୧୫ ଫୁଟ୍ ଗାତରୁ ଭାଲୁ ଉଦ୍ଧାର

Get real time updates directly on you device, subscribe now.

ଝରିଗାଁ,(ବି.ବି.ନୁ୍ୟଜ୍): ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ କାଦମଲୀ ଗାଁରେ ୧୫ ଫୁଟ୍ ଗାତକୁ ଖସି ପଡିଥିବା ଭାଲୁକୁ ଉଦ୍ଧାର କରିଛି ବନ ବିଭାଗ । ଉଦ୍ଧାର ଭାଲୁର ବୟସ ୧୦ ବର୍ଷ । ଓଜନ ୧୨୦ କେଜି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର ଭାଲୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
କାଦମଲୀ ଗାଁର ଅରକ୍ଷିତ ମାଝୀ ସପ୍ତାହେ ତଳେ ଚାଷ କାମ ପାଇଁ ଜମିରେ ପାଣି ଗଚ୍ଛିତ ରଖିବା ଲାଗି ୧୫ ଫୁଟ୍ ଗାତ ଖୋଳିଥିଲେ । ଆଜି ସକାଳେ କ୍ଷତରେ କାମ କରୁଥିବାବେଳେ ଗାତ ଭିତରୁ ଏକ ଜନ୍ତୁର ଗର୍ଜନ ଶୁଣିବାକୁ ପାଇଥିଲେ । ଗାତ ନିକଟକୁ ଯାଇ ଦେଖିବା ବେଳକୁ ଭିତରେ ଏକ ଭାଲୁ ଖସି ପଡିଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ସହ ସେ ବନବିଭାଗକୁ ଖବର ଦେଇଥିଲେ । ଝରିଗାଁ ରେଞ୍ଜର ମୁକୁନ୍ଦ ଦିଶାରୀଙ୍କ ନେତୃତ୍ୱରେ ଫରେଷ୍ଟର ହରେଲାଲ ନିଆଲ, ଚନ୍ଦ୍ରଧ୍ୱଜ ଲମତା, ରାଜୁ ମଣ୍ଡଳ ପ୍ରମୁଖଙ୍କ ସମେତ ଏକ ଟିମ୍ ଗାଁରେ ପହଞ୍ଚିଥିଲା । ପରେ ପାପଡାହାଣ୍ଡି ବନ ବିଭାଗକୁ ଯୋଗାଯୋଗ କରିବା ପରେ ଏ.ମନୋଜଙ୍କ ନେତୃତ୍ୱରେ ଏକ ଟିମ୍ କାଦମଲୀ ଗାଁରେ ପହଞ୍ଚି ଗାତରୁ ଭାଲୁଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ଭାଲୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଗାଁ ନିକଟ ଜଙ୍ଗଲରେ ଛାଡିÿ ଦିଆଯିବ ବୋଲି ଫରେଷ୍ଟର ହରେଲାଲ ନିଆଲ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons