୧.୬୬ ଲକ୍ଷ ଟଙ୍କା ଡିଲ୍ କରି ଫସିଗଲେ ଡିଏଫ୍ଓ

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ୧.୬୬ ଲକ୍ଷ ଟଙ୍କା ଡିଲ୍ କରି ବନ୍ଧାହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ ଡିଏଫ୍ଓ ପ୍ରଣବ କୁମାର ମହାନ୍ତି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବିଭାଗୀୟ ରେଞ୍ଜରଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । କେନ୍ଦୁପତ୍ର ଫଡିଘର ମରାମତି ପାଇଁ ୧୦ ଲକ୍ଷ ୩୬ ହଜାର ମଞ୍ଜୁରି କରାଯାଇଥିଲା । ଏଥିରୁ ପିସି ବାବଦକୁ ୧ଲକ୍ଷ ୬୬ ହଜାର ଟଙ୍କା ପାଟଣାଗଡ଼ କେନ୍ଦୁଲିଫ ଡିଏଫ୍ଓ ପ୍ରଣବ କୁମାର ମହାନ୍ତି ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଏନେଇ ବିଭାଗୀୟ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ଲାଞ୍ଚ ବାବଦକୁ ଅର୍ଥ ପ୍ରଦାନ କଲା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ଏପରିକି ଲାଞ୍ଚ ଟଙ୍କ ମଧ୍ୟ ଜବତ କରିଥିଲେ । ସୂଚନାରୁ ପ୍ରକାଶ, ଦୀର୍ଘଦିନରୁ ଏହି କାରବାର ଚାଲିଥିଲା । ସେଥିପାଇଁ ଭିଜିଲାନ୍ସ ରାଡାର ଥିଲେ ପ୍ରଣବ ମହାନ୍ତି । ତାଙ୍କୁ ରଙ୍ଗେ ହାତରେ ଧରିବା ପାଇଁ ପଶ୍ଚିମ ଓଡ଼ିଶା ୫ଟି ଜିଲ୍ଲାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ତେବେ ଆଜି ଲାଞ୍ଚ ଦେଶନେଣ ନେି ଖବର ପାଇଁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons