୧୪ରୁ ତୃତୀୟ ସଂସ୍କରଣ ‘ଓଡ଼ିଶା ଟ୍ରାଭେଲ ବଜାର’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦୨୧ ସୁଦ୍ଧା ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ୨ କୋଟି ୫୦ ଲକ୍ଷ ଛୁଇଁବ । ୨୦୧୮ରେ ରାଜ୍ୟକୁ ୧ କୋଟି ୫୦ ଲକ୍ଷ ଜଣ ପର୍ଯ୍ୟଟକ ଆସିଥିଲେ । ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଏହି ସୂଚନା ଦେଇଛନ୍ତି । ଶିଳ୍ପସଂଘ ଫିକି ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅକ୍ଟୋବର ୧୪ରୁ ଆରମ୍ଭ ହେବାକୁ ଥିବା ତୃତୀୟ ସଂସ୍କରଣ ‘ଓଡ଼ିଶା ଟ୍ରାଭେଲ ବଜାର’ ପାଇଁ ଆୟୋଜିତ ପ୍ରାକ୍-ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ଏହା କହିଛନ୍ତି । ସେ କହିଛନ୍ତି, ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ନୀତି ଆଣିବାକୁ କାର୍ଯ୍ୟପନ୍ଥା ଆରମ୍ଭ ହୋଇଛି । ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଠା ପର୍ଯ୍ୟଟନ ନୀତି ପ୍ରକାଶ କରାଯିବ । ଏହାପରେ ୨୦୨୦ ଜାନୁଆରୀ ବେଳକୁ ନୂଆ ପର୍ଯ୍ୟଟନ ନୀତି ଅଣାଯିବ । ସେହିପରି ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ପାଇଁ ଏବେ ସରକାର ଦିଲ୍ଲୀ, ମୁମ୍ବାଇ ଓ କୋଲ୍କାତା ବିମାନବନ୍ଦରରେ ବ୍ରାଣ୍ଡିଂ କରାଯାଉଛି । ଖୁବ୍ଶୀଘ୍ର ହାଇଦ୍ରାବାଦ, ଚେନ୍ନାଇ ଓ ବାଙ୍ଗାଲୋର ବିମାନବନ୍ଦରରେ ମଧ୍ୟ ରାଜ୍ୟ ପର୍ଯ୍ୟଟନର ବ୍ରାଣ୍ଡିଂ କରାଯିବ । ଏପରିକି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ୮ଟି ସ୍ଥାନରେ ଟୁରିଷ୍ଟ ପୁଲିସ୍ ନିୟୋଜିତ କରାଯିବ । ଏଥିପାଇଁ ୭୨ ଜଣ ପୁଲିସଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ସେ କହିଛନ୍ତି । ଏହାବ୍ୟତୀତ ରାଜ୍ୟର ଗାଇଡ୍ମାନଙ୍କୁ ଚାଇନା ଓ ରୁଷୀୟ ଭାଷାର ପ୍ରଶିକ୍ଷଣ ଦିଆଯିବ ।
ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ଏସବୁ ଜରିଆରେ ଓଡ଼ିଶା ରାଜ୍ୟକୁ ଅଧିକରୁ ଅଧିକ ପର୍ଯ୍ୟଟକ ଟାଣିବାରେ ସମର୍ଥ ହେବ । ୨୦୧୮ରେ ରାଜ୍ୟକୁ ମୋଟ ଦେଢ଼ କୋଟିରୁ ସାମାନ୍ୟ ଅଧିକ ପର୍ଯ୍ୟଟକ ଆସିଥିଲେ । ସେଥିମଧ୍ୟରୁ ୧ ଲକ୍ଷ ବିଦେଶୀ ପର୍ଯ୍ୟଟକ ଥିବା ବେଳେ ବଳକା ଘରୋଇ ପର୍ଯ୍ୟଟକ । କିନ୍ତୁ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ଜରିଆରେ ୨୦୨୧ ବେଳକୁ ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଢେ଼ଇ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏ ଅବସରରେ ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ କହିଛନ୍ତି, ଶିଳ୍ପସଂଘ ଫିକି ସହଯୋଗରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଟ୍ରାଭେଲ ବଜାର ୨୦ ତାରିଖ ଯାଏଁ ଚାଲିବ । ଅକ୍ଟୋବର ୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏହାକୁ ଉଦ୍ଘାଟନ କରିବେ । ଓଡ଼ିଶା ଟ୍ରାଭେଲ ବଜାର-୨୦୧୯ରେ ମୋଟ ୮୫ଟି ଟୁର୍ ଅପରେଟର ଅଂଶଗ୍ରହଣ କରିବେ । ଭାରତର ୧୩ଟି ରାଜ୍ୟର ୧୯ ସହରରୁ ୬୦ ଜଣ ଘରୋଇ ଟୁର୍ ଅପରେଟର ଓ ୧୫ଟି ରାଷ୍ଟ୍ରର ୨୫ ଜଣ ପ୍ରମୁଖ ବିଦେଶୀ ଟୁର୍ ଅପରେଟର ଏ ମେଳାରେ ସାମିଲ ହେବେ । ସେମାନଙ୍କୁ ୩ଟି ଫାମ୍ ଟ୍ରିପ୍ରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଯିବ । ଅକ୍ଟୋବର ୧୮ରୁ ୨୦ ମଧ୍ୟରେ ଟୁର ଅପରେଟରଙ୍କ ମଧ୍ୟରେ ୨,୪୦୦ ବି-ଟୁ-ବି ବୈଠକ ଅନୁÂିତ ହେବ । ସାମ୍ବାଦିକ ସମ୍ମିଳନୀରେ ଫିକି ରାଷ୍ଟ୍ରୀୟ ପର୍ଯ୍ୟଟନ କମିଟିର ସହ-ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍ର ସିଏମ୍ଡି ଜେ କେ ମହାନ୍ତି ଓଡ଼ିଶାରୁ ବିଭିନ୍ନ ଆନ୍ତର୍ଜାତିକ ରୁଟ୍ରେ ବିମାନ ଚଳାଚଳ ଦ୍ୱାରା ପର୍ଯ୍ୟଟକ ଆକୃଷ୍ଟ ପାଇଁ ମତ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons