୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

Get real time updates directly on you device, subscribe now.

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ଗ୍ରୀନ୍ ମାର୍କେଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଦୁଇଟି ପରିବା ଗୋଦାମ ଜଳିଯାଇଛି। ଏହା ସହ ତିନୋଟି ୪ଚକିଆ ଯାନ ସମ୍ପୂର୍ଣ୍ଣ ରୂପେ ଜଳିଗଲା। ଏହି ଅଗ୍ନିକାଣ୍ଡରେ ଗୋଟିଏ ପିକଅପ୍ ଭ୍ୟାନ, ଗୋଟିଏ ଟ୍ରକ୍ ଓ ଗୋଟିଏ ଟ୍ରାକ୍ଟର ଜଳିଯାଇଥିବା ଜଣାପଡିଛି। ରମେଶ ରାଉତ୍ ଓ ବଳରାମ ସାହୁଙ୍କ ଦୁଇଟି ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିଯାଇଛି। ଗୋଦାମରେ ଥିବା କମ୍ପୁଟର, ନଗଦ ଟଙ୍କା, ପନିପରିବା ଓ ଅନ୍ୟାନ୍ୟ ସାଜସରଞ୍ଜାମ ଜଳିପୋଡି ପାଉଁଶ ହୋଇଯାଇଛି। ଯାଜପୁର ରୋଡ୍ ଅଗ୍ନୀସମ ସେବା କେନ୍ଦ୍ରର ୩ଟି ଦମକଳ ନିଆଁଲିଭା କାର୍ୟ୍ୟରେ ନିୟୋଜିତ ହୋଇଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons