ଛତ୍ରପୁର, (ବି.ବି.ନୁ୍ୟଜ୍): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ଓ ୨୦ ଦୁଇଦିନ ଧରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ସୂଚନା ଜାରି କରିଛି ପାଣିପାଗ ବିଭାଗ । ଅନେକ କ୍ଷୟକ୍ଷତି ଆଶଙ୍କା ରହିଛି । ଗତ ସପ୍ତାହରେ ଲଗାଣ ବର୍ଷାରେ ଡ୍ୟାମ୍, ନଦୀ, ପୋଖରୀରେ ପୂର୍ଣ୍ଣ ରହିଛି । ଏଣୁ ଅଧିକ ବର୍ଷାରେ ତିତ୍ଲି ପରିସ୍ଥିତି ପୁନରାବୃତ୍ତି ହୋଇପାରେ । ପବନର ଭୟ ନାହିଁ । କିନ୍ତୁ ବନ୍ୟା ଭୟ ରହିଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତି ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜରୁରିକାଳୀନ ବୈଠକରେ ଆଜି ଏଭଳି ସତର୍କ ସୂଚନା ଜାରି କରିଛନ୍ତି । ଜିଲ୍ଲାର ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି କରି ରହିବାକୁ କୁହାଯାଇଛି । ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ହେଡ୍କ୍ୱାର୍ଟର ଛାଡ଼ିବେ ନାହିଁ ବୋଲି ଜିଲ୍ଲାପାଳ ଏହି ଭିଡିଓ କନଫରେନ୍ସିଂ ବୈଠକରେ ସ୍ପଷ୍ଟ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ମୁତାବକ ଆସନ୍ତା ୧୯ ଓ ୨୦ରେ ଲଗାଣ ବର୍ଷାରେ ଅନେକ କ୍ଷୟକ୍ଷତି ହେବା ଆଶଙ୍କା ରହିଛି । ଜିଲ୍ଲାରେ ଜିରୋ କାଜୁଆଲିଟି ଲକ୍ଷ୍ୟରେ ସମସ୍ତ ଲାଇନ୍ ବିଭାଗ ଓ ରାଜସ୍ୱ ବିଭାଗ ପୂର୍ବ ପ୍ରସ୍ତୁତି କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି କରି ରହିବା ଜରୁରି । ଆସିକା, ପାତ୍ରପୁର, ସୋରଡ଼ା, ପୁରୁଷୋତ୍ତମପୁର, ଛତ୍ରପୁର, ଗଞ୍ଜାମ, ବ୍ରହ୍ମପୁର ଅଞ୍ଚଳର ଖାଲ ସ୍ଥାନ ଗୁଡିକରେ ବର୍ଷାଜଳ ପୂର୍ଣ୍ଣ ହୋଇ ବିପଦ ସୃଷ୍ଟି କରିବାକୁ ବହୁତ ସମୟ ଲାଗିବ ନାହିଁ । ଏଣୁ ଖାଲୁଆ ଅଞ୍ଚଳ, କଚ୍ଚା ଘର, ବହୁ ପୂରାତନ କୋଠାଘର ଓ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ପରିବାର ବର୍ଗଙ୍କୁ ସ୍ଥାନାନ୍ତର କରି ଉଚ୍ଚସ୍ଥାନ, ବାତ୍ୟା ଆଶ୍ରୟସ୍ଥଳ, ସୁରକ୍ଷିତ ସ୍କୁଲ ଗୃହରେ ରଖାଯିବ । ଲୋକଙ୍କୁ ସ୍ଥାନାନ୍ତର ଓ ସେମାନଙ୍କର ରହିବା ବ୍ୟବସ୍ଥା ବେଳେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ । ଆଜିଠାରୁ ମାଇକ୍ ଦ୍ୱାରା ପ୍ରଚାର କରି ସ୍ଥାନାନ୍ତର କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଲୋକଙ୍କ ଘରେ ରଖାଯାଇଥିବା ଖାଦ୍ୟ ଓ ବସ୍ତ୍ର ନିର୍ଦ୍ଧିଷ୍ଟ ସୁରକ୍ଷିତ ସ୍ଥାନରେ ରଖାଯିବ । ପୂର୍ବ ପରିସ୍ଥିତି ଫେରିଲା ପରେ ସେମାନେ ସେମାନଙ୍କ ସାମଗ୍ରୀ ଧରି ନିଜ ଗୃହକୁ ଫେରିବେ । ସେମାନଙ୍କ ରହିବା ସ୍ଥାନରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ,ପାନୀୟ ଜଳ ବ୍ୟବସ୍ଥା କରାଯିବ । କୌଣସି ଅଞ୍ଚଳ ବିଚ୍ଛିନ୍ନ ହେବା ପରେ ସେଠାରେ କୌଣସି ସାମଗ୍ରୀ ପହଞ୍ଚି ପାରିବ ନାହିଁ । ଏଣୁ ପୂର୍ବ ପ୍ରସ୍ତୁତି କରି ରଖାଯିବ । ଗର୍ଭବତୀଙ୍କୁ ଏହି ତିନିଦିନ ନିକଟସ୍ଥ ଚିକିତ୍ସାଳୟରେ ରଖାଯିବ । ସେଠାରେ ସେମାନଙ୍କୁ ଖାଇବା ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ଦୃଷ୍ଟି ଦିଆଯିବ । ରାସ୍ତା ଧୋଇଯିବା ଅବସ୍ଥା କିମ୍ବା ପାହାଡ଼ ଧସିବା ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ବୋଲେରୋ, ଟ୍ରାକ୍ଟର ସମେତ ଲାଇଫ୍ ଜ୍ୟାକେଟ୍, ଟ୍ରକ୍ କିମ୍ବା ବସ୍ ଟୁ୍ୟବ୍, ନୌକା, ଜେନେରେଟର୍, ଡିଜେଲ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ହାଲୋଜେନ୍ ବଟିକା, ଔଷଧ, ଓଆର୍ଏସ୍. ପ୍ୟାକେଟ୍, ସାପ କାମୁଡା ଔଷଧ, ଡାଲି, ଚାଉଳ, ତେଲ, ପଲିଥିନ୍ ବ୍ୟାଗ୍, ବଡ଼ ପଲିଥିନ୍, ଅତି ଜରୁରି ସାମଗ୍ରୀ ପୂର୍ବ ପ୍ରସ୍ତୁତି କରି ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯିବ । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଆବଶ୍ୟକ ସ୍ଥଳେ ହେଲିକ୍ୟାପ୍ଟର୍ ନିୟୋଜିତ ହେବ । ବର୍ଷା ସହ ବିଜୁଳି ମାରିବା ସମ୍ଭାବନା ହେତୁ ଜନଜୀବନ ସୁରକ୍ଷିତ କରିବାକୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି ।
ଉପଜିଲ୍ଲାପାଳମାନେ ସରପଞ୍ଚଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳ ସ୍ତରରେ ପୂର୍ବ ପ୍ରସ୍ତୁତି କରବେ । ସ୍ୱୟଂସିଦ୍ଧା, କୋଭିଡ୍ ମନିଟର୍, କୋଭିଡ୍ ସଖୀ, ଯୁବଗୋÂୀ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ ରହିବେ । ଭଲ ପହଁରି ପାରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ରଖିବାକୁ ଜଣାଇଦିଆଯାଇଛି । ନିଜ କାର୍ଯ୍ୟାଳୟର କର୍ମଚାରୀଙ୍କ ସହିତ ବୈଠକ କରି ପୂର୍ବ ପ୍ରସ୍ତୁତି କରିବେ । ସମସ୍ତେ ଜୁମ୍ ଆପ୍ ଡାଉନ୍ଲୋଡ୍ କରି ରଖିବେ । ଆବଶ୍ୟକ ସ୍ଥଳେ ଜୁମ୍ ଭିଡିଓ ଦ୍ୱାରା ଆଲୋଚନା ହେବ । ଧସିଯିବା ଅବସ୍ଥାରେ ଥିବା ପୋଲ, ଜଳପୂର୍ଣ୍ଣ ହେବାକୁ ଥିବା ଖାଲୁଆ ରାସ୍ତା ପ୍ରତି ନଜର ରହିବ । ଆବଶ୍ୟକ ସ୍ଥଳେ ଉକ୍ତ ରାସ୍ତା ବନ୍ଦ କରି ଲୋକଙ୍କ ୟାତାୟତ ଓ ଯାନବାହନ ଚଳପ୍ରଚଳକୁ ବନ୍ଦ କରାଯିବ । ମତ୍ସ୍ୟଜୀବୀମାନେ ଖାଲୁଆ ଅଞ୍ଚଳକୁ ଯାଇ ମାଛ ଧରିବାକୁ ବାରଣ କରାଯାଇଛି ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶକ ସିନେ୍ଦ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ. ସିଦେ୍ଧଶ୍ୱର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାାସନ ଭି, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଖଣ୍ଡୀୟ ବନ ଅଧିକାରୀ ଅମ୍ଲାନ ନାୟକ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଓ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.