୧୫,୦୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୫,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପରିପ୍ରେକ୍ଷୀରେ ଏହି ପାଣ୍ଠି ବିନିଯୋଗ ହେବ । ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ହେଲେ ଆମକୁ ଆହୁରି ଅଧିକ ସଜାଗ ହେବାକୁ ପଡ଼ିବ । ସେହିଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ଅତ୍ୟନ୍ତ ଜରୁରି । କେନ୍ଦ୍ର ସରକାର ଏଥିଲାଗି ୧୫,୦୦୦ କୋଟି ଟଙ୍କାର ପ୍ୟାକେଜ୍ ବ୍ୟବସ୍ଥା କରିଛନ୍ତି ।
କରୋନା ଭୂତାଣୁ ସଂକ୍ରାନ୍ତ ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ଏହି ପାଣ୍ଠି ଖର୍ଚ୍ଚ କରାଯିବ । ଟେଷ୍ଟିଙ୍ଗ୍ ବ୍ୟବସ୍ଥା, ସୁରକ୍ଷାକାରୀ ଉପକରଣ, ଆଇସୋଲେସନ ବେଡ୍, ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟର ଆଦି ସୁବିଧା ସୁନିଶ୍ଚିତ କରାଯିବ । ଏ ଦିଗରେ ହିଁ ସବୁ ପାଣ୍ଠି ବିନିଯୋଗ ହେବ ।
ମୋଦି କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାରମାନେ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଏମିତି କି ଘରୋଇ କମ୍ପାନିମାନେ ମଧ୍ୟ ଭୂତାଣୁ ସଂକ୍ରମଣ କମାଇବା ଦିଗରେ କାର୍ଯ୍ୟ କରିପାରିବେ । ସେମାନେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଏହାବ୍ୟତୀତ ରୋଗୀ ସେବାରେ ନିୟୋଜିତ ଥିବା ଡାକ୍ତର ଓ ସେବିକାମାନଙ୍କ ପ୍ରତି ପ୍ରତ୍ୟେକ ନାଗରିକ ସହାନୁଭୂତି ପ୍ରଦର୍ଶନ ସହ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ । ଏମିତି କି ଜନତାଙ୍କ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଥିବା ପୁଲିସ ଏବଂ ସର୍ବସାଧାରଣ ସ୍ଥାନକୁ ପରିଷ୍କାର ଓ ପରିଚ୍ଛନ୍ନ କରୁଥିବା କର୍ମୀଙ୍କୁ ମଧ୍ୟ ସହଯୋଗ କରିବା ଉଚିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons