ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜରୁରି ନଥିଲେ ଘରୁ ବାହାରନ୍ତୁ ନାହିଁ । ନିହାତି ଆବଶ୍ୟକ ଥିଲେ ବଜାରକୁ ଯାଆନ୍ତୁ । ହାତକୁ ନିୟମିତ ଭଲ ଭାବରେ ସଫା କର । ଯେତେ ପାରୁଛ ସାମାଜିକ ଦୂରତା ରଖ । ଯେଉଁମାନଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଛି ସେମାନେ ସ୍ୱତଃପ୍ରବୃତ୍ତ ଭାବେ ନିଜକୁ ୧୪ ଦିନ ଦିନ କ୍ୱାରେଣ୍ଟାଇନ୍ରେ ରଖନ୍ତୁ । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏମିତି ପରାମର୍ଶ ଦେଇଛନ୍ତି । ଓଡ଼ିଶାକୁ କରୋନାଠୁ ଦୂରେଇ ରଖିବାକୁ ସରକାର ପ୍ରତିଷେଧକମୂଳକ ପଦକ୍ଷେପକୁ ଆହୁରି ବଢ଼ାଇଥିଲା ବେଳେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।
କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ କରୋନାକୁ ଏଡ଼ାଇବାକୁ ରାଜ୍ୟ ସରକାର ବ୍ଲକ ଓ ପଞ୍ଚାୟତରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବେ । ପଞ୍ଚାୟତସ୍ତରରୁ ଲୋକମାନଙ୍କୁ ସଚେତନ କରାଯିବ । ଆସନ୍ତା ୩ ମାସର କଣ୍ଟେ୍ରାଲ ସାମଗ୍ରୀ ଏକାଥରକେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ୪ ମାସର ଆଗୁଆ ଭତ୍ତା ମଧ୍ୟ ଏକକାଳୀନ ପ୍ରଦାନ କରାଯିବ ।
ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କାର୍ଯ୍ୟକ୍ରମର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି, କରୋନା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ରହିଛନ୍ତି ସରକାର । ସହରଗୁଡ଼ିକରେ ଗତକାଲି କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିଥିବା ବେଳେ ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବ । ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହାଛଡ଼ା ସରକାର ବୃଦ୍ଧ, ବୃଦ୍ଧା ଓ ଅକ୍ଷମମାନଙ୍କ ନିକଟରେ ସାଧାରଣ ବଣ୍ଟନ ସାମଗ୍ରୀ ଘରେ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି ।
ସରକାର ସୂଚନା ଦେଇଛନ୍ତି, ଗତକାଲିଠୁ ବିଦେଶ ଗସ୍ତ କରିଥିବା ଲୋକଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୧୨୩୯ ଜଣ ପଞ୍ଜୀକୃତ କରି ସାରିଛନ୍ତି । ଏମାନଙ୍କ ମଧ୍ୟରୁ ୫୫୪ ଜଣ ୧୦୪ ଟୋଲ ଫ୍ରି ନମ୍ବରକୁ କଲ୍ କରି ଓ ୬୮୫ ଜଣ ୱେବସାଇଟ୍ ଜରିଆରେ ପଞ୍ଜିକୃତ ହୋଇଛନ୍ତି ।
ବିଦେଶ ଗସ୍ତରୁ ଫେରିଥିବା ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ସହ ପରିବାର ଲୋକଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରଖିଛନ୍ତି । ପଞ୍ଜୀକରଣ ବାଦ୍ କଲ୍ ସେଣ୍ଟରକୁ ୧୦ ହଜାରରୁ ଅଧିକ କଲ୍ ଆସିଲାଣି । ଆଗକୁ କଲ୍ ସଂଖ୍ୟା ବଢିବାର ସମ୍ଭାବନା ଥିବାରୁ କଲ୍ ସେଣ୍ଟର ଦାୟିତ୍ୱ ଡ. କ୍ରିଷ୍ଣନ କୁମାରଙ୍କୁ ଦିଆଯାଇଛି । ବିଦେଶରୁ ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ଜନସାଧାରଣ ସାମୂହିକ ସ୍ୱାର୍ଥ ପାଇଁ ସହଯୋଗ କରିବାକୁ ସରକାର ଅନୁରୋଧ କରିଛନ୍ତି ।
ଶ୍ରୀ ବାଗ୍ଚୀ କହିଲେ, ରାଜ୍ୟରେ ମେଡିକାଲ କଲେଜ ଓ ହସ୍ପିଟାଲରେ ୫୪୦ ଆଇସୋଲେସନ୍ ବେଡ୍ ରହିଥିବା ବେଳେ ଘରୋଇ ହସ୍ପିଟାଲକୁ କୋଭିଡ୍ କର୍ଣ୍ଣର ଖୋଲିବାକୁ ନିଦେ୍ର୍ଧଶ ଦିଆଯାଇଛି । ଘରୋଇ ହସ୍ପିଟାଲରେ ରୋଗୀ ସମ୍ପର୍କୀୟଙ୍କ ଅନାବଶ୍ୟକ ଭିଡ଼ କମାଇବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଗ୍ରାମପଞ୍ଚାୟତସ୍ତରରେ ଆସନ୍ତା ୧୯ରେ ସଚେତନତା ବୈଠକ ବସିବ । ସେହିଭଳି ୨୦ରେ ବ୍ଲକ ଏବଂ ୨୧ରେ ଜିଲ୍ଲାପରିଷଦସ୍ତରରେ ସଚେତନ ବୈଠକ ଅନୁÂିତ ହେବ । ପଞ୍ଚାୟତିରାଜ ପ୍ରତିନିଧିମାନେ ଏ ଅଭିଯାନକୁ ଆଗକୁ ନେବେ ।
ରାଜଧାନୀ ଭୁବନେଶ୍ୱର ଓ କଟକରେ ସପିଂ ମଲ୍ ବନ୍ଦ ରହିଛି । ତେବେ ମଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇନି । ମଲରେରେ ଥିବା ଗ୍ରୋସରୀ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ଖୋଲା ରହିବ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଇବା ସାମଗ୍ରୀ ମହଜୁଦ ରହିଛି । ତେଣୁ ଲୋକେ ଭୟଭୀତ ନହେବାକୁ ସରକାର ପରାମର୍ଶ ଦେଇଛନ୍ତି । ପରିବାରର ଚାହିଦା ଅନୁସାରେ ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ଏପି୍ରଲ ପହିଲାରୁ ୩ ମାସର କଣ୍ଟେ୍ରାଲ ସାମଗ୍ରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ଆଗୁଆ ଯୋଗାଇ ଦିଆଯିବ । କରୋନା ସଂକ୍ରମଣକୁ ଏଡାଇବାକୁ ଖାଦ୍ୟ ସାମଗ୍ରୀ ବଣ୍ଟନ ସମୟରେ ହିତାଧିକାରୀଙ୍କ ଟିପ ଚିହ୍ନ ଏବଂ ବାୟୋମେଟି୍ରକ ସ୍କାନିଂକୁ ବାଦ ଦିଆଯିବ । ସେହିଭଳି ରାଜ୍ୟର ସାମାଜିକ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ପ୍ରାୟ ୪୮ ଲକ୍ଷ ହିତାଧିକାରୀଙ୍କୁ ଏପି୍ରଲରୁ ଜୁଲାଇ ଯାଏ ୪ ମାସର ଭତ୍ତା ଏକକାଳୀନ ଅଗ୍ରୀମ ପ୍ରଦାନ କରାଯିବ । ଭିନ୍ନକ୍ଷମ ବିଭାଗ ପକ୍ଷରୁ ଚାଲିଥିବା କ୍ଷମତା ଏକ୍ସପ୍ରେସ ଶିବିର, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ପ୍ରମାଣ ପତ୍ର ଶିବିରକୁ ବାତିଲ କରାଯାଇଛି ।
ବ୍ୟାଙ୍କ ଗୁଡ଼ିକରେ ହାତ ଧୋଇବାକୁ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ରହିବ । ଏଟିଏମ୍କୁ ନିୟମିତ ଭାବେ ବିଶୋଧନ କରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ବ୍ୟାଙ୍କଗୁଡ଼ିକରେ ଅନାବଶ୍ୟକ ଭିଡ଼ କମାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୨ ଜଣଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ୩୧ ନମୁନା ନେଗେଟିଭ୍ ଆସିଥିବା ବେଳେ କେବଳ ଜଣଙ୍କର ପଜିଟିଭ୍ ଆସିଛି । ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୧୨୯ ଜଣ ବ୍ୟକ୍ତିଙ୍କ ସରକାର ଚିହ୍ନଟ କରିବା ସହ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ବ୍ୟବସ୍ଥା କରିଛନ୍ତି ।
Comments are closed, but trackbacks and pingbacks are open.