ଜଳପାଇଗୁଡ଼ି: ପଶ୍ଚିମବଙ୍ଗର ଜଳପାଇଗୁଡ଼ି ବନାଞ୍ଚଳରୁ ଅଧିକାରୀମାନେ ବୁଧବାର ଏକ ମହାବଳ ବାଘର ଛାଲ ଜବତ କରିଛନ୍ତି । ଏହାର ଲମ୍ବ ପାଖାପାଖି ୧୪ ଫୁଟ୍ ହେବ । ଏହି ଘଟଣାରେ ଦୁଇଜଣ ଭୁଟାନ ନାଗରିକଙ୍କୁ ଗିରଫ କରାଯାଇଛି ।
ଜଙ୍ଗଲ ଅଧିକାରୀମାନେ ଗିରଫ ବ୍ୟକ୍ତିଙ୍କଠାରୁ ୧୧୦ ଖଣ୍ଡ ବାଘ ହାଡ଼ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ସେମାନଙ୍କୁ ଏବେ ପଚରାଉଚରା କରାଯାଉଛି । ପୂର୍ବରୁ ସେମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ, ଗତମାସରେ ଜଙ୍ଗଲ ରେଞ୍ଜ ଅଧିକାରୀମାନେ ୧୧ ଫୁଟ୍ ଲମ୍ବର ଏକ ଚିତାବାଘ ଚମଡ଼ା ଜବତ କରିଥିଲେ । ଏହି ଘଟଣାରେ ମଧ୍ୟ ଜଣେ ଭୁଟାନ ନାଗରିକଙ୍କୁ ଗିରଫ କରାଯାଇଥିଲା । ତେବେ ସଦ୍ୟ ଘଟଣା ପରେ ଭୁଟାନ ନାଗରିକଙ୍କ ଏକ ର୍ୟାକେଟ୍ ଜଳପାଇଗୁଡ଼ି ଜଙ୍ଗଲ ଅଞ୍ଚଳରେ ସକି୍ରୟ ଥିବା ଅନୁମାନ କରାଯାଉଛି । ଏ ନେଇ ଜୋରଦାର ତନାଘନା ଚାଲିଛି ।


Comments are closed, but trackbacks and pingbacks are open.