୧୩ ବର୍ଷ ପରେ‘ନିକମ୍ମା’

Get real time updates directly on you device, subscribe now.

୧୪ବର୍ଷ ଶବ୍ଦଟିର ତାତ୍ପର୍ଯ୍ୟ କିଛି ଅଲଗା । ଇଏ କିନ୍ତୁ ତାକୁ ପୂରଣ କରିବା ପୂର୍ବରୁ ଫେରି ଆସିଛନ୍ତି । ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସବିର ଖାନ୍ଙ୍କ ନିର୍ଦ୍ଦେଶିତ ‘ନିକମ୍ମା’ ଚଳଚ୍ଚିତ୍ରରେ ସେ ମୁଖ୍ୟ ନାୟିକା ଚରିତ୍ରରେ ଅଭିନୟ କରୁଛନ୍ତି । ସିନେମାରେ ତାଙ୍କ ସହ ନଜର ଆସିବେ ‘ମର୍ଦ୍ଦ କୋ ଦର୍ଦ୍ଦ ନହି ହୋତା’ର ଅଭିନେତା ଅଭିମନ୍ୟୁ ଦସାନି ଏବଂ ୟୁଟ୍ୟୁବ କଣ୍ଠଶିଳ୍ପୀ ଶିର୍ଲେ ସେଟିଆ । ଏନେଇ ଅଭିନେତ୍ରୀ ଶିଳ୍ପା ପୂରା ପ୍ରସ୍ତୁତ । ସେ ଏବେ କାମ କରିବା ମୁଡ୍ରେ । କାହାଣୀ ଅନୁସାରେ ନିଜ ଚରିତ୍ରକୁ ନେଇ ସେ ଖୁସି ଜାହିର କରିଛନ୍ତି । କହିଛନ୍ତି, ଦର୍ଶକ ଏହି ସିନେମାରେ ମୋତେ ଏକ ନୂଆ ଅବତାରରେ ପାଇବେ । ବିଜ୍ଞାପନ ଓ ଟେଲି ଜଗତରେ ସକ୍ରିୟ ଥିବା ଶିଳ୍ପା ଶେଷ ଥର ପାଇଁ ୨୦୦୭ରେ ଚଳଚ୍ଚିତ୍ର ‘ଅପ୍ନେ’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons