଲାରେ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରଯାଇ ପାରିବ ବୋଲି ଏସ୍ଆରସି କହିଛନ୍ତି ।
Comments are closed, but trackbacks and pingbacks are open.