୧୫ ଦିନ ବିଜୁ ଜୟନ୍ତୀ ପାଳିବ ବିଜେଡି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀକୁ ରାଜ୍ୟବ୍ୟାପୀ ପାଳିବ ବିଜୁ ଜନତା ଦଳ । ୩୧୪ ବ୍ଲକରେ ବିଜୁ ଜୟନ୍ତୀ ସମାରୋହ ପାଳନ କରାଯିବ । ଏହି ଅବସରରେ ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଦିନ କଟକ ବାଲିଯାତ୍ରା ପଡ଼ିଆରେ ବିଶାଳ ସମାବେଶ ଆୟୋଜନ କରିବ ବିଜେଡି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିÂ ନେତା ଦେବୀ ପ୍ରସାଦ ମିଶ୍ର, ସଂଜୟ କୁମାର ଦାସବର୍ମା, ପ୍ରମିଳା ମଲ୍ଲିକ, ଉଷା ଦେବୀ କହିଛନ୍ତି, ଆସନ୍ତା ୫ ତାରିଖରେ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ । ତେଣୁ ଆସନ୍ତା ୫ ତାରିଖରୁ ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବିଜୁ ବାବୁଙ୍କ ଜୟନ୍ତୀ ସମାରୋହ ପାଳନ କରାଯିବ । ଏହି ପକ୍ଷ ପାଳନ ଅବସରରେ ବିଜୁ ବାବୁଙ୍କ ଜୀବନୀ ଏବଂ ବିଜୁ ବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ବିଜେଡିର ଛାତ୍ର, ଯୁବ, ମହିଳା, ଶ୍ରମିକ ସାମ୍ମୁଖ୍ୟ ସମେତ ସମସ୍ତ ଛାମୁଆ ସଂଗଠନ ବିଜୁବାବୁଙ୍କ ଜୟନ୍ତୀ ସମାରୋହ ପାଳିବେ । ୩୩ଟି ସାଂଗଠନିକ ଜିଲ୍ଲାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମ ରକ୍ତଦାନ ଶିବିର ଆୟୋଜିତ ହେବ । ସାରା ରାଜ୍ୟରେ ମୋଟ ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଚଳିତବର୍ଷ ୨୦ ବର୍ଷ ପୂରଣ କରୁଛି । ବିଜେଡି ସରକାରରେ ଓଡ଼ିଶାର ବିକାଶ ଯାତ୍ରା ନେଇ ରାଜ୍ୟବାସୀଙ୍କୁ ଅବଗତ କରାଯିବ । ବିଜୁ ବାବୁ ମହିଳାଙ୍କ ବିକାଶ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବାବେଳେ ଆସନ୍ତା ୮ରୁ ମହିଳା ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ମହିଳା ସମ୍ମିଳନୀ ଆୟୋଜନ କରାଯିବ । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons