ଭୁବନେଶ୍ୱର: ଶିଳ୍ପାୟନ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ଓଡ଼ିଶା । ଏହି କ୍ରମରେ ଆଉ ଏକ ପାଦ ବଢ଼ାଇଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟସ୍ତରୀୟ ସିଙ୍ଗିଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍ଏଲ୍ଏସ୍ଡବ୍ଲୁ୍ୟସିଏ) ବୈଠକରେ ୪ଟି ଶିଳ୍ପ ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକରେ ପାଖାପାଖି ୧,୬୩୭.୪୧ କୋଟି ଟଙ୍କା ନିବେଶ ହେବ ଏବଂ ୧୧୧୬ରୁ ଊଦ୍ଧ୍ୱର୍ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।
ପ୍ରକଳ୍ପଗୁଡ଼ିକ ଜରିଆରେ ବୃହତ୍ ମାତ୍ରାରେ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ ।
ନିବେଶ ପ୍ରସ୍ତାବଗୁଡ଼ିକ ଉପରେ ସୂଚନା ଦେଇ ଶିଳ୍ପ ବିଭାଗ ପ୍ରଧାନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, ପ୍ରକଳ୍ପଗୁଡ଼ିକ ଡାଉନ୍ଷ୍ଟ୍ରିମ୍ ବିନିର୍ମାଣ, ଧାତବ ଏବଂ ଶକ୍ତି କ୍ଷେତ୍ର ସମ୍ବନ୍ଧୀୟ । ପ୍ରସ୍ତାବ ଆଣିଥିବା କମ୍ପାନିଗୁଡ଼ିକ ବଡ଼ ବଡ଼ ଶିଳ୍ପସଂସ୍ଥା, ଯେଉଁମାନେ ରାଜ୍ୟରେ ଉପରୋକ୍ତ କ୍ଷେତ୍ରଗୁଡ଼ିକୁ ଆହୁରି ଆଗକୁ ନେଇଯିବେ । ବୈଠକରେ ଇପିକଲ୍ ଏମ୍ଡି ଡ. ନିତିନ ଭାନୁଦାସ ଜୱାଲେ ପ୍ରକଳ୍ପଗୁଡ଼ିକ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ପ୍ରକଳ୍ପଗୁଡ଼ିକୁ ନୀତିଗତ ମଞ୍ଜୁରି ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରକଳ୍ପ ନିମନ୍ତେ ଆକଶ୍ୟକ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଇପିକଲ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ଟାଟା ଷ୍ଟିଲ ଲିମିଟେଡ୍ର ଏକ ଲୁହାପଥର ବେନିଫିସିଏସନ୍ ପ୍ଲାଣ୍ଟର ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି । କେନ୍ଦୁଝରର ଯୋଡ଼ାଠାରେ ଥିବା କମ୍ପାନିର ବେନିଫିସିଏସନ୍ ପ୍ଲାଣ୍ଟର କ୍ଷମତାକୁ ୧୨ ଏମ୍ଏମ୍ଟିପିଏରୁ ୧୭.୬ ଏମ୍ଏମ୍ଟିପିଏକୁ ବଢ଼ାଯିବ । ଏଥିପାଇଁ କମ୍ପାନି ୯୪୬ କୋଟି ଟଙ୍କା ଖର୍ଚ୍ଚ କରିବ । ଏହା ମାଧ୍ୟମରେ ୮୦୩ରୁ ଊଦ୍ଧ୍ୱର୍ ଲୋକଙ୍କୁ ନିଯୁକ୍ତି ମିଳିବ ।
ମହାନଦୀ କୋଲ୍ଫିଲ୍ଡସ ଲିମିଟେଡ୍ର ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । କମ୍ପାନି ୨୫୪.୭୧ କୋଟି ଟଙ୍କା ନିବେଶରେ ବୌଦ୍ଧରେ ଏକ ୫୦ ମେଗାୱାଟ ସୋଲାର ପିଭି ପାୱାର ଜେନେରେସନ ପ୍ଲାଣ୍ଟ ସ୍ଥାପନ କରିବ । ଏହା ମାଧ୍ୟମରେ ୩୬ରୁ ଊଦ୍ଧ୍ୱର୍ ଲୋକଙ୍କୁ ନିଯୁକ୍ତି ମିଳିବ ।
ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍ର ଏକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି । କମ୍ପାନି ୩୮୧.୬୦ କୋଟି ଟଙ୍କା ନିବେଶରେ ସମ୍ବଲପୁରର ହୀରାକୁଦଠାରେ ଏକ ରେଳ ୱାଗନ୍ ବିନିର୍ମାଣ ପ୍ଲାଣ୍ଟ ସ୍ଥାପନ କରିବ । ବାର୍ଷିକ ଏହି ପ୍ଲାଣ୍ଟରୁ ୧,୫୦୦ ୱାଗନ୍ ବାହାରିବ । ଏହାସହିତ ୦.୩୯୪ ଏମ୍ଏମ୍ଟିପିଏ ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣେସ(ଇଏଏଫ୍), ୦.୧ ଏମ୍ଏମ୍ଟିପିଏ ଏଚ୍ଆର୍ ମିଲ୍, ୦.୧ ଏମ୍ଏମ୍ଟିପିଏ ସିଆର୍ ମିଲ୍ ଏବଂ ୦.୫ ଏମ୍ଏମ୍ଟିପିଏ ରେଲ୍ୱେ ସାଇଡିଂ ପ୍ଲାଣ୍ଟ ପ୍ରସ୍ତାବରେ ରହିଛି । ଏହା ମାଧ୍ୟମରେ ୧୧୫ରୁ ଊଦ୍ଧ୍ୱର୍ ଲୋକ ନିଯୁକ୍ତି ପାଇବେ ।
ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍ର ଆଉ ଏକ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି । କମ୍ପାନି ୫୫.୧୦ କୋଟି ଟଙ୍କା ନିବେଶରେ ସମ୍ବଲପୁରର ରେଙ୍ଗାଲି ଶିଳ୍ପାଞ୍ଚଳରେ ଏକ ଅକ୍ସିଜେନ୍ ସିଲିଣ୍ଡର ପ୍ଲାଣ୍ଟ ସ୍ଥାପନ କରିବ । ବର୍ଷକୁ ଏହି ପ୍ଲାଣ୍ଟରେ ୧୦,୮୦,୦୦୦ ସିଲିଣ୍ଡର ଉପôାଦନ ହେବ । ଏହା ଜରିଆରେ ୧୬୨ରୁ ଊଦ୍ଧ୍ୱର୍ ନିଯୁକ୍ତି ସମ୍ଭାବନା ରହିଛି ।
ଏହି ଅବସରରେ ଇପିକଲ୍ ଏମ୍ଡି ନିତିନ ଭାନୁଦାସ ଜୱାଲେ କହିଛନ୍ତି ଯେ, ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ରେ ସୁଧାର ଏବଂ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଯୋଗୁ ନିବେଶକଙ୍କ ପାଇଁ ଓଡ଼ିଶା ଏକ ଉପଯୁକ୍ତ ସ୍ଥଳ ପାଲଟିଛି ।
ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା, ଜଳ ସମ୍ବଳ ପ୍ରଧାନ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରଧାନ ସଚିବ ନିକୁଞ୍ଜବିହାରୀ ଧଳ, ଅର୍ଥ ବିଭାଗ ପ୍ରଧାନ ସଚିବ ଅଶୋକ କୁମାର ମୀନା ଏବଂ ଇଡ୍କୋ ଅଧ୍ୟକ୍ଷ ତଥା ଏମ୍ଡି କ୍ରିଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.