୧୬ ଟାୱାରକୁ ବିଦୁ୍ୟତ୍ ବିଚ୍ଛିନ୍ନ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଗୋଟିଏ ଗୋଟିଏ ବିଏସ୍ଏନ୍ଏଲ୍ ଟାୱାର ଉପରେ ଲକ୍ଷ ଲକ୍ଷ ଟଙ୍କା ବିଦୁ୍ୟତ୍ ବିଲ ବାକି । ଏଥିଯୋଗୁ ଆଜି ଜିଲ୍ଲାର ୧୬ଟି ଟାୱାରକୁ ବିଦୁ୍ୟତ ଯୋଗାଣ ବିଚ୍ଛିନ୍ନ କରିଛି ଟାଟା ପାୱାର । ବକେୟା ରାଶି ପ୍ରଦାନ କରାନଯିବା ପର୍ଯ୍ୟନ୍ତ ସଂଯୋଗ ଦିଆଯିବନି ବୋଲି ସ୍ପଷ୍ଟ କରିଦେଇଛି । ଫଳରେ ଜିଲ୍ଲାର ଅର୍ଦ୍ଧାଧିକ ଅଞ୍ଚଳରେ ବିଏସଏନଏଲ ମୋବାଇଲ ଏବଂ ଇଣ୍ଟରନେଟ ସେବା ଠପ୍ ହୋଇଯାଇଛି । ଏହା ଏକ ସରକାରୀ ସଂସ୍ଥା ହୋଇଥିବା ସତ୍ତେ୍ୱ ବିଲ୍ ପଇଠ କରିବାରେ ଅବହେଳା କରିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ।
ଟାଟା ପାୱାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଏସଏନଏଲ କର୍ତ୍ତୃପକ୍ଷ ରାୟଗଡ଼ା ସହରରୁ ଆରମ୍ଭ କରି ବିଭିନ୍ନ ଗାଁରେ ଥିବା ଟାୱାର ବାବଦରେ ବିଦୁ୍ୟତ ବିଲ୍ ବାକି ରଖିଛନ୍ତି । ସହରର ରାଣୀଗୁଡ଼ା ଟାୱାର ଉପରେ ୮୮ ହଜାର ୬୫ ଟଙ୍କା ବାକି ଥିବା ବେଳେ ଚନ୍ଦ୍ରପୁର ଟାୱାର ଉପରେ ୧ ଲକ୍ଷ ୧୦ ହଜାର ୮୯୯, କଲ୍ୟାଣସିଂହପୁର ଟାୱାର ଉପରେ ୧ ଲକ୍ଷ ୯୨ ହଜାର ୫୨୦, ଶିକରପାଇ ଟାୱାର ଉପରେ ୧ ଲକ୍ଷ ୪୫ ହଜାର ୯୦, ଜଗନ୍ନାଥପୁର ଟାୱାର ଉପରେ ୬୮ ହଜାର ୬୮୪, ବନ୍ଧମାଣ୍ଡି ଟାୱାର ଉପରେ ୮୭ ହଜାର ୭୦, ବିଷମକଟକ ଟାୱାରରେ ୫୩ ହଜାର ୮୨୦, ଚାଟିକଣା ଟାୱାରରେ ୭୧ ହଜାର ୮୧୬, ଦୁର୍ଗି ଟାୱାରରେ ୩ ଲକ୍ଷ ୨୦ ହଜାର ୪୭୧, ମୁନିଗୁଡ଼ା ଟାୱାରରେ ୬୦ ହଜାର ୩୨୨, ଗୋବର୍ଦ୍ଧନ ଟାୱାରରେ ୧ ଲକ୍ଷ ୮୨ ହଜାର ୩୮୨, ଶିବପଦର ଟାୱାରରେ ୮୩ ହଜାର ୩୬୧, ଜଗଦଲପୁର ଟାୱାରରେ ୬୪ ହଜାର ୫୨, କୋଲନରା ଟାୱାରରେ ୨ ଲକ୍ଷ ୧୧ ହଜାର ୭୧୧, ଅମଳାଭଟ୍ଟା ଟାୱାରରେ ୭୨ ହଜାର ୬୮୭, କାଶୀପୁର ଟାୱାରରେ ୭୫ ହଜାର ୫୯୬, ଟିକିରି ଟାୱାରରେ ୧ ଲକ୍ଷ ୨୬ ହଜାର ୪୪୧, ଗୋରଖପୁର ଟାୱାରରେ ୧ ଲକ୍ଷ ୯୭ ହଜାର ୧୮୩, ଦୋରାଗୁଡ଼ା ଟାୱାରରେ ୮୮ ହଜାର ୩୪୫ ଟଙ୍କା ବାକି ପଡ଼ିଛି । ବାରମ୍ବାର ଅବଗତ କରାଯିବା ପରେ ବି ବିଏସଏନଏଲ କର୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । କେବଳ ରାୟଗଡ଼ା ସହର ଏବଂ ଦୁର୍ଗି ଟାୱାର ବ୍ୟତିତ ବଳକା ୧୬ଟି ଟାୱାର ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।
ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ପରେ କେତେକ ସ୍ଥାନରେ ଜେନେରେଟର ଦ୍ୱାରା ଆଜି ମଧ୍ୟାହ୍ନରୁ ବିଏସଏନଏଲ ଟାୱାରଗୁଡ଼ିକ ଚାଲିଛି । ବୁଦବାରରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି । ଫଳରେ ଜିଲ୍ଲାର ଅଧା ସ୍ଥାନରେ ମୋବାଇଲ ଓ ଇଂଟରନେଟ ସେବା ବନ୍ଦ ହୋଇଯାଇଛି । ବୁଧବାର ଜିଲ୍ଲାର ଆଉ ଅଧା ଅଂଚଳରେ ଏହି ସେବା ମଧ୍ୟ ଠପ ହୋଇଯିବାର ସମ୍ଭାବନା ରହିଛି । ସାଧାରଣ ଗ୍ରାହକଙ୍କଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ପ୍ରତିÂାନ ଉପରେ ଏହାର ପ୍ରଭାବ ପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons