୨୦୨୦ ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାବର୍ଷ ପୁଣି ଥରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହେବ । ୨୦୨୦ ନଭେମ୍ବର ୩୦ ତାରିଖରେ କନ୍କ୍ଲେଭ ଆରମ୍ଭ ହେବ । ଡିସେମ୍ବର ୪ ତାରିଖ ଯାଏ ଏହା ଚାଲିବ । ଆଜି ଏଣ୍ଟରପ୍ରାଇଜ୍ ଓଡ଼ିଶା ସମ୍ମେଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏଥିରେ ଯୋଗଦେବାକୁ ଉପସ୍ଥିତ ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଏଣ୍ଟରପ୍ରାଇଜ୍ ଓଡ଼ିଶା ସମ୍ମେଳନକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୧୮ରେ ହୋଇଥିବା ମେକ୍ ଇନ ଓଡ଼ିଶା କନକ୍ଲେଭ ଅପୂର୍ବ ସଫଳତା ପାଇଥିଲା । ଏଥିରେ ୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ଏଥିରୁ ଅନେକ ପ୍ରକଳ୍ପ କାର୍ଯ୍ୟକାରିତା ଅପେକ୍ଷାରେ ଅଛି । ଓଡ଼ିଶା ସରକାରଙ୍କ ସହ ମିଶି ୨୦୨୦ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭକୁ ସଫଳ କରିବାକୁ ସମସ୍ତେ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ସିଆଇଆଇ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ରାଜ୍ୟର ଶିଳ୍ପ ପ୍ରଗତି ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ଏବେ ଶିଳ୍ପ ଅଗ୍ରଗତି ଦିଗରେ ଆଗେଇ ଚାଲିଛି । ଆମ ସରକାର ୫-ଟିକୁ ଫୋକସ୍ କରୁଛି । ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଅନେକ ନୀତି ଆଣିଛନ୍ତି । ଏଥିରେ ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି, ଭାଲୁ୍ୟ ଆଡିସନ୍, ନିଯୁକ୍ତି ସୁଯୋଗ ଓ ରାଜ୍ୟର ରାଜସ୍ୱ ବଢ଼ାଇବାକୁ ପ୍ରୟାସ କରୁଛୁ ।
ରାଜ୍ୟରେ ଶିଳ୍ପାୟନର ଅଗ୍ରଗତି ସହ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମଙ୍କ ସାମଗ୍ରିକ ବିକାଶ ପାଇଁ କାମ କରୁଛି । ଶିଳ୍ପ ଭିତ୍ତିଭୂମି ସହ ରାଜ୍ୟର ଶିଳ୍ପାୟନରେ ପଛୁଆ ଜିଲ୍ଲାରେ ଶିଳ୍ପ ପ୍ରଗତି ପାଇଁ ଆମେ କାମ କରୁଛୁ । ରାଜ୍ୟରେ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ଦିଆଯାଉଛି । ୨୦୨୦ସୁଦ୍ଧା ଦେଶର ୩ଟି ମୁଖ୍ୟ ଷ୍ଟାର୍ଟଅପ ହବ୍ରେ ଓଡ଼ିଶାକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରହିଛି । ଯୁବ ଉଦ୍ୟୋଗୀମାନେ ଏଥିରୁ ସର୍ବାଧିକ ଲାଭ ଉଠାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ଉପôାଦିତ ଧାତୁ ଶିଳ୍ପର ୫୦ ପ୍ରତିଶତ ଭାଲୁ୍ୟ ଆଡିସନ୍ ପାଇଁ ଏକ ଭିଜନ ଡକୁ୍ୟମେଣ୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟର ଭିଜନ-୨୦୩୦ରେ ଏହା ଡ୍ରାଉନଷ୍ଟ୍ରିମ୍ ଶିଳ୍ପର ବିକାଶ ପାଇଁ ପ୍ରୋତ୍ସାହନ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଶିଳ୍ପ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ସମ୍ମିଳନୀରେ ଯୋଗଦେଇ କହିଥିଲେ, ଓଡ଼ିଶା ଏକ ଟ୍ରିଲିଅନ ଅର୍ଥନୀତି ହେବାକୁ ଯାଉଛି । ଦେଶର ଶିଳ୍ପ ପ୍ରଗତି ଓ ବିକାଶରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି । ଏମ୍ଏସ୍ଏମ୍ଇ ବିଭାଗର ସଚିବ ହେମନ୍ତ ଶର୍ମା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ନୀତି ପାଇଁ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଯଥେଷ୍ଟ ପ୍ରଗତି କରିଛି । ଲାଞ୍ଜିଗଡ ବେଦାନ୍ତ ଆଲୁମିନିର ସିଇଓ ରାହୁଲ ଶର୍ମା କହିଥିଲେ, ଓଡ଼ିଶା ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ରାଜ୍ୟ । କୋଇଲା ଓ ଖଣିଜ ପଦାର୍ଥ ଗଚ୍ଛିତ ହୋଇଥିବାରୁ ଏହାକୁ ଦେଶର ପାୱାର ହାଉସ୍ କୁହାଯାଏ । ୨୦୩୦ ସୁଦ୍ଧା ଓଡ଼ିଶାକୁ ଏକ ଟ୍ରିଲିୟନ ଅର୍ଥନୀତି ହେବାକୁ ଯାଉଛି । ଖଣିଜ ସମ୍ପଦକୁ ନେଇ ଓଡ଼ିଶାରେ ଥିବା ପର୍ଯ୍ୟାପ୍ତ ସୁଯୋଗ ଦେଶର ଅର୍ଥନୀତି ଓ ବିଶ୍ୱ ବାଣିଜ୍ୟ ସହ ସମ୍ପର୍କ ରହିଛି । ଅତ୍ୟାଧୁନିକ ଟେକ୍ନୋଲୋଜି ସହ ଆଇନଗତ ନୀତି ମାଧ୍ୟମରେ ଆମେ ଏକ ନୂଆ ଓ ଆଧୁନିକ ଖଣି ଯୁଗକୁ ଯାଇ ପାରିବା । ଏହାଦ୍ୱାରା ପରିବେଶ ଉପରେ କମ୍ ପ୍ରଭାବ ସହ ଅର୍ଥନୈତିକ ବିକାଶ ତ୍ୱରିତ୍ ହେବ ବୋଲି ସେ କହିଛନ୍ତି । ସମ୍ମିଳନୀରେ ସିଆଇଆଇର ପୂର୍ବାଞ୍ଚଳ ନିଦେ୍ର୍ଧଶକ ନୀତା କର୍ମାକର ଓ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମିଳନୀରେ ବିଭିନ୍ନ ଷ୍ଟଲ୍ରେ କମ୍ପାନୀ ପକ୍ଷରୁ ସେମାନଙ୍କ ସାମଗ୍ରୀ ଓ ଉପôାଦ ପ୍ରଦର୍ଶନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons