୧୫ ସହରର ସ୍ଥିତି ସାଂଘାତିକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ସମେତ ଦେଶର ୧୫ଟି ସହରରେ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ସ୍ଥିତି ସାଂଘାତିକ ରହିଛି । ସେଠାରେ ସଂକ୍ରମଣ ଓ ମୃତୁ୍ୟହାର ଦେଶର ଅନ୍ୟ ସହର କିମ୍ବା ରାଜ୍ୟ ଅପେକ୍ଷା ଯଥେଷ୍ଟ ଅଧିକ ରହିଛି । ସେସବୁ ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଲେ ଭାରତର ଏହି ମହାମାରୀ ବିରୋଧୀ ଲଢେ଼ଇ ସଫଳ ହେବ ବୋଲି କେନ୍ଦ୍ର ସରକାରଙ୍କ କ୍ଷମତାସମ୍ପନ୍ନ ଗୋÂୀ-୬ର ମୁଖ୍ୟ ତଥା ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି ।
ମଙ୍ଗଳବାର ଟୁଇଟ୍ କରି କାନ୍ତ ଉଲ୍ଲେଖ କରିଛନ୍ତି ଯେ ଏହି ୧୫ ସହରର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । କରୋନା ବିରୋଧୀ ଲଢେ଼ଇରେ ଏହି ସହରକୁ ଅଧିକ ଫୋକସ୍ କରିବାକୁ ପଡିବ । ଭାରତର କରୋନା ବିରୋଧୀ ସଫଳତା ଏସବୁ ସହର ଉପରେ ନିର୍ଭର କରୁଛି । ଆମକୁ ସେଠାକାର ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା, ନମୁନା ପରୀକ୍ଷାକୁ ବ୍ୟାପକ କରିବା ଓ ରୋଗୀଙ୍କୁ ତ+ାଳ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବାକୁ ହେବ । ଯାହାଫଳରେ ସେଠାରେ ଆମେ ନିଶ୍ଚିତ ଭାବେ ଜିତିପାରିବା । ଏହି ୧୫ଟି ସହରରୁ ୭ଟି ଯଥା ହାଇଦ୍ରାବାଦ (ତେଲଙ୍ଗାନା), ପୁନେ (ମହାରାଷ୍ଟ୍ର), ଜୟପୁର (ରାଜସ୍ଥାନ), ଇନେ୍ଦାର (ମଧ୍ୟପ୍ରଦେଶ), ଅହମ୍ମଦାବାଦ (ଗୁଜରାଟ), ମୁମ୍ବାଇ (ମହାରାଷ୍ଟ୍ର) ଓ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ହାର ଯଥେଷ୍ଟ ଅଧିକ ରହିଛି । ସେହିଭଳି ବଡୋଦରା (ଗୁଜରାଟ), କୁର୍ଣ୍ଣୁଲ (ଆନ୍ଧ୍ରପ୍ରଦେଶ), ଭୋପାଲ (ମଧ୍ୟପ୍ରଦେଶ), ଯୋଧପୁର (ରାଜସ୍ଥାନ), ଆଗ୍ରା (ଉତ୍ତରପ୍ରଦେଶ), ଥାନେ (ମହାରାଷ୍ଟ), ଚେନ୍ନାଇ (ତାମିଲନାଡୁ) ଏବଂ ସୁରଟ (ଗୁଜରାଟ)ରେ ମଧ୍ୟ ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସବୁଠାରୁ ଅଧିକ ଚିନ୍ତା ବଢ଼ାଇଛି ଅହମ୍ମଦାବାଦ । ସେଠାରେ କରୋନା ମୃତୁ୍ୟହାର ମୁମ୍ବାଇ (୩.୮ଧ) ଠାରୁ ଅଧିକ (୪.୭ଧ) ରହିଛି । ଗୁଜରାଟର ୬୭.୫ ଧ ମୃତୁ୍ୟ ହିଁ କେବଳ ଅହମ୍ମଦାବାଦ ସହରରେ ଘଟିଛି ।
କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି କି ପ୍ଲାଜମା ଥେରାପିରେ ରୋଗୀଙ୍କ ଚିକିତ୍ସା କରିବାକୁ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର) ସ୍ୱୀକୃତି ଦେଇନି । ଏହାକୁ କେବଳ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରିବା ଓ ମେଡିକାଲ ଗବେଷଣା ପାଇଁ ଅନୁମତି ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏବେ ପୂରା ଦୁନିଆରେ କୌଣସି ଥେରାପି ବାହାରି ନାହିଁ । ଯେଉଁ ପ୍ଲାଜମା ଥେରାପି କଥା କୁହାଯାଉଛି ତାହା ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି । ଆମେରିକାରେ ମଧ୍ୟ ଏହାକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି । ଆଇସିଏମ୍ଆର ଏହା ଉପରେ ଅଧ୍ୟୟନ କରୁଛି । ଅଧ୍ୟୟନ ଶେଷ ନହେବା ଏବଂ ଆଇସିଏମ୍ଆର ଏହାକୁ ସ୍ୱୀକୃତି ନଦେବା ପର୍ଯ୍ୟନ୍ତ ଏହାକୁ ପରୀକ୍ଷାମୂଳକ ଭାବେ କିମ୍ବା ମେଡିକାଲ ଗବେଷଣା କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ । କିନ୍ତୁ ରୋଗୀଙ୍କ ଠାରେ ଏହାର ପ୍ରୟୋଗ କରାଯିବା ବେଆଇନ । ଏହା ରୋଗୀଙ୍କ ଜୀବନ ନେଇପାରେ । ପ୍ଲାଜ୍ମା ଥେରାପି ହେଉଛି କରୋନା ସଂକ୍ରମଣରୁ ଭଲ ହୋଇଥିବା ରୋଗୀଙ୍କ ରକ୍ତରୁ ପ୍ଲାଜମା ଆଣି ଅନ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ପ୍ରୟୋଗ କରିବା । ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତରେ ଥିବା ଆଣ୍ଟିବଡି ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁକୁ ମାରିବାରେ ସହାୟକ ହୋଇଥାଏ । ୪୦୦ ମି.ଲି ପ୍ଲାଜମାରେ ୨ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହୋଇପାରିବେ ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଙ୍ଗଳବାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଗତ ୭ ଦିନ ହେଲା ପୂର୍ବରୁ ସଂକ୍ରମିତ ହୋଇଥିବା ୮୦ ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ମାମଲା ଘଟିନାହିଁ । ସେହିଭଳି ୪୭ ଜିଲ୍ଲାରେ ଗତ ୧୪ ଦିନ ହେଲା ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ । ୩୯ ଜିଲ୍ଲାରେ ଗତ ୨୧ ଦିନ ହେଲା ଏବଂ ୧୭ ଜିଲ୍ଲାରେ ଗତ ୨୮ ଦିନ ହେଲା କୌଣସି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଗତ ଏକ ସପ୍ତାହ ହେଲା ଦୁଇଗୁଣ ହାର ମଧ୍ୟ କମିଛି । ଲକ୍ଡାଉନ ପୂର୍ବରୁ ସଂକ୍ରମଣ ହାର ୩ ଦିନରେ ଦୁଇଗୁଣ ହୋଇଯାଉଥିଲା । କିନ୍ତୁ ଗତ ୧୪ ଦିନ ହେଲା ଦୁଇଗୁଣ ହେବାକୁ ୮.୭ ଦିନ ଲାଗୁଛି । ସେହିଭଳି ଗତ ୭ ଦିନ ହେଲା ଏହି ହାର ଆହୁରି ବଢ଼ି ୧୦.୨ ଦିନରେ ପହଞ୍ଚôଛି । ତେବେ ଗତ ୩ ଦିନରେ ଏହି ହାର ଆହୁରି ମଧ୍ୟ ବୃଦ୍ଧି ପାଇଛି । ଏବେ ଦୁଇଗୁଣ ହାରର ସମୟ ୧୦.୯ ଦିନ ରହିଛି । ସେହିଭଳି ଦେଶର ୩୦୦ ଜିଲ୍ଲା ଏବେ କରୋନାମୁକ୍ତ ଥିବା ଡକ୍ଟର ହର୍ଷବର୍ଦ୍ଧନ ପ୍ରକାଶ କରିଛନ୍ତି ।
ଇତିମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୫୯୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହି ସମୟ ଭିତରେ ୫୧ ଜଣଙ୍କର ମୃତୁ୍ୟ ମଧ୍ୟ ହୋଇଛି । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଛୁଇଁଛି । ସେଥିରୁ ୨୨ ହଜାର ୧୦ ଜଣ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ୭୦୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି । ଦେଶରେ ମୋଟ କରୋନା ମୃତୁ୍ୟସଂଖ୍ୟା ମଙ୍ଗଳବାର ୯୩୭କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମହାରାଷ୍ଟ୍ରରେ ସର୍ବାଧିକ ୮ ହଜାର ୫୯୦ ଜଣ ସଂକ୍ରମିତ ହୋଇଥିଲା ବେଳେ ଗୁଜରାଟରେ ୩ ହଜାର ୫୪୮, ଦିଲ୍ଲୀରେ ୩ ହଜାର ୧୦୮, ମଧ୍ୟପ୍ରଦେଶରେ ୨ ହଜାର ୩୬୮, ରାଜସ୍ଥାନରେ ୨ ହଜାର ୨୬୨, ଉତ୍ତରପ୍ରଦେଶରେ ୨ ହଜାର ୪୩ ଓ ତାମିଲନାଡୁରେ ୧ ହଜାର ୯୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩୬୯ ଜଣଙ୍କର ମୃତୁ୍ୟ ଘଟିଥିଲା ବେଳେ ଗୁଜରାଟରେ ୧୬୨, ଦିଲ୍ଲୀରେ ୫୪, ରାଜସ୍ଥାନରେ ୪୬, ମଧ୍ୟପ୍ରଦେଶରେ ୧୧୩, ଉତ୍ତରପ୍ରଦେଶରେ ୩୧ ଓ ତାମିଲନାଡୁରେ ୨୪ ଜଣ ପ୍ରାଣ ହରାଇଛନ୍ତି । ଭାରତରେ ଆରୋଗ୍ୟ ହାର ୨୩.୩ ଧକୁ ବୃଦ୍ଧି ପାଇଛି, ଯାହାକି ଅନ୍ୟ ଦେଶ ତୁଳନାରେ ସନ୍ତୋଷଜନକ ବୋଲି ସେ କହିଛନ୍ତି ।
ମହାରାଷ୍ଟ୍ରରେ ୨୪ ଘଣ୍ଟା ଭିତରେ ସର୍ବାଧିକ ୨୭ ଜଣଙ୍କର ମୃତୁ୍ୟ ଘଟିଥିଲା ବେଳେ ଗୁଜରାଟରେ ୧୧, ରାଜସ୍ଥାନରେ ୯, ମଧ୍ୟପ୍ରଦେଶରେ ୭, ପଶ୍ଚିମବଙ୍ଗରେ ୨ ଏବଂ ପଞ୍ଜାବ ଓ ଉତ୍ତରପ୍ରଦେଶରେ ଜଣେ ଲେଖାଏ ଲୋକ ପ୍ରାଣ ହରାଇଛନ୍ତି । ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ୧୭ଟି ସଂକ୍ରମିତ ଜିଲ୍ଲାରେ ଗତ ୨୮ ଦିନ ହେଲା କୌଣସି ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ମାହେ (ପୁଡୁଚେରୀ), କୋଡାଗୁ (କର୍ଣ୍ଣାଟକ), ପୌଡି ଗଡୱାଲ (ଉତ୍ତରାଖଣ୍ଡ), ପ୍ରତାପଗଡ (ରାଜସ୍ଥାନ) ଚିତ୍ରଦୁର୍ଗ (କର୍ଣ୍ଣାଟକ), ବିଳାସପୁର (ଛତିଶଗଡ), ଇମ୍ଫାଲ ୱେଷ୍ଟ (ମଣିପୁର), ଆଇଜଲ ୱେଷ୍ଟ (ମିଜୋରାମ), ଭଦ୍ରାଦ୍ରି କୋଠାଗୁଡମ (ତେଲଙ୍ଗାନା), ଦକ୍ଷିଣ ଗୋଆ (ଗୋଆ), ଦୁର୍ଗ (ଛତିଶଗଡ଼), ରାଜନନ୍ଦଗାଁଓ (ଛତିଶଗଡ), ଶିବପୁରୀ (ମଧ୍ୟପ୍ରଦେଶ), ଗୋନ୍ଦିଆ (ମହାରାଷ୍ଟ୍ର), ଦେବନଗିରି (କର୍ଣ୍ଣାଟକ), କାଲିମପଙ୍ଗ (ପଶ୍ଚିମବଙ୍ଗ) ଏବଂ ୱାୟନାଡ (କେରଳ) । ଅନ୍ୟପକ୍ଷରେ ପିଲିଭିତ୍ (ଉତ୍ତରପ୍ରଦେଶ), ଏସ୍ବିଏସ୍ ନଗର (ପଞ୍ଜାବ), ଲଖିସରାଇ (ବିହାର) ରେ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଏହି ୩ ଜିଲ୍ଲାକୁ ତାଲିକାରୁ ବାଦ୍ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons