ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି ହୋଇଥିବା ବେଳେ ନିୟମକୁ ଉଲ୍ଲଘଂନ କରି କଟକ ନେମାଳର ୩ ଜଣ ସେବାୟତ ବେଶରେ ଆସି ହଟହଟା ହୋଇଛନ୍ତି ।
ଏକ ସ୍କର୍ପିଓ ଗାଡିରେ ନେମାଳ ଅଚ୍ୟୁତାନନ୍ଦ ଆଶ୍ରମର ୩ ଜଣ ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ସିଂହଦ୍ବାର ପର୍ୟ୍ୟନ୍ତ ପଳାଇଆସିଥିଲେ। ଉପସ୍ଥିତ ପୋଲିସ କର୍ମୀ ଏହା ଦେଖି ସେମାନଙ୍କୁ ଧରି ସିଂହଦ୍ବାର ଥାନାରେ ଅଟକ ରଖିଛନ୍ତି। ଶ୍ରୀମନ୍ଦିରରୁ ମହାପ୍ରସାଦ ନେବା ପାଇଁ ସେମାନେ ଆସିଥିବା ସଫେଇ ଦେଇଛନ୍ତି।
Comments are closed, but trackbacks and pingbacks are open.