୧୩ ରାଜ୍ୟରେ ୧୦୮ ଆକ୍ରାନ୍ତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ବଢ଼ିବାରେ ଲାଗିଛି କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ଘଟଣା । ବର୍ତ୍ତମାନ ସୁଦ୍ଧା ୧୩ଟି ରାଜ୍ୟରେ କାୟା ବିସ୍ତାର କରି ସାରିଲାଣି କରୋନା । ରବିବାର ଆଉ ୭ ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୧୦୮ରେ ପହଞ୍ଚôଛି । ସେଥିରୁ ୨ ଜଣଙ୍କର ମୃତୁ୍ୟ ଘଟିଥିଲା ବେଳେ ୧୧ ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟ ୯୫ ଜଣ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ସର୍ବାଧିକ ୩୨ଟି ମାମଲା ମହାରାଷ୍ଟ୍ରରେ ରହିଛି ।
କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା କରିବା ଲାଗି ମିଳିତ ଭାବେ ପ୍ରୟାସ ଜାରି ରଖିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ଟି ରାଜ୍ୟରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି । କେତେକ ସହରରେ ୧୪୪ ଧାରା ଜାରି କରାଯାଇଥିଲା ବେଳେ ଅଧିକାଂଶ ରାଜ୍ୟରେ ସପିଂ ମଲ, ସିନେମା ହଲ୍, ପାର୍କ, ଜିମ, ଥିଏଟର, ସୁଇମିଂ ପୁଲ, ଚିଡ଼ିଆଖାନା ବନ୍ଦ କରିଦିଆଯାଇଛି । ଏଥିସହିତ ବିବାହ, ସାଂସ୍କୃତିକ ଉତ୍ସବ, ସଭାସମିତି, ସେମିନାର, ସମ୍ମିଳନୀ, କର୍ମଶାଳା, ଖେଳକୁଦ ଆଦିକୁ ବାତିଲ କରାଯାଇଛି । ଉତ୍ତରାଖଣ୍ଡ, ଦିଲ୍ଲୀ, ହରିଆଣା ଓ ଗୁଜରାଟ କରୋନାକୁ ମହାମାରୀ ଘୋଷଣା କରିଛନ୍ତି ।
କର୍ଣ୍ଣାଟକରେ କରୋନା ସଂକ୍ରମଣ ସଂଖ୍ୟା ୬କୁ ବୃଦ୍ଧି ପାଇବା ଓ ଏଥିରେ ଜଣଙ୍କର ମୃତୁ୍ୟ ଘଟିବା ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ କଠୋର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ରବିବାର ସମଗ୍ର ରାଜ୍ୟକୁ ଏକ ସପ୍ତାହ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପରେ ନିଷ୍ପତ୍ତି ନିଆଯିବ । ରାଜ୍ୟ ତମାମ ସବୁ ସିନେମା ହଲ୍, ଥିଏଟର, ସପିଂ ମଲ, ଜିମ, ସୁଇମିଂ ପୁଲ, ପାର୍କ, ପବ୍ ଆଦିକୁ ବନ୍ଦ କରିଦିଆଯାଇଛି । ବିବାହ ଉତ୍ସବ ସମେତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି । ସଭା ସମିତି, ସମାବେଶ ଉପରେ କଟକଣା ଲଗାଯାଇଛି । ରାଜ୍ୟ ସରକାର ସବୁ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଛୁଟି ବାତିଲ କରିଛନ୍ତି । ସେମାନଙ୍କୁ ଛୁଟି ଦିନରେ ଆସି କାର୍ଯ୍ୟ କରିବାକୁ କୁହାଯାଇଛି । ମୃତ ବ୍ୟକ୍ତିଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ କାଲବୁର୍ଗି ଜିଲ୍ଲା ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୫୬ ଜଣଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ରାଜ୍ୟ ସରକାର ରବିବାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏହା ଅବଗତ କରିଛନ୍ତି ।
କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଭାରତ-ପାକ୍ ସୀମାରେ ଅବସ୍ଥିତ କରତାରପୁର କରିଡରକୁ ଆସନ୍ତା ୧୬ ତାରିଖ (ସୋମବାର) ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶନିବାର ପାକିସ୍ତାନ ସରକାର ସେଠାକାର କୌଣସି ଯାତ୍ରୀଙ୍କୁ କରତାରପୁର ପରିଦର୍ଶନ କରିବା ଉପରେ ରୋକ୍ ଲଗାଇଥିଲେ । କର୍ତାରପୁର କରିଡର ଉପରେ ରୋକ୍ ନ ଲଗାଇବାକୁ ଶୁକ୍ରବାର ଅଖାଲ ତଖ୍ତ ଜାଠେଦାରର ହରପ୍ରୀତ୍ ସିଂହ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ୪.୬ କି.ମି. ଦୀର୍ଘ ଏହି କରିଡର ପଞ୍ଜାବର ଗୁର୍ଦାସପୁର ଜିଲ୍ଲାରେ ଥିବା ଡେରା ବାବା ନାନକ ପୀଠରୁ ପାକିସ୍ତାନର ନରୋୱାଲ ଜିଲ୍ଲା କର୍ତାରପୁର ସାହିବ ପୀଠକୁ ସଂଯୋଗ କରୁଛି ।
ଅନ୍ୟପକ୍ଷରେ କରୋନା ସଂକ୍ରମିତ ଇରାନ ଓ ଇଟାଲୀରେ ଫସି ରହିଥିବା ପ୍ରାୟ ୪୫୦ ଭାରତୀୟଙ୍କୁ ଭାରତ ସରକାରଙ୍କ ପ୍ରଚେଷ୍ଟା କ୍ରମେ ରବିବାର ଉଦ୍ଧାର କରାଯାଇଛି । ଏଥିମଧ୍ୟରୁ ଇରାନରୁ ୨୩୪ ଜଣ ଏବଂ ଇଟାଲୀରୁ ୨୧୮ ଜଣଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଅଣାଯାଇଛି । ତେବେ ଦେଶ ବାହାରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ଖୁବ୍ଶୀଘ୍ର ଉଦ୍ଧାର କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ବି. ମୁରଲୀଧରନ ପ୍ରତିଶ୍ରୁତି ଦେଇଛନ୍ତି । ଇରାନରେ ଫସି ଥିବା ୨୩୪ ଭାରତୀୟ ରବିବାର ସକାଳେ ଏୟାରଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଜୈସାଲମେରରେ ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରେ ୧୩୧ ଜଣ ଛାତ୍ରଛାତ୍ରୀ ହୋଇଥିବା ବେଳେ ୧୦୩ ଜଣ ତୀର୍ଥଯାତ୍ରୀ ଅଛନ୍ତି । ସେମାନଙ୍କୁ ସେଠାରେ ଆଇସୋଲେସନରେ ରଖାଯିବ । ଅନ୍ୟପକ୍ଷରେ ଇଟାଲୀରୁ ଫେରିଥିବା ସମସ୍ତ ୨୧୮ ଜଣ ଭାରତୀୟ ଦିଲ୍ଲୀରେ ପହଞ୍ଚିଥିଲେ । ଦିଲ୍ଲୀର ଛାୱଲା ଠାରେ ଥିବା ଆଇଟିବିପିର କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନଙ୍କୁ ୧୪ ଦିନ ପାଇଁର ରଖାଯିବ ।
କରୋନା ସଂକ୍ରମଣର ଆଶଙ୍କା ଥିବାରୁ ବିଭିନ୍ନ ଦେଶରୁ ଭାରତର ବନ୍ଦରଗୁଡିକୁ ଆସିଥିବା ୭୦୦ରୁ ଅଧିକ ଜାହାଜକୁ ପ୍ରବେଶ ଅନୁମତି ଦିଆଯାଉନାହିଁ । ଫଳରେ ସେହିସବୁ ଜାହାଜ ବନ୍ଦରଠାରୁ ଦୂରରେ ଗଭୀର ସମୁଦ୍ରରେ ଅଟକି ରହିଛି । ଏଥିସହ ସେଥିରେ ଥିବା ପ୍ରାୟ ୨୫ ହଜାର କର୍ମଚାରୀ ମଧ୍ୟ ସେହି ଜାହାଜ ଭିତରେ ଅଟକି ରହିଛନ୍ତି । ସେମାନଙ୍କୁ ଭାରତୀୟ ବନ୍ଦରରେ ପ୍ରବେଶ କରିବାକୁ ଦିଆଯାଉନାହିଁ । ସେମାନେ ଚୀନ୍, ଜାପାନ, ଫ୍ରାନ୍ସ ଓ ଇଟାଲୀ ଭଳି କରୋନା ପ୍ରଭାବିତ ଦେଶରୁ ଆସିଥିବାରୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଭାରତ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୌଣସି ବିଦେଶୀ ଜାହାଜ ଭାରତର ବନ୍ଦରରେ ଲାଗି ପାରିବ ନାହିଁ କିମ୍ବା କୌଣସି ପଣ୍ୟ କାରବାର କରିପାରିବ ନାହିଁ ବୋଲି ଫେବ୍ରୁଆରୀ ୧ ତାରିଖରେ କଟକଣା ଲଗାଇଥିଲେ ।
ଇତିମଧ୍ୟରେ ବିଶ୍ୱର ୧୫୬ଟି ଦେଶକୁ କରୋନା କବଳିତ କରିଥିଲା ବେଳେ ମୃତୁ୍ୟସଂଖ୍ୟା ୬,୦୬୯ରେ ପହଞ୍ଚôଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୨ ହଜାର ୫୮୮ ହୋଇଥିଲା ବେଳେ ୭୬ ହଜାର ୨୧୯ ଜଣ ଆରୋଗ୍ୟଲାଭ କରିସାରିଛନ୍ତି । ଚୀନ୍ରେ କରୋନାର ପ୍ରଭାବ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ରବିବାର ଚୀନ୍ରେ ୨୫ ନୂଆ ରୋଗୀ ଚିହ୍ନଟ ହୋଇଥିଲା ବେଳେ ୧୦ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ଚୀନ୍ରେ ମୋଟ ମୃତୁ୍ୟସଂଖ୍ୟା ୩୧୯୯ ଓ ଆକ୍ରାନ୍ତଙ୍କ ସଂଖ୍ୟା ୮୦୮୪୯ ହୋଇଛି । ଅପରପକ୍ଷରେ ଇରାନରେ ରବିବାର ୧୧୩ ଜଣଙ୍କର ମୃତୁ୍ୟ ଘଟିବା ପରେ ଦେଶରେ ମୋଟ ମୃତୁ୍ୟସଂଖ୍ୟା ୭୨୪କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ଦିନକରେ ୧୨୦୯ ନୂଆ ରୋଗୀ ଚିହ୍ନଟ ହେବା ଫଳରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୩ ହଜାର ୯୩୮କୁ ବୃଦ୍ଧି ପାଇଛି । ସ୍ପେନରେ ରବିବାର ୯୫ ଜଣଙ୍କର ମୃତୁ୍ୟ ଘଟିବା ପରେ ଦେଶରେ ମୋଟ କରୋନା ସଂକ୍ରମଣ ଜନିତ ମୃତୁ୍ୟସଂଖ୍ୟା ୨୯୧କୁ ବଢ଼ିଛି । ସେପଟେ ଦେଶରେ ଗୋଟିଏ ଦିନରେ ୧୩୬୨ ନୂଆ ମାମଲା ସାମ୍ନାକୁ ଆସିବା ପରେ ମୋଟ ରୋଗୀଙ୍କ ସଂଖ୍ୟା ୭ ହଜାର ୭୫୩ରେ ପହଞ୍ଚôଛି । ଚୀନ୍ ପରେ ଇଟାଲୀରେ ଦ୍ୱିତୀୟ ସର୍ବାଧିକ ରୋଗୀ ଓ ମୃତୁ୍ୟ ହୋଇଥିବା ରେକର୍ଡ କରାଯାଇଛି । ସେଠାରେ ୧୪୪୧ ଜଣ ପ୍ରାଣ ହରାଇଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୧୫୭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons