୧୭ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ରାଜ୍ୟରେ ଆଉ ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସରକାର ସେମାନଙ୍କ ସଂପର୍କରେ ସୂଚନା ଦେଇଛନ୍ତି । ଏହି ୧୭ ଜଣ ହେଉଛନ୍ତି ପୁରୁଷ । ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ସୁରଟ ଫେରାନ୍ତା । ଆଉ ଜଣେ କଣ୍ଟେନମେଣ୍ଟ ଜୋନ୍ରେ ଥିଲେ । ଏହି ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ମୟୂରଭଞ୍ଜର ୩ ଜଣ ଓ ଭଦ୍ରକର ଜଣେ ଅଛନ୍ତି । ଏମାନେ ସମସ୍ତେ ସୁରଟ ଫେରାନ୍ତା । ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁ ଜଣେ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେ ରାଉରକେଲାର । ସେ କଣ୍ଟେନମେଣ୍ଟ ଜୋନ୍ରେ ଥିଲେ । ରାଜ୍ୟ ସରକାର ତଥ୍ୟ ଦେବା ପୂର୍ବରୁ ଭଦ୍ରକ ଜିଲ୍ଲା ପ୍ରଶାସନ ଏହାର ନୂଆ କରୋନା ଆକ୍ରାନ୍ତ ସମ୍ପର୍କରେ ତଥ୍ୟ ଦେଇଥିଲା । ଏହି ବ୍ୟକ୍ତି ଜଣଙ୍କ ତିହିଡ଼ି ବ୍ଲକର । ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳ ମଧ୍ୟ ରାଉରକେଲାର ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ୂସଚନା ଦେଇଥିଲେ । ୧୨ ନୂଆ କେସ୍ ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରେ ପହଞ୍ଚିଯାଇଛି । ଏମାନେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ସେହିପରି ଭଦ୍ରକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚôଥିବା ବେଳେ ସୁନ୍ଦରଗଡ଼ରେ ୧୩ ଓ ମୟୁରଭଞ୍ଜରେ ୭ ହୋଇଛି । ଭଦ୍ରକର ୨୫ ଜଣଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼ର ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣ ଚିକିତ୍ସାଧୀନ ରହିଛନ୍ତି । ମୟୁରଭଞ୍ଜରେ ୭ ଜଣ ଯାକ ଚିକିତ୍ସାଧୀନ ଅଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨୮୭ କରୋନା ଅକା୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨ ଜଣଙ୍କ ମୃତୁ୍ୟ ଘଟିଛି । ବାକି ୨୨୨ ଟି କେସ୍ ସକ୍ରିୟ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons