୧୭ଟି ବାର୍ ବିରୋଧରେ ହେବ କାର୍ଯ୍ୟାନୁÂାନ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ସୁପ୍ରିମ୍କୋର୍ଟଙ୍କ ବାରମ୍ବାର ତାଗିଦ୍ ସତ୍ତେ୍ୱ ଆନେ୍ଦାଳନ ପ୍ରତ୍ୟାହାର ନକରିବାରୁ ପଶ୍ଚିମ ଓଡିଶାର ୧୭ଟି ବାର୍ ଆସୋସିଏସନ୍ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ପାଇଁ ଭାରତୀୟ ଆଇନଜୀବୀ ପରିଷଦ(ବିସିଆଇ)କୁ ପ୍ରସ୍ତାବ ଦେଇଛି ରାଜ୍ୟ ବାର୍ କାଉନସିଲ୍ । ଆନେ୍ଦାଳନ ଜାରି ରଖିଥିବାରୁ ବଲାଙ୍ଗୀର ଜିଲ୍ଲା ବାର୍ ଆସୋସିଏସନ୍, ସମ୍ବଲପୁର ବାର୍ ଆସୋସିଏସନ୍, ବଣାଇ ବାର୍ ଆସୋସିଏସନ୍, ରାଜଗାଙ୍ଗପୁର ବାର୍ ଆସୋସିଏସନ୍, ପଦ୍ମପୁର ବାର୍ ଆସୋସିଏସନ୍, କୁଚିଣ୍ଡା ବାର୍ ଆସୋସିଏସନ୍, ଅତାବିରା ବାର୍ ଆସୋସିଏସନ୍, ଦେବଗଡ଼ ଜିଲ୍ଲା ବାର୍ ଆସୋସିଏସନ୍, ରେଢ଼ାଖୋଲ ବାର୍ ଆସୋସିଏସନ୍, ସୋହେଲା ବାର୍ ଆସୋସିଏସନ୍, ବରପାଲି ବାର୍ ଆସୋସିଏସନ୍, ସୋନପୁର ବାର୍ ଆସୋସିଏସନ୍, ବୀର ମହାରାଜପୁର ଆସୋସିଏସନ୍, ବିନିକା ବାର୍ ଆସୋସିଏସନ୍, ତରଭା ବାର୍ ଆସୋସିଏସନ୍, ଲୋଇସିଂହା ବାର୍ ଆସୋସିଏସନ୍, ଝାରସୁଗୁଡ଼ା ବାର୍ ଆସୋସିଏସନ୍ ଏବଂ କେନ୍ଦ୍ରୀୟ କ୍ରିୟାନୁÂାନ କମିଟିର ସଦସ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ବାରମ୍ବାର ତାଗିଦ୍ ସତ୍ତେ୍ୱ ବହୁ ବାର୍ ପକ୍ଷରୁ ଆନ୍ଦାଳନ ପ୍ରତ୍ୟାହାର ହେଉନଥିବାରୁ ଗତ ୧୦ ତାରିଖରେ ସୁପ୍ରିମ୍କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ । ଯେଉଁସବୁ ବାର୍ର ଆଇନଜୀବୀମାନେ ଆନେ୍ଦାଳନରୁ ଓହରିନାହାନ୍ତି ସେମାନଙ୍କର ଏକ ବିସ୍ତୃତ ତାଲିକା ରାଜ୍ୟ ଆଇନଜୀବୀ ପରିଷଦ ଭାରତୀୟ ଆଇନଜୀବୀ ପରିଷଦ(ବିସିଆଇ)କୁ ପଠାଇବ । ବିସିଆଇ ଏହି ସବୁ ଆଇନଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ଗ୍ରହଣ କରିବା ସହ ସେମାନଙ୍କ ଲାଇସେନ୍ସ ସସ୍ପେଣ୍ଡ ପାଇଁ ପଦକ୍ଷେପ ନେବ ବୋଲି ସୁପ୍ରିମ୍କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ଅଦାଲତଙ୍କ ଆଦେଶ ଦେବାର ଦୁଇ ସପ୍ତାହ ମଧ୍ୟରେ ଏହି ପଦକ୍ଷେପ ଗ୍ରହଣ କରିବାକୁ ସୁପ୍ରିମ୍କୋର୍ଟ ଆଦେଶରେ ସ୍ପଷ୍ଟ କରିଥିଲେ । ସୁପ୍ରିମ୍କୋର୍ଟଙ୍କ ଏହି ନିଦେ୍ର୍ଧଶ ପରେ ଆନେ୍ଦାଳନରେ ସାମିଲ୍ ହୋଇ ଆସିଥିବା କେତେକ ବାର୍ ନିଜ ଆଡୁ ଆନେ୍ଦାଳନ ପ୍ରତ୍ୟାହାର କରି ନେଇଛନ୍ତି । କିନ୍ତୁ ଯେଉଁମାନେ ଏଯାବତ ଆନେ୍ଦାଳନ ପ୍ରତ୍ୟାହାର କରିନାହାନ୍ତି ସେମାନେ ତୁରନ୍ତ ଆନେ୍ଦାଳନରୁ ଓହରି ଆସି କାର୍ଯ୍ୟରେ ଯୋଗଦେବାକୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଥିଲା । କିନ୍ତୁ ଅନୁରୋଧ ସତ୍ତେ୍ୱ ଯେଉଁ ବାର୍ ଗୁଡ଼ିକ ଆନେ୍ଦାଳନରୁ ଓହରି ନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବିସିଆଇକୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons