ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ କରୋନା ମାମଲା ସାମ୍ନାକୁ ଆସି ନଥିଲେ ମଧ୍ୟ ରାଜ୍ୟ ସରକାର ତାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସବୁ ଶିକ୍ଷାନୁÂାନକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ସେହିଭଳି ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ବିମାନବନ୍ଦରରେ ସବୁ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ଏପର୍ଯ୍ୟନ୍ତ ୩ଲକ୍ଷ ୨୪ ହଜାରରୁ ଅଧିକ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫ ହଜାର ଯାତ୍ରୀଙ୍କ ଉପରେ କଡା ନଜର ରଖାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ମୁକାବିଲା କରିବା ଲାଗି ୨୦୦ କୋଟି ଟଙ୍କାର ଏକ ଜରୁରି ପାଣ୍ଠି ଗଠନ କରିଛନ୍ତି । ରାଜ୍ୟରେ କରୋନା ମୁକାବିଲା ନେଇ ଚାଲିଥିବା ପ୍ରସ୍ତୁତିର ସେ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ବିଧାନସଭା ବଜେଟ ଅଧିବେଶନକୁ ମଙ୍ଗଳବାରଠୁ ବନ୍ଦ ଘୋଷଣା କରାଯାଇଛି ।
Comments are closed, but trackbacks and pingbacks are open.