୧୨୦ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

Get real time updates directly on you device, subscribe now.

ରାଜସୁନାଖଳା,(ବି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଅଞ୍ଚଳର ଯୁବକ, ଯୁବତୀମାନେ ଏକ ନିଆରା ଢଙ୍ଗରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରି ନିଆରା ଦେଶଭକ୍ତି ପ୍ରଦର୍ଶନ କରି ଚର୍ଚ୍ଚିତ ହୋଇଛନ୍ତି । ୧୨୦ ମିଟର ଲମ୍ବା ବିଶାଳ ଜାତୀୟ ପତାକା ଧରି ୨୦୦ରୁ ଅଧିକ ଯୁବକ, ଯୁବତୀ ବିଭିନ୍ନ ଦେଶଭକ୍ତିର ନାରା ଦେଇ ସମଗ୍ର ରାଜସୁନାଖଳା ପରିକ୍ରମା କରିଥିଲେ ।
ତ୍ରିରଙ୍ଗା ଶୋଭାଯାତ୍ରା କମିଟି, ରାଜସୁନାଖଳାର ଏହା ଥିଲା ଦ୍ୱିତୀୟ ବାର୍ଷିକ ସାଧାରଣତନ୍ତ୍ର ଦିବସ ତ୍ରିରଙ୍ଗା ଶୋଭାଯାତ୍ରା । କୋଭିଡ୍ କଟକଣାରେ ଏହି ଶୋଭାଯାତ୍ରା ସହ ଏକ ସଭା ମଧ୍ୟ ଅନୁÂିତ ହୋଇଥିଲା ।
ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ତରାସ, ଯୁବ ସମାଜସେବୀ ଜଗନ ନାୟକ, ସବ୍ୟସାଚୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
ସହର ପରିକ୍ରମା ପରେ କାଉଁରୀପାଟଣା ସାହି ଯୁବ ଭାରତୀ କ୍ଲବ ପରିସରରେ ଆୟୋଜିତ ସାଧାରଣ ସଭାରେ ଖୋର୍ଦ୍ଧା ଜିଲ୍ଲା ସମବାୟ ସମିତି ନିଦେ୍ର୍ଧଶକ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯୁବଶକ୍ତିର ଏଭଳି ନିଆରା ପ୍ରୟାସକୂ ଭୂୟସୀ ପ୍ରଶଂସା କରିଥିଲେ ।
ତ୍ରିରଙ୍ଗା ଶୋଭାଯାତ୍ରା କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉତ୍ସବର ଆବାହକ ତଥା ଯୁବ ସମାଜସେବୀ ଚିତ୍ତ ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରିନ୍ସ ଫାଉଣ୍ଡେସନ, ରାଜସୁନାଖଳା ଏବଂ ମୋ ଗାଁ ମହୋତ୍ସବ କମିଟି, ନରେନ୍ଦ୍ରପୁରର ସଦସ୍ୟମାନେ ସହଯୋଗ କରିଥିଲେ । ତ୍ରିରଙ୍ଗା ଶୋଭାଯାତ୍ରା କମିଟିର ଏଭଳି ଭିନ୍ନ ଧରଣର କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons