୧୫୦ ସ୍କୁଲରେ ଦିଆଯିବ ଧନ୍ଦାମୂଳକ ଶିକ୍ଷା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ୨ ବର୍ଷରେ ରାଜ୍ୟର ୫୦ ହଜାର ସରକାରୀ ବିଦ୍ୟାଳୟରେ ପାଣି, ବିଜୁଳି, ଶୌଚାଳୟ, ଇଣ୍ଟରନେଟ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ । ବିଦ୍ୟାଳୟ ସ୍ତରରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଏକାଠି କରି ପ୍ରଥମ ପର୍ଯ୍ୟାୟରେ ୧୫୦ ସ୍କୁଲକୁ ନେଇ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶନିବାର ରାଜ୍ୟ ଅତିଥି ଭବନରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହ ଧର୍ମେନ୍ଦ୍ର ବୈଠକ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଓଡ଼ିଶାର ଶିକ୍ଷାଧିକାରୀଙ୍କ ସହ ତାଙ୍କର ଏହା ପ୍ରଥମ ବୈଠକ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି, ଆଗାମୀ ୨ ବର୍ଷରେ ୫୦ ହଜାର ସରକାରୀ ବିଦ୍ୟାଳୟରେ ମୋଦି ସରକାରଙ୍କର ସ୍ୱଜଳଧାରା ଯୋଜନାରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସେହିପରି ସୌଭାଗ୍ୟ ଯୋଜନାରେ ସ୍କୁଲଗୁଡ଼ିକୁ ବିଜୁଳି, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଓ ଭାରତ ନେଟ୍ ଯୋଜନାରେ ଇଣ୍ଟରନେଟ୍ ସଂଯୋଗ ଓ ଆନୁଷଙ୍ଗିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ । ଶିକ୍ଷାର ବିକାଶ କରିବା ଉଭୟ ଭାରତ ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ୱ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ନୂଆ ଶିକ୍ଷା ନୀତିରେ ବିଶେଷ ଭାବରେ ଗରିବ ଘରର ପିଲା ତଥା ସ୍କୁଲ ମାଟି ମାଡ଼ୁ ନଥିବା ପିଲାଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ସ୍ୱରୋଜଗାରର ବାଟ ଦେଖାଇବା ଆମର ଲକ୍ଷ୍ୟ ଏବଂ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବୈଠକରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା, ଶିକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପ ଏବଂ ନୂଆ ଜାତୀୟ ନୀତି-୨୦୨୦ର କାର୍ଯ୍ୟକାରିତା ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା । ଓଡ଼ିଶାର ଉଚ୍ଚ ଶିକ୍ଷାନୁÂାନଗୁଡ଼ିକରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ବା ରୁସାର କାର୍ଯ୍ୟକାରିତା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ସମୀକ୍ଷା କରିଥିଲେ । ଓଡ଼ିଶାକୁ ରୁସା-୧ ଓ ରୁସା-୨ରେ ଆସିଥିବା ଅର୍ଥ ଓ ଏହାର ବିନିଯୋଗ ପ୍ରମାଣପତ୍ର (ୟୁସି) ବାବଦରେ ପଚାରି ବୁଝିଥିଲେ । ଆଗାମୀ ଦିନରେ ପୁଣି ରୁସା-୩ ଆସିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ଅଧିକାରୀଙ୍କ ଅନୁରୋଧର ଉତ୍ତରରେ ରୁସାର ବାକି ଥିବା ପାଣ୍ଠି ଆଗାମୀ ଦିନରେ ଦେବାର ବ୍ୟବସ୍ଥା କରିବେ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲେ । ଏହାସହ ଓଡ଼ିଶାରେ ଅନ୍ଲାଇନ୍ ଶିକ୍ଷାକୁ ମଜବୁତ୍ କରିବା, ଗବେଷଣା ପରିସଂସ୍ଥାନର ବିକାଶ ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ସମଗ୍ର ଶିକ୍ଷା ଅଧୀନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶାର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons