ନୂଆଦିଲ୍ଲୀ: ଭାନୁଆତୁରେ ଚାଲିଥିବା ୧୯ବର୍ଷରୁ କମ୍ ଓଏଫ୍ସି ଡେଭଲପମେଣ୍ଟାଲ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍ରେ ଦଳ ୧-୦ ଗୋଲ୍ରେ ଆୟୋଜକ ଭାନୁଆତୁ ପରାସ୍ତ କରିଥିଲା । ଯୁବ ଖେଳାଳି ସୁମିତ୍ ରାଠି ଦଳ ପକ୍ଷରୁ ବିଜୟସୂଚକ ଗୋଲ୍ଟି ସ୍କୋର କରିଥିଲେ ।
କର୍ମାନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲା । ପ୍ରଥମଥାର୍ଦ୍ଧ ଖେଳ ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା । ଦ୍ୱିତୀୟାର୍ଦ୍ଧ ଖେଳରେ ଭାରତୀୟ ଖେଳାଳି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ୭୮ତମ ମିନିଟ୍ରେ ସୁମିତ୍ ସାଥି ଗିଭସନ୍ ଓ ନିଣ୍ଠୋଇଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତ ଆସନ୍ତା ବୁଧବାର ନ୍ୟୁ କାଲେଡୋନିୟା ଦଳକୁ ଭେଟିବ ।
Comments are closed, but trackbacks and pingbacks are open.