ରାଉରକେଲାÿ,(ବି.ବି.ନୁ୍ୟଜ): ଦୀର୍ଘ ୯ ମାସ ଧରି ଗାଁରେ ବିଦୁ୍ୟତ୍ ଟ୍ରାନ୍ସଫର୍ମର ପୋଡ଼ି ଯାଇଛି । ନୂଆ ଟ୍ରାନ୍ସଫର୍ମର ବସାଇବା ପାଇଁ ଜଣେ ଗ୍ରାମବାସୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ଼ ଜିଲ୍ଲା କରମଡିହି ୱେସ୍କୋ ଗ୍ରୀଡ଼ର କନିÂ ଯନ୍ତ୍ରୀ ଯଶୋବନ୍ତ ନାରାୟଣ ଦେଓ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ।
ବଣାଇଁ କେନ୍ଦ୍ରିକଳାସ୍ଥିତ ବାବୁ ନୂଆଗାଁ ନିବାସୀ ଯଶୋବନ୍ତ ସୁନ୍ଦରଗଡ଼ ସବ୍ଡେଗା ୱେସ୍କୋ ସେକ୍ସନ୍ରେ କନିÂ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ତଲସରା ମନସିଦ୍ପଡ଼ା (ଟାଙ୍ଗରଗାଁ)ରେ ଲାଗିଥିବା ଟ୍ରାନ୍ସଫର୍ମର ଗତ ଏପ୍ରିଲ ମାସରୁ ପୋଡ଼ି ଯାଇଛି । ଫଳରେ ଅଞ୍ଚଳରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଗ୍ରାମବାସୀ ୱେସ୍କୋ ବିଭାଗ ଅଧିକାରୀଙ୍କୁ ଭେଟି ନୂଆ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଅନୁରୋଧ କରି ଆସୁଥିଲେ । ମାତ୍ର ବିଭାଗୀୟ ଅଧିକାରୀ ଏଥିପ୍ରତି କୌଣସି ଗୁରୁତ୍ୱ ଦେଉ ନଥିଲେ । ତେବେ ସେହି ଗ୍ରାମର ସଞ୍ଜିବ ଡୁଙ୍ଗଡୁଙ୍ଗ ସବ୍ଡେଗା ସେକ୍ସନ୍ର କନିÂ ଯନ୍ତ୍ରୀ ଯଶୋବନ୍ତଙ୍କୁ ସାକ୍ଷାତ କରି ନୂଆ ଟ୍ରାନ୍ସଫର୍ମର ଦେବାକୁ ଅନୁରୋଧ କରିଥିଲେ । କନିÂ ଯନ୍ତ୍ରୀ ଏଥିପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଟଙ୍କା ଦେବା ଲାଗି ଶ୍ରୀ ଡୁଙ୍ଗଡୁଙ୍ଗ ରାଜି ହେବା ସହ ଏ ନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।


Comments are closed, but trackbacks and pingbacks are open.