୧୯ ଦୋଷୀ ସାବ୍ୟସ୍ତ, ୨୮ରେ ଦଣ୍ଡ ଘୋଷଣା

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଜିଲ୍ଲା ଆଶ୍ରୟ କେନ୍ଦ୍ର ବଳାକ୍ରାର ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବିହାର ପିପୁଲ୍ସ ପାର୍ଟି (ବିପିପି) ନେତା ବ୍ରଜେଶ ଠାକୁର ସମେତ ୧୯ ଜଣଙ୍କୁ ଦିଲ୍ଲୀର ସାକେତ କୋର୍ଟ ସୋମବାର ଦୋଷୀ ସାବ୍ୟସ୍ତ କରିଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ମହମ୍ମଦ ସାହିଦ ଓରଫ ଭିକିକୁ କୋର୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି । ଅତିରିକ୍ତ ଦୌରାଜଜ ସୌରଭ କୁଳଶ୍ରେÂଙ୍କ କୋର୍ଟ ବଳାକ୍ରାର ସମେତ ନାବାଳିକା ଯୌନ ନିର୍ଯାତନା, ଅପରାଧ ଷଡଯନ୍ତ୍ର ଓ ପକ୍ସୋ ଆଇନ ଅନୁସାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୨୮ ତାରିଖରେ ଦଣ୍ଡ ଘୋଷଣା କରାଯିବ ।
ଦୌରାଜଜ୍ ତାଙ୍କର ୧୦୪୫ ପୃÂାର ରାୟ ପଢ଼ି ଶୁଣାଇବା ବେଳେ କୋର୍ଟରେ ଉପସ୍ଥିତ ଜଣେ ଅଭିଯୁକ୍ତ କାନ୍ଦି ପକାଇଥିଲା । କହିଥିଲା କି ସେ ଯୁବତୀମାନଙ୍କୁ ଆଦୌ ଛୁଇଁ ନାହିଁ । ଏପରିକି ସେ ଆତ୍ମହତ୍ୟା କରିବ ବୋଲି କହିଥିଲା । ଗତବର୍ଷ ସେପ୍ଟେମ୍ବର ୨୩ରେ ଅଭିଯୁକ୍ତ ଓ ସିବିଆଇ ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ୨୦୧୮ ମେ’ ୨୬ରେ ଟାଟା ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ ସାଇନ୍ସେସ୍ ପକ୍ଷରୁ ବିହାର ସରକାରଙ୍କୁ ଦିଆଯାଇଥିବା ଏକ ରିପୋର୍ଟରେ ଏହି ବଳାକ୍ରାର ଓ ଯୌନ ଶୋଷଣ ମାମଲା ସାମ୍ନାକୁ ଆସିଥିଲା । ବ୍ରଜେଶ ଠାକୁରଙ୍କ ମାଲିକାନାରେ ଥିବା ଏକ ସ୍ୱେଚ୍ଛାସେବୀ ଅନୁÂାନ ଏହି ଆଶ୍ରୟ କେନ୍ଦ୍ର ପରିଚାଳନା କରୁଥିଲା । କିନ୍ତୁ ଉକ୍ତ ଆଶ୍ରୟ କେନ୍ଦ୍ରରେ ରହୁଥିବା ୩୬ ଯୁବତୀ ଓ ନାବାଳିକାଙ୍କୁ ବ୍ରଜେଶଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ବଳାକ୍ରାର କରିବା ସହ ଯୌନ ଶୋଷଣ କରୁଥିଲେ । ଏପରିକି ସେମାନଙ୍କୁ ନିଶା ବଟିକା ଦିଆଯିବା ସହ ମାଡ଼ ମରାଯାଉଥିବା ପୀଡିତାମାନେ ଅଭିଯୋଗ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବାର ୩ ଦିନ ପରେ ରାଜ୍ୟ ସରକାର ସେଠାରୁ ଯୁବତୀଙ୍କୁ ଅନ୍ୟ ସୁରକ୍ଷିତ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରିଥିଲେ ।
ପୁଲିସ ଏହି ଘଟଣାରେ ବ୍ରଜେଶଙ୍କ ସମେତ ୧୨ ପୁରୁଷ ଓ ୮ ମହିଳାଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ କିଛି ସରକାରୀ କର୍ମଚାରୀ ଥିଲେ । ଏପରିକି ବ୍ରଜେଶଙ୍କ ସହ ବିହାରର ତକ୍ରାଳୀନ ସମାଜ କଲ୍ୟାଣ ମନ୍ତ୍ରୀ ତଥା ଜେଡିୟୁ ନେତ୍ରୀ ମଞ୍ଜୁ ବର୍ମାଙ୍କ ଲିଙ୍କ୍ ଥିବା ଅଭିଯୋଗ ଉଠିଥିଲା । ଫଳରେ ସେ ଇସ୍ତଫା ଦେଇଥିଲେ । ୨୦୧୮ ଅଗଷ୍ଟ ୨ରେ ସୁପ୍ରିମକୋର୍ଟ ନିଜଆଡୁ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଓ ନଭେମ୍ବର ୨୮ରେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ସେହିଭଳି ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ମାମଲାର ବିଚାର ମୁଜାଫରପୁର କୋର୍ଟରୁ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons