୧୩୪ କେଜି ଗଞ୍ଜେଇ ସହ ୬ ଗିରଫ

Get real time updates directly on you device, subscribe now.

ଆସିକା, (ବି.ବି.ନୁ୍ୟଜ୍): ଆସିକା ବସ୍ଷ୍ଟାଣ୍ଡ୍ରୁ ଚୋରା ଗଞ୍ଜେଇ ବେପାରୀଙ୍କ ଏକ ରାକେଟ୍କୁ କାବୁ କରିଛି ସ୍ଥାନୀୟ ପୁଲିସ । ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୧୩୪ କେଜି ଗଞ୍ଜେଇ ଜବତ କରିବା ସହିତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୋମବାର ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ମହୁରୀ ଗ୍ରାମର ପୀତବାସ ଗୌଡ଼, ବିଶ୍ୱନାଥ ସାହୁ ଓ ଟୁନା ଗୌଡ଼, ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ସାଇବ ଗୌଡ଼, ଜିତୁ ଗୌଡ଼ ଓ ନିରାକାର ଗୌଡ । ଅଭିଯୁକ୍ତମାନଙ୍କୁ ଥାନା କେସ୍ ନମ୍ୱର ୫୩୦/୨୦୨୦ (ଏନ୍ଡିପିଏସ୍ ଆଇନ) ସମେତ ଅନ୍ୟ ଫୌଜଦାରୀ ଧାରାରେ କୋର୍ଟଚାଲାଣ କରାଯାଇଛି ।
ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିଦେ୍ର୍ଧଶରେ ଏସ୍ଆଇ ବିଶ୍ୱଜିତ ନାୟକଙ୍କ ସହିତ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିଲେ । ଆସିକା ବସ୍ଷ୍ଟାଣ୍ଡ୍ରେ ଭୁବନେଶ୍ୱର ବସ୍କୁ ଅପେକ୍ଷା କରିଥିବା ଛଅ ଯୁବକଙ୍କ ସନେ୍ଦହଜନକ ଗତିବିଧି ଦେଖି ଯାଞ୍ଚ କରିଥିଲା ପୁଲିସ । ଯୁବକମାନଙ୍କ ପାଖରେ ଛଅଟି ଭର୍ତ୍ତି ଜରି ଅଖା ଥିବା ଦେଖି ପୁଲିସ ତନାଘନା କରିଥିଲା । ଜରି ଅଖାରେ ଗଞ୍ଜେଇ ଥିବା ଦେଖି ସମସ୍ତଙ୍କୁ ଥାନାକୁ ନେଇ ପୁଲିସ ପଚରାଉଚୁରା କରିଥିଲା । ଅଭିଯୁକ୍ତମାନେ ମୋହନାରୁ ଅଣିଥିବା ଏହି ଗଞ୍ଜେଇ ଭୁବନେଶ୍ୱରକୁ ଓ ସେଠାରୁ ସୁରତ ନେବାକୁ ଉଦ୍ୟମ କରୁଥିବା ଜଣାପଡିଥିଲା । ସେମାନଙ୍କ ନିକଟରୁ ୫ହ ଜାର ଟଙ୍କା, ୪ଟି ମୋବାଇଲ୍ ମଧ୍ୟ ଜବତ କରାଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିଦେ୍ର୍ଧଶ ପ୍ରକରେ ମାଜିଷ୍ଟେ୍ରଟ ତଥା ଅତିରିକ୍ତ ତହସିଲଦାର ଆଶୁତୋଷ ଗୌରବ କରଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons