୨୦୦ ମିଟର ବଟରଫ୍ଲାଏ: ଫେଲ୍ପ୍ସଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ମିଲାକ

Get real time updates directly on you device, subscribe now.

ଗ୍ୱାଙ୍ଗଜୁ: କିମ୍ବଦନ୍ତୀ ସୁଇମର ମାଇକେଲ ଫେଲ୍ପ୍ସଙ୍କ ନାମରେ ରହିଥିଲା ୨୦୦ ମିଟର ବଟରଫ୍ଲାଏରେ ବିଶ୍ୱ ରେକର୍ଡ । ଏହି ରେକର୍ଡ ଆଜି ଭଙ୍ଗ ହୋଇଛି । ହଙ୍ଗେରୀର ୧୯ ବର୍ଷୀୟ ତାରକା କ୍ରିଷ୍ଟଫ୍ ମିଲାକ ନୂଆ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ କୋରିଆର ଗ୍ୱାଙ୍ଗଜୁରେ ଚାଲିଥିବା ବିଶ୍ୱ ସୁଇମିଂ ଚାମ୍ପିଅନସିପ୍ରେ ସେ ସ୍ୱର୍ଣ୍ଣ ପଦକ ଜିତିବା ସହ ଫେଲ୍ପ୍ସଙ୍କ ରେକର୍ଡ ଭଙ୍ଗ କରିଥିଲେ ।
ମିଲାକ ନିର୍ଦ୍ଧାରିତ ଦୂରତାକୁ ୧:୫୦:୭୩ ସେକେଣ୍ଡରେ ଅତିକ୍ରମ କରିଥିଲେ । ୨୦୦୯ ବିଶ୍ୱ ଚାମ୍ପିଅନସିପ୍ରେ ଫେଲ୍ପ୍ସ ୧:୫୧:୫୧ ସେକେଣ୍ଡରେ ଅତିକ୍ରମ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଥିଲେ । ମାତ୍ର ୧୦ ବର୍ଷ ପରେ ପୁଣି ଏହି ରେକର୍ଡ ଭଙ୍ଗ ହୋଇଛି । ଫେଲ୍ପ୍ସଙ୍କ ଠାରୁ ମିଲାକଙ୍କ ଟାଇମିଂ ଅତି ଉନ୍ନତ ରହିଛି । ଏହି ଇଭେଣ୍ଟରେ ଜାପାନର ଦାୟିଆ ସେଟୋ ରୌପ୍ୟ (ଟାଇମିଂ ୧: ୫୩:୮୬ ସେକେଣ୍ଡ) ଏବଂ ଦକ୍ଷିଣ ଆଫ୍ରିକାର ଚାନ୍ଦ ଲେ କ୍ଲୋସ (୧:୫୪:୧୫ ସେକେଣ୍ଡ) ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons