ସମ୍ବଲପୁର,(ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ଆରତୀ ଦେବୀ ନିଖୋଜ ଘଟଣାର ପର୍ଦ୍ଧାଫାଶ କରିଛି ପୁଲିସ । ନିଖୋଜ ନୁହେଁ, ବରଂ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ସିଟି ଷ୍ଟେସନ ନିକଟସ୍ଥ ବାଘଡିଆ ଆମ୍ବତୋଟା ଭିତରେ ଶବକୁ ପୋତିଥିଲେ ନିଜ ସ୍ୱାମୀଙ୍କ ସହ ଅନ୍ୟ ୫ ସମ୍ପକୀୟ । ଘଟଣାରେ ଧନୁପାଲି ଏବଂ ମହିଳା ଥାନା ପୁଲିସ ସଂପୃକ୍ତ ସ୍ୱାମୀ କୁନାଲ ସିଂଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି । ଆଜି ମହିଳା ଥାନା, ଧନୁପାଲି ଥାନା ପୁଲିସ ସମେତ ଫରେନସିକ୍ ଟିମ୍ ଏବଂ ମାଜିଷ୍ଟେ୍ରଟ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୪ ଫୁଟ ଗାତ ଖୋଳିଲା ପରେ ଆରତୀଙ୍କ ଗଳିତ ଶବ ଉଦ୍ଧାର କରିଛି । ଗତ ୩୧ ତାରିଖ ଦିନ ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ହତ୍ୟା କରିଥିବା ନେଇ ପୁଲିସ ଠୋସ୍ ପ୍ରମାଣ ପାଇସାରିଛି । ଘଟଣାସ୍ଥଳରେ ଅତିରିକ୍ତ ଏସ୍ପି ପି.କେ. ମହାପାତ୍ର, ଏସ୍ଡିପିଓ ତପନ ମହାନ୍ତିଙ୍କ ସମେତ ୩ ଥାନାର ଆଇଆଇସି ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଇଛନ୍ତି ।
ସୂଚନା ଅନୁସାରେ ବିହାର ପିଣ୍ଡରା ଥାନା ରାମପୁର ବାସିନ୍ଦା ସୁରେନ୍ଦ୍ର ସିଂଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ୫ ଝିଅ ଓ ଗୋଟିଏ ପୁଅ । ସେମାନଙ୍କ ମଧ୍ୟରୁ ଝିଅ ଆରତୀ ତୃତୀୟ ସନ୍ତାନ ଅଟନ୍ତି । ଗତ ଦେଢ଼ବର୍ଷ ତଳେ ତାଙ୍କ ଗ୍ରାମଠାରୁ ୧୦ କିମି ଦୂରରେ ରହୁଥିବା ଆରା ଜିଲ୍ଳା ଚାନ୍ଦି ଥାନା ଅନ୍ତର୍ଗତ ଯୁକ୍ତା ଗ୍ରାମର ମୂଳ ନିବାସୀ ତଥା ସମ୍ବଲପୁର ସହରର ସାକ୍ଷୀପଡା ବାହାଲପଡାରେ ରହୁଥିବା କୁନାଲ ଯାଦବଙ୍କ ସହିତ ବିବାହ ହୋଇଥିଲା । ତେବେ, ଗତ ୩୧ ତାରିଖ ରାତ୍ରୀରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାପରେ ୧ ତାରିଖରେ ଆରତୀ ଦେବୀ ହଠାତ ନିଖୋଜ ହୋଇଯାଇଥିଲେ ।
ସ୍ୱାମୀ କୁନାଲ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆରତୀଙ୍କର ବାପାଙ୍କୁ ଫୋନ୍ କରି ସେ ନିଖୋଜ ଥିବାର ଜଣାଇବା ସହିତ ୩ ତାରିଖରେ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଣୁ ପୁଲିସ ଏକ ନିଖୋଜ ମାମଲା କେସ୍ ନଂ ୧/୨୦୨୦ ରୁଜୁ କରି ତାଙ୍କୁ ଖୋଜୁଥିଲା । ଏଭଳି ସ୍ଥିତିରେ ହଠାତ କୁନାଲ ଓ ତାଙ୍କର ବାପା ଶ୍ୟାମବାବୁ, ମାଁ, ବଡ ଭାଇ ସୋନୁ ଯାଦବ ଅନ୍ୟ କିଛି ସର୍ମ୍ପକୀୟ ରହସ୍ୟମୟ ଭାବେ ଉଭାନ ହୋଯାଇଥିଲେ । ଏନେଇ ପୁଲିସ ଘଟଣାରେ ସ୍ୱାମୀକୁ ସନେ୍ଦହ କରିବା ସହ ତାକୁ ଧରିବା ପାଇଁ ଜାଲ ବିଛାଇଥିଲା । ପରେ ଗତକାଲି ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍ ସ୍ୱାମୀ ସହ ଅନ୍ୟ ୫ ଜଣ ଅଭିଯୁକ୍ତକୁ ଗିରଫ କରିବା ପରେ ଖୋଲିଥିଲା ସମ୍ପୂର୍ଣ୍ଣ ଗୁମର ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୩୧ ତାରିଖ ଦିନ ରାତିରେ ସ୍ତ୍ରୀର ଚରିତ୍ରକୁ ସନେ୍ଦହ କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ସ୍ୱାମୀ କୁନାଲ ରାଗିଯାଇ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ରଚିଥିଲା ବ୍ଲୁ ପ୍ରିଣ୍ଟ । ପ୍ରଥମ ବଜାରକୁ ଯାଇ ନୂଆ କୋଦାଳ ଏବଂ ଲୁଣ କିଣିଥିଲା । ପରେ ଅନ୍ୟ ସହଯୋଗୀ ମନିଷ ସହାୟତାରେ ସିଟି ଷ୍ଟେସନ ନିକଟରେ ଥିବା ବାଗଦିଆ ଆମ୍ବ ତୋଟା ନିକଟରେ ୧ ତାରିଖ ଦିନ ପ୍ରଥମେ ଏକ ଗାତ ଖୋଲିଥିଲା । ପରେ ରାତି ପ୍ରାୟ ୧୨ଟା ସମୟରେ ଅନ୍ୟ ୫ ଜଣଙ୍କ ସହାୟତାରେ ଆରତୀଙ୍କ ମୃତ ଦେହ ନେଇ ଗାତରେ ପୋତି ଦେଇଥିଲା । ଆଉ ତା ପରଦିନ ଧନୁପାଲି ଥାନାରେ ନିଖୋଜ ସମ୍ପର୍କିତ ଏକ ରିର୍ପୋଟ ଦାୟର କରିଥିଲା । ଆଉ ୫ ତାରିଖ ଦିନ ହଠାତ୍ କୁନାଲ ସହ ଅନ୍ୟ ପରିବାର ନିଖୋଜ ହୋଇଯିବା ସନେ୍ଦହକୁ ଆହୁରି ଘନିଭୂତ କରିଥିଲା । ପୁଲିସ ବାହାଲପଡା ଘରେ ମାଟି ଖୋଲିବା ସହ ଶବ ନ ପାଇ ନିରାଶ ହୋଇଥିଲା । ପରେ ପୁଲିସ ସହ କୁନାଲ ଏବଂ ତାଙ୍କ ପରିବାର ଦୀର୍ଘ ଦିନ ପ୍ରର୍ଯ୍ୟନ୍ତ ଲୁଚକାଳୀ ଖେଲିବା ପରେ ଗତକାଲି ଧରାପଡିଥିଲା । ଆଜି କୁନାକୁ ପୁଲିସ ଘଟଣା ସ୍ଥଳକୁ ନେଇ ପ୍ରାୟ ୪ ଫୁଟ ଶବ ଖୋଲି ଗଳିତ ମୃତଦେହ ଉଦ୍ଧାର କରିଥିଲା । ଦୀର୍ଘ ଦିନ ହେବାରୁ ମୃତ ଦେହ ପଚିସଢି ଯାଇଥିଲା । ଫରୋନସିକ ଟିମ୍ ଘଟଣା ସ୍ଥଳରୁ ଗାତ ଖୋଳାହୋଇଥିବା କୋଦାଳ, ଏବଂ ଅନ୍ୟ କିଛି ସାମଗ୍ରୀ ଜବତ କରିଛି । ଆଜି ଶବ ବ୍ୟବଚ୍ଛେଦ କରିବା ପାଇଁ ବୁର୍ଲା ପଠାଇଛି ।
ତେବେ ଆରତୀଙ୍କୁ ହତ୍ୟା କରାଯାଇଥିବା ନେଇ ବର୍ତ୍ତମାନ ସୁଦ୍ଧା ପୁଲିସ ଆନୁÂାନିକ ଭାବେ ଘୋଷଣା କରିନଥିବା ବେଳେ ଅଭିଯୁକ୍ତ କୁନାଲ ଏବଂ ଅନ୍ୟ ୪ ଅଭିଯୁକ୍ତଙ୍କ ଠାରୁ ହତ୍ୟା ସଂପର୍କିତ ସବୁ ପ୍ରମାଣ ସଂଗ୍ରହ କରିସାରିଛି । ଆଉ ଆସନ୍ତାକାଲି ଏନେଇ ପୁଲିସ ହତ୍ୟା ସଂପର୍କରେ ବିଧିବଦ୍ଧ ସୂଚନା ଦେବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.