୧୨ ଜଣ କରୋନା ସଂକ୍ରମିତ ସୁସ୍ଥ, ଚିକିତ୍ସାଧିନ ୩୭ ଙ୍କ ମଧ୍ୟରୁ ୩୫ ଜଣଙ୍କ ଠାରେ ଏବେ ଲକ୍ଷଣ ଦେଖାଯାଉନି

Get real time updates directly on you device, subscribe now.

ଭୁବନେଶ୍ବର : କରୋନା ଭୟ ଏବଂ ଆତଙ୍କରେ ସାରା ବିଶ୍ବ ଥରହର ବେଳେ ରାଜ୍ୟ ପାଇଁ ଏକ ବଡ଼ ଏବଂ ଆଶ୍ବସ୍ତିକର ଖବର ହେଲା, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୋଭିଡ୍ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରମୂଖ ମୁଖପାତ୍ରଙ୍କ ଦ୍ବାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ,ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୩୫୪୭ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି। ତେବେ ଆଜି ଅପରାହ୍ନ ସୁଦ୍ଧା ସମୁଦାୟ ୫୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।
ଗତକାଲି ରାତିରେ ଚିହ୍ନଟ ହୋଇଥିବା ୨ ଜଣ କୋଭିଡ୍‌ ଆକ୍ରାନ୍ତ(୪୯ ଓ ୫୦ ନମ୍ବର) ପୂର୍ବରୁ ମଧୁସୂଦନ ନଗର, ୟୁନିଟ-୪ ରୁ ଚିହ୍ନଟ ହୋଇଥିବା ରୋଗୀଙ୍କର ନିକଟ ସଂସ୍ପର୍ଶରେ ଆସିଥିଲେ । ଅନ୍ୟପକ୍ଷରେ ଆଜି ସୁଦ୍ଧାଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଚିକିତ୍ସିତ ହେଉଛନ୍ତି ।ତେବେ ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କ ଠାରେ ଏବେ ସାଧାରଣ ଲକ୍ଷଣ ଦେଖାଯାଉନାହିଁ । ଅନ୍ୟପକ୍ଷରେ ଆଜି ୧୩୩ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons