୧୬୯୦କୋଟି ୪୬ ଲକ୍ଷ ଟଙ୍କାର କୋଭିଡ୍ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ କୋଭିଡ ସହାୟତା ଘୋଷଣା । ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସହାୟତା ଦ୍ବାରା ରାଜ୍ୟର ବିଭିନ୍ନ ବର୍ଗର ଲୋକ ଉପକୃତ ହେବେ । ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଆଦିମ ଜନଜାତି, ସହରାଞ୍ଚଳର ଗରିବ ଲୋକମାନେ ଏହା ଦ୍ବାରା ଉପକୃତ ହେବେ ।
ଏହା ସହିତ କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଖୁବଶୀଘ୍ର ୩ଟି କିସ୍ତିରେ ୨୦୭ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ ୧୦୦୦ ଟଙ୍କାର ସ୍ବତନ୍ତ୍ର ସହାୟତା । ରାଜ୍ୟର ପ୍ରାୟ ୧୭ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା । ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫୦୦ ଟଙ୍କାର ସ୍ବତନ୍ତ୍ର କୋଭିଡ ସହାୟତା । ଏହା ସହିତ ଶ୍ରମିକଙ୍କ ସହାୟତା ପାଇଁ ଖର୍ଚ୍ଚ ହେବ ୩୬୦ କୋଟି ଟଙ୍କା ।
ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଆସନ୍ତା ନଭେମ୍ବର ମାସ ଯାଏଁ ଲୋକଙ୍କୁ ମାଗଣା ଚାଉଳ ମିଳିବ । ଜୁଲାଇ ମାସରୁ ନଭେମ୍ବର ମାସ ଯାଏଁ ହିତାଧିକାରୀଙ୍କୁ ମିଳିବ ୫ କେଜି ଲେଖାଏଁ ଚାଉଳ । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ ହେବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons